ବର୍ଷା, ଭୂସ୍ଖଳନରେ ଭାସିଗଲା ମାର୍କଣ୍ଡ ନଦୀର ଭସା ପୋଲ, ଫସିଛନ୍ତି ୫୦ ତୀର୍ଥଯାତ୍ରୀ

ଉତ୍ତରାଖଣ୍ଡ ୨୬/୭: ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ ଜାରି ରହିଛି  । ପ୍ରବଳ ବର୍ଷାରେ ଭାସିଗଲା ମଦମହେଶ୍ବର ମନ୍ଦିର ନିକଟରେ ଥିବା ମାର୍କଣ୍ଡ ନଦୀର ଭସା ପୋଲ । ଫସିରହିଛନ୍ତି ୫୦ ତୀର୍ଥଯାତ୍ରୀ । ମାର୍କଣ୍ଡ ନଦୀର ଅସ୍ଥାୟୀ କାଠ ପୋଲ ଧୋଇଯିବାରୁ ମନ୍ଦିରକୁ ଯିବାଆସିବାରେ ବାଧା ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ତୀର୍ଥଯାତ୍ରା ସ୍ଥଗିତ ରଖାଯାଇଛି । ଆଇଏମ୍‌ଡି ପକ୍ଷରୁ ଡେରାଡୁନ ଓ ବାଗେଶ୍ବର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ଏହି ସବୁ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାହାଡିଆ ଅଞ୍ଚଳକୁ ନଯିବା ପାଇଁ ସତର୍କ କରାଇଛି ପ୍ରଶାସନ ।  