ହନୁ ଶୁଣିଲା ହନୁମାନ ଚାଳିଶା

ଯୋଡ଼ା,୩।୧।୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ମଙ୍ଗଳା ମନ୍ଦିରରେ ମଙ୍ଗଳବାର ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ସକାଳ ୮ଟାରେ ପୂଜକ ରଜନୀକାନ୍ତ ଦାସ ଆଳତି ପରେ ପୁଷ୍ପାଞ୍ଜଳି ଦେବା ସମୟରେ ଏକ ହନୁ ମାଙ୍କଡ଼ ମନ୍ଦିର ଭିତରକୁ ପଶି ଯାଇଥିଲା। ମନ୍ଦିର ଭିତରେ ମାଙ୍କଡ଼ଟି ବସି ରହିବା ପରେ ପୂଜକ ହନୁମାନ ଚାଳିଶା ପାଠ ଆରମ୍ଭ କରିଥିଲେ। ମାଙ୍କଡ଼ଟି ସ୍ଥିର ଭାବେ ବସିରହି ହନୁମାନ ଚାଳିଶା ଶୁଣିଥିଲା। ପୂଜକ ହନୁମାନ ଚାଳିଶା ପାଠ କରି ସାରିବା […] The post ହନୁ ଶୁଣିଲା ହନୁମାନ ଚାଳିଶା appeared first on Dharitri Odia News.

ହନୁ ଶୁଣିଲା ହନୁମାନ ଚାଳିଶା

ଯୋଡ଼ା,୩।୧।୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ମଙ୍ଗଳା ମନ୍ଦିରରେ ମଙ୍ଗଳବାର ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ସକାଳ ୮ଟାରେ ପୂଜକ ରଜନୀକାନ୍ତ ଦାସ ଆଳତି ପରେ ପୁଷ୍ପାଞ୍ଜଳି ଦେବା ସମୟରେ ଏକ ହନୁ ମାଙ୍କଡ଼ ମନ୍ଦିର ଭିତରକୁ ପଶି ଯାଇଥିଲା। ମନ୍ଦିର ଭିତରେ ମାଙ୍କଡ଼ଟି ବସି ରହିବା ପରେ ପୂଜକ ହନୁମାନ ଚାଳିଶା ପାଠ ଆରମ୍ଭ କରିଥିଲେ। ମାଙ୍କଡ଼ଟି ସ୍ଥିର ଭାବେ ବସିରହି ହନୁମାନ ଚାଳିଶା ଶୁଣିଥିଲା। ପୂଜକ ହନୁମାନ ଚାଳିଶା ପାଠ କରି ସାରିବା ପରେ ମାଙ୍କଡ଼ଟି ସେଠାରୁ ପଳାଇଯାଇଥିଲା। ମନ୍ଦିରକୁ ଆସିଥିବା ଭକ୍ତମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ।

The post ହନୁ ଶୁଣିଲା ହନୁମାନ ଚାଳିଶା appeared first on Dharitri Odia News.