୬ଷ୍ଠ ଅର୍ଥ କମିଶନ ଗଠିତ, ଅରୁଣ ପଣ୍ଡା ଅଧ୍ୟକ୍ଷ
ଭୁବନେଶ୍ୱର,୨୩ା୧(ଅନିଲ ଦାସ): ରାଜ୍ୟ ସରକାର ବୁଧବାର ଷଷ୍ଠ ଅର୍ଥ କମିଶନ ଗଠନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ୫ ଜଣ ସଦସ୍ୟ ରହିଛନ୍ତି। ବୁଧବାର ଅର୍ଥ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟପାଳ ନିଜ କ୍ଷମତାର ଉପଯୋଗ କରି ରାଜ୍ୟ ଷଷ୍ଠ ଅର୍ଥ କମିଶନ ଗଠନ କରିଛନ୍ତି। ଆୟୋଗ ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡା ଥିବାବେଳେ ସଦସ୍ୟ ଭାବେ ଏକ୍ସଆଇଏମ୍ବି ପ୍ରଫେସର ଅସିତ୍ ରଞ୍ଜନ […] The post ୬ଷ୍ଠ ଅର୍ଥ କମିଶନ ଗଠିତ, ଅରୁଣ ପଣ୍ଡା ଅଧ୍ୟକ୍ଷ appeared first on Dharitri Odia News.
ଭୁବନେଶ୍ୱର,୨୩ା୧(ଅନିଲ ଦାସ): ରାଜ୍ୟ ସରକାର ବୁଧବାର ଷଷ୍ଠ ଅର୍ଥ କମିଶନ ଗଠନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ୫ ଜଣ ସଦସ୍ୟ ରହିଛନ୍ତି। ବୁଧବାର ଅର୍ଥ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟପାଳ ନିଜ କ୍ଷମତାର ଉପଯୋଗ କରି ରାଜ୍ୟ ଷଷ୍ଠ ଅର୍ଥ କମିଶନ ଗଠନ କରିଛନ୍ତି। ଆୟୋଗ ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡା ଥିବାବେଳେ ସଦସ୍ୟ ଭାବେ ଏକ୍ସଆଇଏମ୍ବି ପ୍ରଫେସର ଅସିତ୍ ରଞ୍ଜନ ମହାନ୍ତି, ପୁଡୁଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ପ୍ରଫେସର ଅମରେଶ ସାମନ୍ତରାୟ, ଟାଟା ଇନ୍ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(ଟିଆଇଏସ୍ଏସ୍)ର ବିଭୁପ୍ରସାଦ ନାୟକ ଏବଂ ସଦସ୍ୟ ସଚିବ ଭାବେ ଅର୍ଥ ବିଭାଗର ଅତିରିକ୍ତ ସଚିବ ସତ୍ୟପ୍ରିୟ ରଥଙ୍କୁ ସାମିଲ କରାଯାଇଛି। ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବାର ୬ ମାସ ପର୍ଯ୍ୟନ୍ତ ରହିବ। ସଦସ୍ୟ ସଚିବଙ୍କ ବ୍ୟତୀତ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ଆୟୋଗରେ ପୂର୍ଣ୍ଣକାଳୀନ ଅବା ପାର୍ଟଟାଇମ୍ ସେବା ପ୍ରଦାନ କରିପାରିବେ। ସଦସ୍ୟ ସଚିବ ନିଜର କାର୍ଯ୍ୟ ସହ ଆୟୋଗ ନିମନ୍ତେ ପୂର୍ଣ୍ଣକାଳୀନ ସେବା ଦେବେ।
କମିଶନଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ୬ ମାସ ପାଇଁ ବୈଧ ରହିବ। କମିଶନ ୨୦୨୬ ଏପ୍ରିଲ ପହିଲାରୁ ପରବର୍ତ୍ତୀ ୫ ବର୍ଷ ପାଇଁ ରାଜ୍ୟର ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ସୁପାରିସ କରିବେ। ରାଜ୍ୟ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିସକୁ କିଭଳି କାର୍ଯ୍ୟକାରୀ କରାଯାଇଛି ତା’ର ମଧ୍ୟ ସମୀକ୍ଷା କରିବେ।କମିଶନ ଯେଉଁସବୁ ସୁପାରିସ ତାଙ୍କ ରିପୋର୍ଟରେ କରିବେ, ତାହା କେଉଁ ମାନକ ଆଧାରରେ ପ୍ରସ୍ତୁତ କରିଛନ୍ତି ସେ ନେଇ ସରକାରଙ୍କୁ ଅବଗତ କରାଇବେ। ଆୟୋଗ ମୁଖ୍ୟତଃ ରାଜ୍ୟ ଓ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଓ ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥା ମଧ୍ୟରେ ଟିକସ ଆବଣ୍ଟନ, ଦାୟିତ୍ୱ, ରାଜ୍ୟ ଦ୍ୱାରା ସଂଗୃହୀତ ଟୋଲ୍ ଓ ଫି ଆଦି ସମ୍ପର୍କରେ ନିଜର ରିପୋର୍ଟ ଦେବେ।
ସେହିପରି ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଓ ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥା ଦ୍ୱାରା କେଉଁସବୁ କ୍ଷେତ୍ରରେ ଟିକସ, ଦାୟିତ୍ୱ, ଟୋଲ୍ ଓ ଫି ନିର୍ଦ୍ଧାରଣ କରାଯିବ ତାହା ଆୟୋଗ ତାଙ୍କ ରିପୋର୍ଟରେ ଦର୍ଶାଇବେ। ରାଜ୍ୟର କନ୍ସୋଲିଡେଟେଡ୍ ପାଣ୍ଠିରୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଓ ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥାକୁ କେତେ ଅନୁଦାନ ଦିଆଯିବ ତାହା କମିଶନ ସୁପାରିସ କରିବେ।
The post ୬ଷ୍ଠ ଅର୍ଥ କମିଶନ ଗଠିତ, ଅରୁଣ ପଣ୍ଡା ଅଧ୍ୟକ୍ଷ appeared first on Dharitri Odia News.