ଗରମ ଦିନରେ ସ୍କିନକୁ ରଖନ୍ତୁ ଫ୍ରେସ୍, ଏପରି କରନ୍ତୁ ଗୋଲାପ ଫୁଲର ବ୍ୟବହାର
ଗୋଲାପ ଫୁଲକୁ କିଏ ବା ଭଲ ନପାଏ ।ଖାସ୍ କରି ଝିଅମାନେ ଗୋଲାପ ଫୁଲକୁ ଖୁବ୍ ପସନ୍ଦ କରିଥାନ୍ତି । ଗୋଲାପ ଜଳକୁ ପ୍ରାୟତଃ ସମସ୍ତେ ବ୍ୟବହାର କରିଥାନ୍ତି । ଆପଣ ଜାଣିଛନ୍ତି କି? ଗରମ ଦିନ ପାଇଁ ଗୋଲାପ ଫୁଲ ଆପଣଙ୍କୁ କେଉଁ କେଉଁ ସବୁ ଫାଇଦା ଦେଇଥାଏ। ଗୋଲାପ ଫୁଲ ଆମ ସ୍କିନ୍ ପାଇଁ ବେଶ୍ ଲାଭପ୍ରଦ । ଲୋକମାନେ ଗୋଲାପକୁ ଅନେକ ଉପାୟ ମାଧ୍ୟମରେ କାର୍ଯ୍ୟକାରୀ କରିଥାନ୍ତି । ଖରାଦିନେ ସ୍କିନରେ କଳାପଣ […] The post ଗରମ ଦିନରେ ସ୍କିନକୁ ରଖନ୍ତୁ ଫ୍ରେସ୍, ଏପରି କରନ୍ତୁ ଗୋଲାପ ଫୁଲର ବ୍ୟବହାର appeared first on KNews Odisha.

ଗୋଲାପ ଫୁଲକୁ କିଏ ବା ଭଲ ନପାଏ ।ଖାସ୍ କରି ଝିଅମାନେ ଗୋଲାପ ଫୁଲକୁ ଖୁବ୍ ପସନ୍ଦ କରିଥାନ୍ତି । ଗୋଲାପ ଜଳକୁ ପ୍ରାୟତଃ ସମସ୍ତେ ବ୍ୟବହାର କରିଥାନ୍ତି । ଆପଣ ଜାଣିଛନ୍ତି କି? ଗରମ ଦିନ ପାଇଁ ଗୋଲାପ ଫୁଲ ଆପଣଙ୍କୁ କେଉଁ କେଉଁ ସବୁ ଫାଇଦା ଦେଇଥାଏ।
ଗୋଲାପ ଫୁଲ ଆମ ସ୍କିନ୍ ପାଇଁ ବେଶ୍ ଲାଭପ୍ରଦ । ଲୋକମାନେ ଗୋଲାପକୁ ଅନେକ ଉପାୟ ମାଧ୍ୟମରେ କାର୍ଯ୍ୟକାରୀ କରିଥାନ୍ତି । ଖରାଦିନେ ସ୍କିନରେ କଳାପଣ ବଢିଥାଏ । ତେଣୁ ଝିଅମାନେ ତାଙ୍କ ଗ୍ଲୋଇଂ ତ୍ବଚାର ଯତ୍ନ ରଖିଥାନ୍ତି । ତେବେ ଆସନ୍ତୁ ମୁହଁରେ ତ୍ବଚାକୁ ବଢାଉଥିବା ଗୋଲାପ ଫୁଲର ଉପଯୋଗୀତା ସମ୍ପର୍କରେ ଜାଣିବା ।
ଗୋଲାପ ଜଳ : ଶୁଷ୍କ ଏବଂ ଖରାପ ତ୍ୱଚାରୁ ମୁକ୍ତି ପାଇବା ପାଇଁ ଆପଣ ଗୋଲାପ ଜଳ ବ୍ୟବହାର କରିପାରିବେ ।ଗୋଲାପ ପାଖୁଡାକୁ ୩ରୁ୪ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ । ତାର ଏକ ପାଣି ପ୍ରସ୍ତୁତ କରନ୍ତୁ । ସେହି ପାଣିରେ ଦୁଇ ଚାମଚ ମହୁ ମିଶାଇ ସ୍କିନରେ ଆପ୍ଲାଏ କରନ୍ତୁ । ୨୦ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ରଖି ପାଣିରେ ମୁହଁ ଧୋଇନିଅନ୍ତୁ । ଏଭଳି ଉପାୟକୁ ଆପଣାଇବା ଦ୍ବାରା ମୁହଁରେ ଚମକ ଆଣିବାରେ ସହାୟକ ହୋଇଥାଏ ।
ସ୍କ୍ରବ୍ : ତ୍ୱଚାକୁ ଯୁବା ଏବଂ କୋମଳ ରଖିବା ପାଇଁ ଏହା ଆମକୁ ସାହାଯ୍ୟ କରିଥାଏ । ଏହି ସ୍କ୍ରବ ବନାଇବା ପାଇଁ ଗୋଲାପ ପାଖୁଡାକୁ ଧୋଇନିଅନ୍ତୁ । ଆବଶ୍ୟକ ଅନୁଯାୟୀ ୪ ଚାମଚ ବେସ୍ ଏବଂ କ୍ଷୀର ମିଶାଇ ଏହାର ପେଷ୍ଟ ବନାନ୍ତୁ । ୩-୪ ମିନିଟ ରଖି ପାଣିରେ ଧୋଇନିଅନ୍ତୁ । ଫେସପ୍ୟାକ୍ ଭାବେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ।
ଗୋଲାପ ତେଲ : ଗୋଲାପ ଫୁଲର ତେଲ ମଧ୍ୟ ଆ ସ୍କିନକୁ ଭଲ ଫାଇଦା ଦେଇଥାଏ । ଏହାର ନିୟମିତ ବ୍ୟବହାର ଦ୍ବାରା ତ୍ବଚାକୁ ନରମ ଏବଂ କୋମଳ ରଖିଥାଏ । ଗୋଲାପ ତେଲର ଲଗାଇବା ଫଳରେ ମୁହଁରେ ଥିବା ଦାଗକୁ ହଟାଇବାରେ ସାହାଯ୍ୟ କରିଥାଏ ।ଏହାର ତେଲକୁ ୧୫-୨୦ମିନିଟ୍ ରଖିବାଦ୍ବାରା ଚେହେରାରେ ଗ୍ଲୋ ଆଣିଥାଏ ।
Also Read : ମୁହଁରେ ଗୋଲାପ ଜଳ ଲଗାଇବା ଦ୍ୱାରା କ’ଣ ହୁଏ? ଜାଣନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ଉପାୟ
The post ଗରମ ଦିନରେ ସ୍କିନକୁ ରଖନ୍ତୁ ଫ୍ରେସ୍, ଏପରି କରନ୍ତୁ ଗୋଲାପ ଫୁଲର ବ୍ୟବହାର appeared first on KNews Odisha.