ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଅଭିଯୁକ୍ତ ଗଲେ ଜେଲ୍
ଦିଗପହଣ୍ଡି/ଚିକିଟି୩୦ା୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ରହ୍ମା ନଗର ସନ୍ତୋଷ କୁମାର ପଣ୍ଡାଙ୍କ ଘରୁ ଗତ ୭ ତାରିଖ ବିଳମ୍ବିତ ରାତିରେ ଚୋରି ଯାଇଥିବା ଘଟଣାର ପର୍ଦ୍ଦାଫାଶ କରିଛି କେ.ନୂଆଗାଁ ଥାନା ପୋଲିସ। ବୁଧବାର ଏହି ଚୋରି ଘଟଣାରେ ସମ୍ପୃକ୍ତ କେ.ନୂଆଗାଁ ଥାନା ଭୋଳାସିଙ୍ଗି ଗ୍ରାମର ଲକି ଓରଫ ଲକ୍ଷ୍ମୀକାନ୍ତ ସାହୁ, ବି.ବିକାଶ ରାଓ ଏବଂ ସତ୍ୟବାନ ସାହୁଙ୍କୁ ଥାନା ମାମଲା ନଂ.୩୦୪/୨୪ ଅନୁଯାୟୀ ପାତ୍ରପୁର କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ଆବେଦନ […] The post ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଅଭିଯୁକ୍ତ ଗଲେ ଜେଲ୍ appeared first on Dharitri Odia News.
ଦିଗପହଣ୍ଡି/ଚିକିଟି୩୦ା୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ରହ୍ମା ନଗର ସନ୍ତୋଷ କୁମାର ପଣ୍ଡାଙ୍କ ଘରୁ ଗତ ୭ ତାରିଖ ବିଳମ୍ବିତ ରାତିରେ ଚୋରି ଯାଇଥିବା ଘଟଣାର ପର୍ଦ୍ଦାଫାଶ କରିଛି କେ.ନୂଆଗାଁ ଥାନା ପୋଲିସ। ବୁଧବାର ଏହି ଚୋରି ଘଟଣାରେ ସମ୍ପୃକ୍ତ କେ.ନୂଆଗାଁ ଥାନା ଭୋଳାସିଙ୍ଗି ଗ୍ରାମର ଲକି ଓରଫ ଲକ୍ଷ୍ମୀକାନ୍ତ ସାହୁ, ବି.ବିକାଶ ରାଓ ଏବଂ ସତ୍ୟବାନ ସାହୁଙ୍କୁ ଥାନା ମାମଲା ନଂ.୩୦୪/୨୪ ଅନୁଯାୟୀ ପାତ୍ରପୁର କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି କିଶୋର କୁମାର ସାମଲ ଜଣାଇଛନ୍ତି।ଘଟଣାଦିନ ରାତିରେ ପୂର୍ବ ଯୋଜନା ପ୍ରକାରେ ଅଭିଯୁକ୍ତମାନେ ସନ୍ତୋଷଙ୍କ ଘରେ ପଶି ସୁନା ଅଳଙ୍କାର ଏବଂ ଟଙ୍କା ଚୋରି କରି ନେଇଥିଲେ। ଘଟଣାର ପରଦିନ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ ଚଳାଇବା ସହ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ଭୋଳାସିଙ୍ଗି ଗ୍ରାମର ଲକି ଓରଫ ଲକ୍ଷ୍ମୀକାନ୍ତ ସାହୁଙ୍କୁ ତଦନ୍ତକାରୀ ଅଧିକାରୀ ଚିକିଟି ଫାଣ୍ଡି ଏସ୍.ଆଇ ରଞ୍ଜିତ କୁମାର ମହାପାତ୍ର ଗିରଫ କରି ତାଙ୍କ ନିକଟରୁ ଏକ ସୁନା ମଙ୍ଗଳସୂତ୍ର , ସୁନାହାର,୨ଟି କାନଫୁଲ, ମୁଦି,୨ ଟି ରୁପା ପାଉଁଜି,୪୦ ହଜାର ଟଙ୍କା ଏବଂ ଚୋରି ଯାଇଥିବା ସନ୍ତୋଷଙ୍କ ଆଧାରକାର୍ଡ ଜବତ କରିଥିଲେ। ଅଭିଯୁକ୍ତ ଲକିଙ୍କ ସୂଚନା କ୍ରମେ ଚୋରି ଘଟଣାରେ ସମ୍ପୃକ୍ତ ବିକାଶ ଏବଂ ସତ୍ୟବାନଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଗୋଳନ୍ଥରା ଥାନା ସୁନାପୁର ଗ୍ରାମର ବିଜୁ ଓରଫ ମନୋଜ ବେହେରା ଫେରାର ଥିବା ଜଣାପଡ଼ିଛି। ଘଟଣାଦିନ ଚୋରି କରିବା ପରେ ଅଭିଯୁକ୍ତ ଲକି ସମସ୍ତ ସୁନା ଗହଣା ଏବଂ ଟଙ୍କା ନିଜ ପାଖରେ ରଖିଥିଲେ। ପରେ ସେ ଆନ୍ଧ୍ର ପ୍ରଦେଶ ଇଚ୍ଛାପୁରର ଜଣେ ଗହଣା ବ୍ୟବସାୟୀଙ୍କୁ କିଛି ଗହଣା ବିକ୍ରି କରି ତାଙ୍କ ନିକଟରୁ ୧ ଲକ୍ଷ ୧୩ ହଜାର ୬୫ ଟଙ୍କା ଆଣିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
The post ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଅଭିଯୁକ୍ତ ଗଲେ ଜେଲ୍ appeared first on Dharitri Odia News.