ଅଲୌକିକ ଘଟଣା: ମାଟି ତଳୁ ବାହାରୁଥିବା ପାଣି ଫୁଟୁଛି, ଦେଖିବାକୁ ଲୋକଙ୍କ ଭିଡ଼

କଟକ : ମାଟି ତଳୁ ବାହାରୁଥିବା ପାଣି ଫୁଟୁଛି । ହାଣ୍ଡିରେ ପାଣି ଗରମ କଲେ ଯେଭଳି ଫୁଟେ ସେଭଳି ଟକ ଟକ ଫୁଟୁଛି ଏହି ପାଣି । ପାଣି ଏତେ ଗରମ ଯେ ଚାଉଳ ପକାଇଲେ ଯେମିତି ଭାତ ହୋଇଯିବ। କଟକ ଜିଲ୍ଲା ନିଆଳି ବ୍ଲକ ଜଲାରପୁର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।  ନିଆଳି ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିଆଳି ଆଖ ପାଖ ଅଞ୍ଚଳର ଶହ ଶହ ଲୋକ […] The post ଅଲୌକିକ ଘଟଣା: ମାଟି ତଳୁ ବାହାରୁଥିବା ପାଣି ଫୁଟୁଛି, ଦେଖିବାକୁ ଲୋକଙ୍କ ଭିଡ଼ appeared first on KNews Odisha.

ଅଲୌକିକ ଘଟଣା: ମାଟି ତଳୁ ବାହାରୁଥିବା ପାଣି ଫୁଟୁଛି, ଦେଖିବାକୁ ଲୋକଙ୍କ ଭିଡ଼
water 3

କଟକ : ମାଟି ତଳୁ ବାହାରୁଥିବା ପାଣି ଫୁଟୁଛି । ହାଣ୍ଡିରେ ପାଣି ଗରମ କଲେ ଯେଭଳି ଫୁଟେ ସେଭଳି ଟକ ଟକ ଫୁଟୁଛି ଏହି ପାଣି । ପାଣି ଏତେ ଗରମ ଯେ ଚାଉଳ ପକାଇଲେ ଯେମିତି ଭାତ ହୋଇଯିବ। କଟକ ଜିଲ୍ଲା ନିଆଳି ବ୍ଲକ ଜଲାରପୁର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।  ନିଆଳି ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିଆଳି ଆଖ ପାଖ ଅଞ୍ଚଳର ଶହ ଶହ ଲୋକ ଏବେ ଏହି ଅଲୌକିକ ଘଟଣା ଦେଖିବାକୁ ଭିଡ଼ ଜମାଉଛନ୍ତି।

ମାଟି ତଳେ କେହି ଯେଭଳି କାଠ କିମ୍ବା କୋଇଲା ଜାଳି ରଖିଛି ସେଭଳି ମନେ ହେଉଛି । ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଏଭଳି ଘଟଣା କେବେ ଦେଖିବାକୁ ମିଳି ନ ଥିଲା ।  ତେଣୁ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ବିଧିବଦ୍ଧ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।  ତେବେ ଭୂତତ୍ଵବିତଙ୍କ ମତ ଏହା ଏକ ଉଷ୍ମ ପ୍ରସବଣ ଉତ୍ସ ହୋଇ ଥାଇ ପାରେ ।  ରାଜ୍ୟରେ ତପ୍ତପାଣି ଭଳି ଉଷ୍ମ ପ୍ରସବଣ ରହିଛି ।  ଏହା ମଧ୍ୟ ସେଭଳି କିଛି ହୋଇପାରେ । ତେବେ ସେଠାରେ ରିସର୍ଚ୍ଚ କରାଗଲେ ପ୍ରକୃତ କାରଣ ଜଣାପଡିବ ବୋଲି ଭୂତତ୍ଵବିତ ମତ ରଖିଛନ୍ତି ।

The post ଅଲୌକିକ ଘଟଣା: ମାଟି ତଳୁ ବାହାରୁଥିବା ପାଣି ଫୁଟୁଛି, ଦେଖିବାକୁ ଲୋକଙ୍କ ଭିଡ଼ appeared first on KNews Odisha.