ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୫ରେ କିସରୁ ୪୧ ଖେଳାଳି, ସଫଳତା କାମନା କଲେ ଡ. ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର : ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୫ରେ କିସରୁ ୪୧ ଖେଳାଳି । ବିହାରରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ସମ୍ମାନଜନକ ୭ମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୫ରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ କିସର ରେକର୍ଡ ସଂଖ୍ୟକ ୪୧ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କିସର ୨୦ ବାଳକ ଓ ୨୧ ବାଳିକା ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ। ବିହାରର ୫ଟି ପ୍ରମୁଖ ସହରରେ ମେ ୪ ରୁ ପାଟନା, ରାଜଗିର, […] The post ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୫ରେ କିସରୁ ୪୧ ଖେଳାଳି, ସଫଳତା କାମନା କଲେ ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.

ଭୁବନେଶ୍ୱର : ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୫ରେ କିସରୁ ୪୧ ଖେଳାଳି । ବିହାରରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ସମ୍ମାନଜନକ ୭ମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୫ରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ କିସର ରେକର୍ଡ ସଂଖ୍ୟକ ୪୧ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କିସର ୨୦ ବାଳକ ଓ ୨୧ ବାଳିକା ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ। ବିହାରର ୫ଟି ପ୍ରମୁଖ ସହରରେ ମେ ୪ ରୁ ପାଟନା, ରାଜଗିର, ଗୟା, ଭାଗଲପୁର, ଏବଂ ବେଗୁସରାଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ମୋଟ ୨୭ ଟି ବିଭାଗରେ ପ୍ରତିଯୋଗିତା ହେବାକୁ ଥିବା ବେଳେ କିସ୍ ଖେଳାଳିମାନେ ୬ ଟି ବିଭାଗରେ ଅଂଶଗ୍ରହଣ କରିବେ। ରଗବୀରେ ୧୯ ଖେଳାଳି, ସେପାକ୍ ଟାକ୍ରରେ ୧୫ ଜଣ, ଦୌଡକୁଦ, ଯୁଡୋ, ସାଇକେଲ ଚାଳନାରେ ଜଣେ ଲେଖାଏଁ ଖେଳୁଥିବା ବେଳେ ଖୋ ଖୋରେ ୪ ଜଣ ଅଂଶଗ୍ରହଣ କରୁଛନ୍ତି। ଏଥିରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିସର ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି।
The post ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୫ରେ କିସରୁ ୪୧ ଖେଳାଳି, ସଫଳତା କାମନା କଲେ ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.