ନଭେମ୍ବର ୧୫ରୁ ୨୨ ତାରିଖ ଯାଏ କଟକ ବାଲିଯାତ୍ରା, ଆୟୋଜନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି

କଟକ : ନଭେମ୍ବର ୧୫ରୁ ୨୨ ତାରିଖ ଯାଏ ଅନୁଷ୍ଠିତ ହେବ କଟକ ବାଲିଯାତ୍ରା ।  ବାଣିଜ୍ୟର ମହାକୁମ୍ଭ ବାଲିଯାତ୍ରା ଆୟୋଜନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ ।  ବ୍ୟବସାୟୀଙ୍କ ପାଇଁ ପ୍ଲଟ ପଞ୍ଜିକରଣ ଆରମ୍ଭ ହୋଇଛି ।  ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ୧୦ ଟି ଟିମ ଗଠନ କରାଯାଇଛି ।  ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ବାରବାଟୀ ପ୍ୟାଲେସ ଠାରେ ନଅଟି ଟିମ […] The post ନଭେମ୍ବର ୧୫ରୁ ୨୨ ତାରିଖ ଯାଏ କଟକ ବାଲିଯାତ୍ରା, ଆୟୋଜନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି appeared first on KNews Odisha.

ନଭେମ୍ବର ୧୫ରୁ ୨୨ ତାରିଖ ଯାଏ କଟକ ବାଲିଯାତ୍ରା, ଆୟୋଜନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି
Balijatra cuttack

କଟକ : ନଭେମ୍ବର ୧୫ରୁ ୨୨ ତାରିଖ ଯାଏ ଅନୁଷ୍ଠିତ ହେବ କଟକ ବାଲିଯାତ୍ରା ।  ବାଣିଜ୍ୟର ମହାକୁମ୍ଭ ବାଲିଯାତ୍ରା ଆୟୋଜନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ ।  ବ୍ୟବସାୟୀଙ୍କ ପାଇଁ ପ୍ଲଟ ପଞ୍ଜିକରଣ ଆରମ୍ଭ ହୋଇଛି ।  ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ୧୦ ଟି ଟିମ ଗଠନ କରାଯାଇଛି ।  ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ବାରବାଟୀ ପ୍ୟାଲେସ ଠାରେ ନଅଟି ଟିମ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ଟିମ ପଞ୍ଜିକରଣ କାମରେ ଲାଗିଛନ୍ତି ।  ଅକ୍ଟୋବର ୧୫ରୁ ପଞ୍ଜିକରଣ ଆରମ୍ଭ ହୋଇଛି।

୨୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ।  ଉଭୟ ଅନଲାଇନ୍ ଓ ଅଫ ଲାଇନ୍ ମୋଡରେ ପଞ୍ଜିକରଣ ପାଇଁ ବ୍ୟବସ୍ଥା ରହିଛି ।  ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ପ୍ଲଟ ନିଲାମ ପ୍ରକ୍ରିୟା ।  ଏଥର ବାଲିଯାତ୍ରାରେ ମୋଟ ୧୪୦୦ ରୁ ଉର୍ଦ୍ଧ୍ବ ପ୍ଲଟ ଆବଣ୍ଟନ ହେବ ।  ପ୍ରଥମ କରି ଅନ୍ ଲାଇନ୍ ମୋଡ଼ରେ ପେମେଣ୍ଟ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ।  ଏଥର ଭାରତୀୟ ନୌସେନାର ଆଇଏନଏସ ଚିଲିକା ବାଲିଯାତ୍ରା ସହ ଯୋଡ଼ି ହେବାକୁ ଯାଉଛି । ବାଲିଯାତ୍ରାରେ ଏଥର ପୁସ୍ତକ ମେଳା ବି ଅନୁଷ୍ଠିତ ହେବ। ଉଭୟ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ସଙ୍ଗୀତ ପରିବେଷଣ କରିବେ ବଲିଉଡର ନାମୀଦାମୀ ଗାୟକ।

 

The post ନଭେମ୍ବର ୧୫ରୁ ୨୨ ତାରିଖ ଯାଏ କଟକ ବାଲିଯାତ୍ରା, ଆୟୋଜନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି appeared first on KNews Odisha.