ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ପ୍ରଥମେ ମାଡ଼ପିଟ ସହ ପରେ ପଥର ମାଡ଼ ହୋଇଥିଲେ। କିଛି ଗାଡ଼ି ବି ଭଙ୍ଗା ରୁଜା ହୋଇଥିଲା। ଫଳରେ ବାଲେଶ୍ଵର ଓ ଚାନ୍ଦିପୁର ଅଞ୍ଚଳକୁ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ପ୍ରତିବାଦରେ ପାତ୍ରପଡ଼ା ଅଞ୍ଚଳର ଗୋଟିଏ ଗୋଷ୍ଠୀ ରାସ୍ତା ଅବରୋଧ କରିଥିଲେ। ପଥର ମାଡ଼ ରେ […] The post ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି appeared first on KNews Odisha.

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ପ୍ରଥମେ ମାଡ଼ପିଟ ସହ ପରେ ପଥର ମାଡ଼ ହୋଇଥିଲେ। କିଛି ଗାଡ଼ି ବି ଭଙ୍ଗା ରୁଜା ହୋଇଥିଲା। ଫଳରେ ବାଲେଶ୍ଵର ଓ ଚାନ୍ଦିପୁର ଅଞ୍ଚଳକୁ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ପ୍ରତିବାଦରେ ପାତ୍ରପଡ଼ା ଅଞ୍ଚଳର ଗୋଟିଏ ଗୋଷ୍ଠୀ ରାସ୍ତା ଅବରୋଧ କରିଥିଲେ। ପଥର ମାଡ଼ ରେ ଜଣେ ଗୁରୁତର ଆହତ ହୋଇ ବାଲେଶ୍ଵର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଉତ୍ତେଜନା ଶାନ୍ତ କରିବାକୁ ବ୍ୟାପକ ପୁଲିସ ମୁତୟନ ହୋଇଥିଲା। ପରେ ଅତିରିକ୍ତ ପୁଲିସ ପୁଣି ନିୟୋଜିତ କରାଯାଇଥିଲା। ଘଟଣାସ୍ଥଳରେ ବାଲେଶ୍ବର ଏସପି ସାଗରିକା ନାଥ ପହଞ୍ଚି ଲୋକଙ୍କୁ ଶାନ୍ତି ବଜାୟ ରଖିବା ଓ ରାସ୍ତାରୁ ହଟିବାକୁ ନିବେଦନ କରିଥିଲେ। ସ୍ଥିତି ନିୟନ୍ତ୍ରଣ କରିବାକୁ ଉପଜିଲ୍ଲାପାଳଙ୍କ ପକ୍ଷରୁ ଉତ୍ତେଜନା ପ୍ରବଣ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ସେପଟେ ବାଲେଶ୍ବର ପୀରହାଟ ଅଞ୍ଚଳରେ ଉତ୍ତେଜନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ଵର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
The post ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି appeared first on KNews Odisha.