ଜନଜାତି ଛାତ୍ରୀ ନିବାସ ମାଟ୍ରନ ମାନଙ୍କ ପାରିଶ୍ରମିକ ୧୫୦୦୦ ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର(କେନ୍ୟୁଜ) : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକରେ କର୍ଯ୍ୟରତ ମହିଳା ମାଟ୍ରନ ମାନଙ୍କର ମାସିକ ପାରିଶ୍ରମିକ ୧୦୦୦୦ ଟଙ୍କା ରୁ ୧୫୦୦୦ ଟଙ୍କା କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି। ଏତଦ୍ ବ୍ୟତୀତ, ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟ ବଶତଃ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ ଏକକାଳୀନ ଦୁଇ ଲକ୍ଷ […] The post ଜନଜାତି ଛାତ୍ରୀ ନିବାସ ମାଟ୍ରନ ମାନଙ୍କ ପାରିଶ୍ରମିକ ୧୫୦୦୦ ଟଙ୍କାକୁ ବୃଦ୍ଧି appeared first on KNews Odisha.

ଭୁବନେଶ୍ୱର(କେନ୍ୟୁଜ) : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକରେ କର୍ଯ୍ୟରତ ମହିଳା ମାଟ୍ରନ ମାନଙ୍କର ମାସିକ ପାରିଶ୍ରମିକ ୧୦୦୦୦ ଟଙ୍କା ରୁ ୧୫୦୦୦ ଟଙ୍କା କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି।
ଏତଦ୍ ବ୍ୟତୀତ, ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟ ବଶତଃ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ ଏକକାଳୀନ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ୬୦ ବର୍ଷରେ କାର୍ଯ୍ୟ ନିବୃତ୍ତ ହେବା ସମୟରେ ସେମାନଙ୍କୁ ଏକ କାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କର ବାର୍ଷିକ ୧୫ କୋଟିରୁ ଉର୍ଦ୍ଧ ଖର୍ଚ୍ଚ କରିବେ।
The post ଜନଜାତି ଛାତ୍ରୀ ନିବାସ ମାଟ୍ରନ ମାନଙ୍କ ପାରିଶ୍ରମିକ ୧୫୦୦୦ ଟଙ୍କାକୁ ବୃଦ୍ଧି appeared first on KNews Odisha.