ସାଙ୍ଗସାଥୀଙ୍କ ଠାରୁ ଟଙ୍କା ଉଧାର ଆଣିଛନ୍ତି କି ? ଶୀଘ୍ର ପରିଶୋଧ କରନ୍ତୁ, ନହେଲେ ଯାଇପାରନ୍ତି ଜେଲ
ବନ୍ଧୁବାନ୍ଧବ କିମ୍ବା ସାଙ୍ଗସାଥୀଙ୍କ ଠାରୁ ଟଙ୍କା ଉଧାର ଆଣିଛନ୍ତି କି ? ଶୀଘ୍ର ପରିଶୋଧ କରନ୍ତୁ, ନହେଲେ ଯାଇପାରନ୍ତି ଜେଲ । ଖାଲି ସେତିକି ନୁହେଁ ଯେତିକି ଋଣ କରିଛନ୍ତି ତାର ଡବଲ ଜରିମାନା ଦେବେ । କୋର୍ଟ ଆଣିଲା ଏଭଳି ନିୟମ ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦର୍ଶକବନ୍ଧୁ ଆପଣ ଆମ କଥାକୁ ମିଛ ଭାବୁଛନ୍ତି କି ? ସାବଧାନ ହୋଇଯାଆନ୍ତୁ । ଆମେ ଆଜି ଆପଣଙ୍କୁ ଏଭଳି ଖବର ଶୁଣାଇବୁ, ଯାହା […] The post ସାଙ୍ଗସାଥୀଙ୍କ ଠାରୁ ଟଙ୍କା ଉଧାର ଆଣିଛନ୍ତି କି ? ଶୀଘ୍ର ପରିଶୋଧ କରନ୍ତୁ, ନହେଲେ ଯାଇପାରନ୍ତି ଜେଲ appeared first on KNews Odisha.

ବନ୍ଧୁବାନ୍ଧବ କିମ୍ବା ସାଙ୍ଗସାଥୀଙ୍କ ଠାରୁ ଟଙ୍କା ଉଧାର ଆଣିଛନ୍ତି କି ? ଶୀଘ୍ର ପରିଶୋଧ କରନ୍ତୁ, ନହେଲେ ଯାଇପାରନ୍ତି ଜେଲ । ଖାଲି ସେତିକି ନୁହେଁ ଯେତିକି ଋଣ କରିଛନ୍ତି ତାର ଡବଲ ଜରିମାନା ଦେବେ । କୋର୍ଟ ଆଣିଲା ଏଭଳି ନିୟମ ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦର୍ଶକବନ୍ଧୁ ଆପଣ ଆମ କଥାକୁ ମିଛ ଭାବୁଛନ୍ତି କି ? ସାବଧାନ ହୋଇଯାଆନ୍ତୁ । ଆମେ ଆଜି ଆପଣଙ୍କୁ ଏଭଳି ଖବର ଶୁଣାଇବୁ, ଯାହା ପ୍ରକୃତରେ ସତ ଆଉ ଜଣେ ବ୍ୟକ୍ତି ନିଜେ ଭୁକ୍ତଭୋଗୀ ।
ଦର୍ଶକବନ୍ଧୁ ଜୀବନର କୌଣସି ନା କୌଣସି ସମୟରେ ସମସ୍ତେ କିଛି ଟଙ୍କା ଧାର ନେଇଥାନ୍ତି । କିନ୍ତୁ କେତେବେଳେ ଟଙ୍କା ଧାର ନେବା ଆପଣଙ୍କ ଉପରେ ମହଙ୍ଗା ପଡ଼ିପାରେ। ଉତ୍ତରାଖଣ୍ଡରୁ ସମାନ ଏକ ମାମଲା ସାମ୍ନାକୁ ଆସିଛି । ଏଠାକାର ଜଣେ ଯୁବକ କିଛି ଟଙ୍କା ତାଙ୍କ ବନ୍ଧୁଙ୍କ ଠାରୁ ଉଧାର ନେଇଥିଲେ, କିନ୍ତୁ ଟଙ୍କା ଫେରସ୍ତ କରୁ ନଥିଲେ। ଏବେ କୋର୍ଟ ତାଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି ।
ଉତ୍ତରାଖଣ୍ଡର ହଲଦ୍ୱାନୀରୁ ଏକ ଆଶ୍ଚର୍ଯ୍ୟ ହେଲା ଭଳି ଘଟଣା ସାମ୍ନାକୁ ଆସିଛି । କୋର୍ଟ ଜଣେ ଯୁବକଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି । କାରଣ ସେ ତାଙ୍କ ବନ୍ଧୁଙ୍କଠାରୁ ନେଇଥିବା ଋଣ ଫେରସ୍ତ କରୁନଥିଲେ । ଏହା ସହିତ କୋର୍ଟ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲାଗୁ କରିଛି । କୋର୍ଟଙ୍କ ଏହି ଐତିହାସିକ ନିଷ୍ପତ୍ତି ପରେ, ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇ ଫେରାର୍ ହୋଇଯାଇଥିବା ବେଳେ କୋର୍ଟ ଅଭିଯୁକ୍ତକୁ ଗୋଟିଏ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ଦଶ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି।
ତେବେ ଏହି ରାଶିରୁ ଅଭିଯୋଗକାରୀଙ୍କୁ କ୍ଷତିପୂରଣ ଭାବରେ ସାଢ଼େ ନଅ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜାଣନ୍ତୁ ପ୍ରକୃତ ଘଟଣା କଣ ଥିଲା ? ଦର୍ଶକବନ୍ଧୁ ଏହି ମାମଲାଟି ୨୦୧୬ମସିହା ଜୁଲାଇ ମାସର। ହଲଦୁଚୌଦର ବାସିନ୍ଦା ମହେନ୍ଦ୍ର ସିଂହ ଲାଟୱାଲ ତାଙ୍କ ଘନିଷ୍ଠ ବନ୍ଧୁ କୁସୁମଖେଡାର ବାସିନ୍ଦା ମେଧଶ୍ୟାମ ସିଂ ରାୱତଙ୍କୁ ୭ଲକ୍ଷ ୭୦ ହଜାର ଟଙ୍କା ଋଣ ଦେଇଥିଲେ। ପ୍ରତିବଦଳରେ ମେଧଶ୍ୟାମ ମହେନ୍ଦ୍ରଙ୍କୁ ସିକ୍ୟୁରିଟି ଡିପୋଜିଟ ଭାବରେ ଏକ ସ୍ୱ-ଦସ୍ତଖତ ଚେକ୍ ଦେଇଥିଲେ। ମହେନ୍ଦ୍ର ଚେକଟିକୁ ବ୍ୟାଙ୍କରେ ଜମା କରିଥିଲେ, ଯାହାକୁ ବ୍ୟାଙ୍କ ଦ୍ୱାରା ଅମାନ୍ୟ କରାଯାଇଥିଲା।
ଏହା ପରେ, ପୀଡିତଜଣକ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ମାମଲା ପ୍ରାୟ ନଅ ବର୍ଷ ଧରି ଚାଲିଥିଲା। ଗୁରୁବାର ଦିନ ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଖିଳେଶ କୁମାର ପାଣ୍ଡେ କୋର୍ଟଙ୍କ ରାୟ ଶୁଣାଇ କହିଥିଲେ- ମହେନ୍ଦ୍ରଙ୍କ ଟଙ୍କା ଆତ୍ମସାତ କରିବା ପରେ ମେଧ ଶ୍ୟାମ ଫେରାର୍ ହୋଇଯାଇଥିଲେ। ତେଣୁ ତାଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡ ଦିଆଯାଇଛି । ତାଙ୍କୁ ୧୦ ଲକ୍ଷ ଜରିମାନା ମଧ୍ୟ ଦେବାକୁ ପଡିବ। ଏହି ସମୟରେ, ମେଧ ଶ୍ୟାମ ଆଉ ଏକ ମାମଲାରେ ମୋରାଦାବାଦ ଜେଲ୍ ଯାଇଛନ୍ତି। ବର୍ତ୍ତମାନ ଋଣ ଯୋଗୁଁ ସେ ପୁଣି ଥରେ ଜେଲ୍ ଯାଇଛନ୍ତି।
Also Read: ଇତିହାସ ରଚିଲେ ଆସ୍ଥା ପୁନିଆ, ଭାରତୀୟ ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ୍ ଭାବେ ଦେଲେ ଯୋଗ
The post ସାଙ୍ଗସାଥୀଙ୍କ ଠାରୁ ଟଙ୍କା ଉଧାର ଆଣିଛନ୍ତି କି ? ଶୀଘ୍ର ପରିଶୋଧ କରନ୍ତୁ, ନହେଲେ ଯାଇପାରନ୍ତି ଜେଲ appeared first on KNews Odisha.