ପ୍ରେମ-ପରିଣୟ-ମତାନ୍ତର ଓ ହତ୍ୟା, ଜୋର ଜବରଦସ୍ତି ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ମାରିଦେଲା ସ୍ବାମୀ

ଭୁବନେଶ୍ୱର : ରାଜଧାନୀ ଭରତପୁରରେ ଘଟିଛି ଅଭାବନୀୟ ଘଟଣା। ହତ୍ୟାକାରୀ ଆଉ କେହି ନୁହନ୍ତି ନିଜେ ସ୍ବାମୀ ପ୍ରଦ୍ୟୁମ୍ନ କୁମାର। ପ୍ରଦ୍ୟୁମ୍ନ ଜଣେ ଫାର୍ମସିଷ୍ଟ ଥିବା ବେଳେ ସ୍ତ୍ରୀ ଶୁଭଶ୍ରୀ ନାୟକ ମଧ୍ୟ ଫାର୍ମାସିଷ୍ଟ ଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ଓ ପରେ ବିବାହ ହୋଇଥିଲା। ହେଲେ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ହେଲା। ପରେ ଶୁଭଶ୍ରୀ ତାଙ୍କ ବାପାଙ୍କ ଘର ଖୋର୍ଦ୍ଧାରେ ରହିବାକୁ ଲାଗିଲେ। କିଛି ଦିନ ପରେ ପ୍ରଦ୍ୟୁମ୍ନ ତାଙ୍କୁ ମନାଇ ଆଣି ଘରକୁ […] The post ପ୍ରେମ-ପରିଣୟ-ମତାନ୍ତର ଓ ହତ୍ୟା, ଜୋର ଜବରଦସ୍ତି ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ମାରିଦେଲା ସ୍ବାମୀ appeared first on KNews Odisha.

ପ୍ରେମ-ପରିଣୟ-ମତାନ୍ତର ଓ ହତ୍ୟା, ଜୋର ଜବରଦସ୍ତି ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ମାରିଦେଲା ସ୍ବାମୀ
murder1

ଭୁବନେଶ୍ୱର : ରାଜଧାନୀ ଭରତପୁରରେ ଘଟିଛି ଅଭାବନୀୟ ଘଟଣା। ହତ୍ୟାକାରୀ ଆଉ କେହି ନୁହନ୍ତି ନିଜେ ସ୍ବାମୀ ପ୍ରଦ୍ୟୁମ୍ନ କୁମାର। ପ୍ରଦ୍ୟୁମ୍ନ ଜଣେ ଫାର୍ମସିଷ୍ଟ ଥିବା ବେଳେ ସ୍ତ୍ରୀ ଶୁଭଶ୍ରୀ ନାୟକ ମଧ୍ୟ ଫାର୍ମାସିଷ୍ଟ ଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ଓ ପରେ ବିବାହ ହୋଇଥିଲା। ହେଲେ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ହେଲା। ପରେ ଶୁଭଶ୍ରୀ ତାଙ୍କ ବାପାଙ୍କ ଘର ଖୋର୍ଦ୍ଧାରେ ରହିବାକୁ ଲାଗିଲେ। କିଛି ଦିନ ପରେ ପ୍ରଦ୍ୟୁମ୍ନ ତାଙ୍କୁ ମନାଇ ଆଣି ଘରକୁ ଆଣିଥିଲେ। ତେବେ ୨୮ ତାରିଖ ଦିନ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିବାବେଳେ ତାଙ୍କ ମାଆ ଫୋନ୍ କରିଥିଲେ।

ଦୁଇ ଯୁବତୀ ଫୋନ୍ ଉଠାଇ ଥିଲେ ଓ ଶୁଭଶ୍ରୀ କ୍ୟାପିଟାଲ ହସପିଟାଲ ରେ ଥିବା କହିଥିଲେ। ହସ୍ପିଟାଲ ଆସି ମା ତପସ୍ଵିନି ଦେଖିଲେ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଛି। ସେ ଏନେଇ FIR ରୁଜୁ କରିଥିଲେ।
ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ଶୁଭଶ୍ରୀଙ୍କୁ ଜବର ଦସ୍ତି ପ୍ରଦ୍ୟୁମ୍ନ ଓ ତାଙ୍କ ଦୁଇ ପ୍ରେମିକ ରୋଜି ପାତ୍ର ଓ ଇଜୀତା ଭୂୟାଁ ଓଭର ଡୋଜ ଆନାସଥେସିଆ ଦେଇଥିଲେ । ପୋଲିସକୁ ପ୍ରଦ୍ୟୁମ୍ନ ଓ ଦୁଇ ଯୁବତୀ ଶୁଭଶ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି କହୁଥିଲେ। ତେବେ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ କଲାବେଳେ ଏହା ଏକ ହତ୍ୟା ବୋଲି ଜାଣିବାକୁ ପାଇଥିଲେ।

ତେବେ ପ୍ରଦ୍ୟୁମ୍ନ ଦୁଇ ପ୍ରେମିକା ମୃତ୍ୟୁ ପାଇଁ ଦାୟୀ ବୋଲି ତାଙ୍କ ମାଆ ଅଭିଯୋଗ କରିଥିଲେ। ହତ୍ୟା ପଛରେ ପରକୀୟା ପ୍ରୀତି ବୋଲି ସନ୍ଦେହ କରୁଛି ପୋଲିସ। ତେବେ କେତେ ପରିମାଣ ଆନାସଥେସିଆ ଦିଆଯାଇଥିଲା? ପ୍ରଦ୍ୟୁମ୍ନଙ୍କ ପ୍ରେମରେ ଦୁଇ ଯୁବତୀ କିଭଳି ପଡ଼ିଲେ? ଦୁଇ ଯୁବତୀ ଇଞ୍ଜେକସନ ଦେଲାବେଳେ ଉପସ୍ଥିତ ଥିଲେ। ଯୋଜନା କେବେଠୁ ହୋଇଥିଲା? ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି।

ଏହି ମାମଲାରେ ମୁଖ୍ୟ ଅଭିଯକ୍ତଙ୍କ ସମେତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପ୍ରଦ୍ୟୁମ୍ନକୁ ରିମାଣ୍ଡ ରେ ଆଣି ପଚରା ଉଚୁରା କରିବ ପୋଲିସ । ସେହିପରି ରିମାଣ୍ଡ ସମୟରେ କ୍ରାଇମ୍ ସିନ୍ ରିକ୍ରିଏଶନ କରିବ ପୋଲିସ୍।

The post ପ୍ରେମ-ପରିଣୟ-ମତାନ୍ତର ଓ ହତ୍ୟା, ଜୋର ଜବରଦସ୍ତି ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ମାରିଦେଲା ସ୍ବାମୀ appeared first on KNews Odisha.