ଗାଜାରେ ଇସ୍ରାଏଲର ତାଣ୍ଡବ, ବୋମା ମାଡରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ
ଇସ୍ରାଏଲ୍ ଗାଜା ଷ୍ଟ୍ରିପରେ ବିନାଶ ଘଟାଇଛି । ଗାଜାରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ପୁଣି ଥରେ, ଗାଜାରେ ଇସ୍ରାଇଲ୍ ଦ୍ବାରା ଭୟଙ୍କର ବିମାନ ଆକ୍ରମଣ କରାଯାଇଛି । ନିକଟରେ ଇସ୍ରାଏଲ୍ ବିମାନ ଆକ୍ରମଣରେ ୧୦୦ ରୁ ଅଧିକ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୭ ଜଣ ଉତ୍ତର ଅଞ୍ଚଳର ଏକ ସ୍କୁଲରେ ଆଶ୍ରୟ ନେଇଥିଲେ । ପାଲେଷ୍ଟାଇନର ସ୍ବାସ୍ଥ୍ୟ ଅଧୀକାରୀମାନେ ଏହି ସୂଚନା ଦେଇଛନ୍ତି । ଇସ୍ରାଏଲୀ […] The post ଗାଜାରେ ଇସ୍ରାଏଲର ତାଣ୍ଡବ, ବୋମା ମାଡରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ appeared first on KNews Odisha.

ଇସ୍ରାଏଲ୍ ଗାଜା ଷ୍ଟ୍ରିପରେ ବିନାଶ ଘଟାଇଛି । ଗାଜାରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ପୁଣି ଥରେ, ଗାଜାରେ ଇସ୍ରାଇଲ୍ ଦ୍ବାରା ଭୟଙ୍କର ବିମାନ ଆକ୍ରମଣ କରାଯାଇଛି । ନିକଟରେ ଇସ୍ରାଏଲ୍ ବିମାନ ଆକ୍ରମଣରେ ୧୦୦ ରୁ ଅଧିକ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୭ ଜଣ ଉତ୍ତର ଅଞ୍ଚଳର ଏକ ସ୍କୁଲରେ ଆଶ୍ରୟ ନେଇଥିଲେ । ପାଲେଷ୍ଟାଇନର ସ୍ବାସ୍ଥ୍ୟ ଅଧୀକାରୀମାନେ ଏହି ସୂଚନା ଦେଇଛନ୍ତି ।
ଇସ୍ରାଏଲୀ ସେନାର ଆକ୍ରମଣ ସମ୍ପର୍କରେ ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଜାହେର ଅଲ-ୱାହିଦି କହିଛନ୍ତି ଯେ ଗାଜାର ତୁଫାହରେ ଏକ ସ୍କୁଲରୁ ୧୪ ଜଣ ଶିଶୁ ଏବଂ ୫ ଜଣ ମହିଳାଙ୍କ ମୃତଦେହ ମିଳିଛି । ସେ ଏହା ମଧ୍ୟ କହିଛନ୍ତି ଯେ ୭୦ ଜଣ ଆହତଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବ୍ରୁଦ୍ଧି ପାଇପାରେ । ଜାହେର ଅଲ-ୱାହିଦି ଆହଲି ହସ୍ପିଟାଲ ରେକର୍ଡକୁ ଆଧାର କରି କହିଛନ୍ତି ଯେ ହିଜାଇୟା ଅଞ୍ଚଳରେ ହୋଇଥବା ଆକ୍ରମଣରେ ୩୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।
ଏହି ସମୟରେ, ଇସ୍ରାଏଲୀ ସେନା ପୁଣିଥରେ କହିଛି ଯେ ତାର କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିଛି । ଇସ୍ରାଏଲର ସ୍ପଷ୍ଟ ଦ୍ରୁଷ୍ଟିକୋଣ ହେଉଛି ଯେ ଏପରି କାର୍ଯ୍ୟାନୁଷ୍ଠାନ ନେବାର ଉଦ୍ଦେଶ୍ୟ ହେଉଛି ହମାସ ଉପରେ ଚାପ ପକାଇବା ଏବଂ ତାକୁ ଗାଜାରୁ ବିତାଡିତ କରିବା । ଏଥି ସହ ଇସ୍ରାଏଲୀ ସେନା ଉତ୍ତର ଗାଜାର କିଛି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ କଥା ଦେଇଥିଲା ଏବଂ ସେମାନ୍ଙକୁ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲା ।
ଇସ୍ରାଏଲୀ ସେନା ଚେତାବନୀ ଦେଇଥିଲା ଯେ ସେଦମାନେ ଗାଜାର ପ୍ରବଳ ସାମରିକ ଶକ୍ତି ସହିତ ଆହୁରି କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରୁଛନ୍ତି । ଏହି ସମୟରେ ଗାଜାରେ ପରିସ୍ଥିତି ଏପରି ହୋଇଥିଲା ଯେ ଲୋକମାନେ ପାଦରେ ପଳାଇ ଯାଉଥିବା ଦେଖାଯାଇଥିଲା । ଏଥିରେ ମହିଳା ଏବଂ ପିଲାମାନେ ମଧ୍ୟ ଥିଲେ । କେତେକ ନିଜ ପିଠିରେ ଜିନିଷପତ୍ର ବୋହି ନେଉଥିଲେ ଏବଂ ଅନ୍ୟମାନେ ଖଚର ଗାଡ଼ିରେ ଅଞ୍ଚଳ ଛାଡି ଚାଲିଯାଉଥିଲେ ।
The post ଗାଜାରେ ଇସ୍ରାଏଲର ତାଣ୍ଡବ, ବୋମା ମାଡରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ appeared first on KNews Odisha.