ଏକ୍ସ’କୁ ବ୍ୟାନ୍
ସାଓ ପାଉଲୋ, ୧।୯: ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଏକ୍ସ’କୁ ଶନିବାର ବ୍ରାଜିଲ ବ୍ୟାନ୍ କରିଛି। ୨୪ ଘଣ୍ଟା ମଧ୍ୟରେ ଜଣେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଶୁକ୍ରବାର ବ୍ରାଜିଲର ସୁପ୍ରିମକୋର୍ଟ ଏକ୍ସ’କୁ ଡେଡ୍ଲାଇନ ଜାରି କରିଥିଲେ। ତେବେ ଏକ୍ସ’ ପକ୍ଷରୁ ବ୍ରାଜିଲରେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ନ ଥିବାରୁ ଜଷ୍ଟିସ୍ ଆଲେକଜାଣ୍ଡର ଡି ମାରିଆସ ଦେଶବ୍ୟାପୀ ଏହାକୁ ବ୍ୟାନ୍ କରିବା ପାଇଁ ଆଦେଶ ଜାରି କରିଛନ୍ତି। ଏହାପୂର୍ବରୁ ଗତ ୧୭ ତାରିଖରେ ଏକ୍ସ’ ନିଜର ପୁରୁଣା […] The post ଏକ୍ସ’କୁ ବ୍ୟାନ୍ appeared first on Dharitri Odia News.
ସାଓ ପାଉଲୋ, ୧।୯: ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଏକ୍ସ’କୁ ଶନିବାର ବ୍ରାଜିଲ ବ୍ୟାନ୍ କରିଛି। ୨୪ ଘଣ୍ଟା ମଧ୍ୟରେ ଜଣେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଶୁକ୍ରବାର ବ୍ରାଜିଲର ସୁପ୍ରିମକୋର୍ଟ ଏକ୍ସ’କୁ ଡେଡ୍ଲାଇନ ଜାରି କରିଥିଲେ। ତେବେ ଏକ୍ସ’ ପକ୍ଷରୁ ବ୍ରାଜିଲରେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ନ ଥିବାରୁ ଜଷ୍ଟିସ୍ ଆଲେକଜାଣ୍ଡର ଡି ମାରିଆସ ଦେଶବ୍ୟାପୀ ଏହାକୁ ବ୍ୟାନ୍ କରିବା ପାଇଁ ଆଦେଶ ଜାରି କରିଛନ୍ତି। ଏହାପୂର୍ବରୁ ଗତ ୧୭ ତାରିଖରେ ଏକ୍ସ’ ନିଜର ପୁରୁଣା ଆଇନ ଅଧିକାରୀଙ୍କୁ ଜେଲ୍ରେ ରଖିବାକୁ ବ୍ରାଜିଲରୁ ଧମକ ମିଳୁଥିବା ଦାବିକରି ନିଜର କାର୍ଯ୍ୟାଳୟକୁ ବନ୍ଦ କରିଦେଇଥିଲା। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଅନେକ ମାସ ଧରି ଦେଶରେ ଜଣେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରିବା ନେଇ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ନ କରିବାରୁ ବ୍ରାଜିଲରେ ଏକ୍ସ’ ବିବାଦରେ ରହିଆସିଥିଲା। ଦେଶର ଗଣତନ୍ତ୍ରକୁ ଦୁର୍ବଳ କରୁଥିବା କଣ୍ଟେଣ୍ଟ୍କୁ ପ୍ରୋତ୍ସାହନ ଯୋଗାଉଥିବା ଏକ୍ସ’ର ଅଧିକାରୀମାନଙ୍କୁ ହଟାଇବାକୁ ବ୍ରାଜିଲରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଉଥିଲା। ତେବେ ନିର୍ଦ୍ଦେଶ ପାଳନ ନ କରିଥିବା ହେତୁ ବ୍ରାଜିଲର ସୁପ୍ରିମ ଫେଡେରାଲ କୋର୍ଟ ଏକ୍ସ’ ଉପରେ ୩ ମିଲିୟନ ଡଲାରର ଜରିମାନା ଲଗାଇଛନ୍ତି।
The post ଏକ୍ସ’କୁ ବ୍ୟାନ୍ appeared first on Dharitri Odia News.