ବିକୁଥିଲେ ଅପମିଶ୍ରିତ ମଦ ପହଞ୍ଚିଗଲେ ଅବକାରୀ ଟିମ୍, ପରେ ଯାହା ହେଲା…
ଦିଗପହଣ୍ଡି,୧୬ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍ ବି.ତୁରୁବୁଡ଼ି ପଞ୍ଚାୟତ କିଞ୍ଚରଡ଼ା ଗ୍ରାମରେ ଶୁକ୍ରବାର ସକାଳେ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ସଦଳବଳେ ଚଢାଉ କରିଥିଲେ। ଏହି ଚଢ଼ାଉରେ କାଳୁ ମଲ୍ଲିକଙ୍କ ନିକଟରୁ ୧୨୦ ଲିଟର ଅପମିଶ୍ରିତ ଦେଶୀମଦ ଜବତ ହୋଇଛି। କେଶ୍ ନଂ.୯/୨୫ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଦିଗପହଣ୍ଡି ଅବକାରୀ ଏସଆଇ ଅନୀତା […] The post ବିକୁଥିଲେ ଅପମିଶ୍ରିତ ମଦ ପହଞ୍ଚିଗଲେ ଅବକାରୀ ଟିମ୍, ପରେ ଯାହା ହେଲା… appeared first on Dharitri Odia News.
ଦିଗପହଣ୍ଡି,୧୬ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍ ବି.ତୁରୁବୁଡ଼ି ପଞ୍ଚାୟତ କିଞ୍ଚରଡ଼ା ଗ୍ରାମରେ ଶୁକ୍ରବାର ସକାଳେ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ସଦଳବଳେ ଚଢାଉ କରିଥିଲେ। ଏହି ଚଢ଼ାଉରେ କାଳୁ ମଲ୍ଲିକଙ୍କ ନିକଟରୁ ୧୨୦ ଲିଟର ଅପମିଶ୍ରିତ ଦେଶୀମଦ ଜବତ ହୋଇଛି। କେଶ୍ ନଂ.୯/୨୫ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଦିଗପହଣ୍ଡି ଅବକାରୀ ଏସଆଇ ଅନୀତା ପ୍ରଧାନ, ଏଏସଆଇ ଏନ.ତ୍ରିପତି ସଦଳବଳେ ଜନଜାତି ବହୁଳ ପିଲିକାଢିଅ, ବଡ଼ବୁରୁଡ଼ା, ଚଢ଼େୟାଗର୍ଦ ପ୍ରଭୃତି ଗ୍ରାମ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ପିଲିକାଢିଅ ଗ୍ରାମ ରାସ୍ତାକଡରେ ୨ଟି ପ୍ଲାଷ୍ଟିକ ଜାରକିନ ଧରି ସନ୍ଦେହଜନକ ଅବସ୍ଥାରେ ବସିଥିବା ଗ୍ରାମର ଯଶୋଦା ମଲ୍ଲିକଙ୍କୁ ତଲାସି କରିବାରେ ଜାରକିନରେ ଅପମିଶ୍ରିତ ୪୦ଲିଟର ଦେଶୀମଦ ଥିବା ଜଣାପଡିଥିଲା। ଅବକାରୀ ଏସଆଇ ତାଙ୍କ ନିକଟରୁ ମଦ ଜବତ କରି ଅବକାରୀ ଥାନା ମାମଲା ନଂ.୨୬/୨୫ ଅନୁଯାୟୀ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିଲେ। ସେହିପରି ବଡ଼ବୁରୁଦା ଗ୍ରାମ ନିକଟରୁ ଚଢେୟାଗର୍ଦ ଗ୍ରାମର ଗୁରୁନାଥ ମଲ୍ଲିକଙ୍କ ନିକଟରୁ ୧୬ ଲିଟର ଦେଶୀମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରି ମାମଲା ନଂ.୨୭/୨୫ ଅନୁଯାୟୀ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
The post ବିକୁଥିଲେ ଅପମିଶ୍ରିତ ମଦ ପହଞ୍ଚିଗଲେ ଅବକାରୀ ଟିମ୍, ପରେ ଯାହା ହେଲା… appeared first on Dharitri Odia News.