ପୋଲିସ ପଞ୍ଝାରେ କୁଖ୍ୟାତ ଅପରାଧୀ, ୫ ବନ୍ଧୁକ ସହ ୨୦ ରାଉଣ୍ଡ ଗୁଳି ଜବତ
ଭୁବନେଶ୍ୱର ୨୭।୦୩ : ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ଜିରୋ ଟଲେରାନ୍ସ । କମିଶନରେଟ୍ ପୋଲିସ ପଞ୍ଝାରେ କୁଖ୍ୟାତ ଅପରାଧୀ । ୫ ବନ୍ଧୁକ ସହ ମାଗାଜିନ୍, ୨୦ ରାଉଣ୍ଡ ଗୁଳି ସହ ୨ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଖବର ଅନୁଯାୟୀ, ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚାଲିଛି ଚଢାଉ । ଏହିକ୍ରମରେ କମିଶନରେଟ୍ ପୋଲିସ ପଞ୍ଝାରେ କୁଖ୍ୟାତ ଅପରାଧୀ । ଅପରାଧ ଘଟଇବା ପୂର୍ବରୁ ସ୍ପେଶାଲ କ୍ରାଇମ୍ ୟୁନିଟ ହାବୁଡ଼ରେ ପଡିଛି ହାର୍ଡକୋର କ୍ରିମିନାଲ । ଗିରଫ ଅପରାଧୀଙ୍କ ନିକଟରୁ ୫ଟି ବନ୍ଧୁକ ସହ ମାଗାଜିନ, ୨୦ ରାଉଣ୍ଡ ଗୁଳି ଜବତ ହୋଇଛି । ତେବେ ଏହି ଅପରାଧୀଙ୍କୁ ଗିରଫ ପରେ ପଚରାଉଚରା କରୁଛି ପୋଲିସ । ଏହି ଗ୍ରୁପରେ ଆଉ କିଏ କିଏ ସାମିଲ ଅଛନ୍ତି । ବିଗତ ଦିନମାନଙ୍କରେ କେଉଁ କେଉଁ ଅପରାଧ ସହିତ ଜଡିତ ହୋଇ ରହିଛନ୍ତି । ସେନେଇ ପଚରାଉଚରା କରୁଛି କମିଶନରେଟ ପୋଲିସ ।
ଭୁବନେଶ୍ୱର ୨୭।୦୩ : ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ଜିରୋ ଟଲେରାନ୍ସ । କମିଶନରେଟ୍ ପୋଲିସ ପଞ୍ଝାରେ କୁଖ୍ୟାତ ଅପରାଧୀ । ୫ ବନ୍ଧୁକ ସହ ମାଗାଜିନ୍, ୨୦ ରାଉଣ୍ଡ ଗୁଳି ସହ ୨ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ଖବର ଅନୁଯାୟୀ, ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚାଲିଛି ଚଢାଉ । ଏହିକ୍ରମରେ କମିଶନରେଟ୍ ପୋଲିସ ପଞ୍ଝାରେ କୁଖ୍ୟାତ ଅପରାଧୀ । ଅପରାଧ ଘଟଇବା ପୂର୍ବରୁ ସ୍ପେଶାଲ କ୍ରାଇମ୍ ୟୁନିଟ ହାବୁଡ଼ରେ ପଡିଛି ହାର୍ଡକୋର କ୍ରିମିନାଲ । ଗିରଫ ଅପରାଧୀଙ୍କ ନିକଟରୁ ୫ଟି ବନ୍ଧୁକ ସହ ମାଗାଜିନ, ୨୦ ରାଉଣ୍ଡ ଗୁଳି ଜବତ ହୋଇଛି ।
ତେବେ ଏହି ଅପରାଧୀଙ୍କୁ ଗିରଫ ପରେ ପଚରାଉଚରା କରୁଛି ପୋଲିସ । ଏହି ଗ୍ରୁପରେ ଆଉ କିଏ କିଏ ସାମିଲ ଅଛନ୍ତି । ବିଗତ ଦିନମାନଙ୍କରେ କେଉଁ କେଉଁ ଅପରାଧ ସହିତ ଜଡିତ ହୋଇ ରହିଛନ୍ତି । ସେନେଇ ପଚରାଉଚରା କରୁଛି କମିଶନରେଟ ପୋଲିସ ।