IAS ଧୀମାନ ଚକମାଙ୍କ ତ୍ରିପୁରାସ୍ଥିତ ଜନ୍ମସ୍ଥାନରେ ତଦନ୍ତ କଲା ଓଡ଼ିଶା ଭିଜିଲାନ୍ସ

ଭୁବନେଶ୍ୱର,୧୮।୬: ଲାଞ୍ଚ ନେବା ମାମଲାରେ ଗିରଫ ହୋଇଥିବା ଆଇଏଏସ ଅଧିକାରୀ ଧୀମାନ ଚକମାଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ତଦନ୍ତ ପାଇଁ ତ୍ରିପୁରା ଓ ହିମାଚଳ ପ୍ରଦେଶରେ ଓଡିଶା ଭିଜିଲାନ୍ସର ତିନିଟି ଦଳ ଚଢ଼ାଉ କରିଛି। ଭିଜିଲାନ୍ସ ଏକ ବିବୃତିରେ କହିଛି ଯେ ଦଳଗୁଡ଼ିକ ଉତ୍ତର ତ୍ରିପୁରାର କାଞ୍ଚନପୁରରେ ଚକମାଙ୍କ ବାସଭବନ ଏବଂ ହିମାଚଳ ପ୍ରଦେଶର କୁଲୁ ଜିଲାର ମନାଲି ଥାନା ଅଧୀନ ସାମିନାଲା ଓ ଲାହୋଲ-ସ୍ପିଟି ଜିଲାର କେୟଲଙ୍ଗ ଥାନା ଅଧୀନ ରାଙ୍ଗବେଇରେ ଥିବା ତାଙ୍କ ଶ୍ୱଶୁର […] The post IAS ଧୀମାନ ଚକମାଙ୍କ ତ୍ରିପୁରାସ୍ଥିତ ଜନ୍ମସ୍ଥାନରେ ତଦନ୍ତ କଲା ଓଡ଼ିଶା ଭିଜିଲାନ୍ସ appeared first on Dharitri Odia News.

IAS ଧୀମାନ ଚକମାଙ୍କ ତ୍ରିପୁରାସ୍ଥିତ ଜନ୍ମସ୍ଥାନରେ ତଦନ୍ତ କଲା ଓଡ଼ିଶା ଭିଜିଲାନ୍ସ

ଭୁବନେଶ୍ୱର,୧୮।୬: ଲାଞ୍ଚ ନେବା ମାମଲାରେ ଗିରଫ ହୋଇଥିବା ଆଇଏଏସ ଅଧିକାରୀ ଧୀମାନ ଚକମାଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ତଦନ୍ତ ପାଇଁ ତ୍ରିପୁରା ଓ ହିମାଚଳ ପ୍ରଦେଶରେ ଓଡିଶା ଭିଜିଲାନ୍ସର ତିନିଟି ଦଳ ଚଢ଼ାଉ କରିଛି।

ଭିଜିଲାନ୍ସ ଏକ ବିବୃତିରେ କହିଛି ଯେ ଦଳଗୁଡ଼ିକ ଉତ୍ତର ତ୍ରିପୁରାର କାଞ୍ଚନପୁରରେ ଚକମାଙ୍କ ବାସଭବନ ଏବଂ ହିମାଚଳ ପ୍ରଦେଶର କୁଲୁ ଜିଲାର ମନାଲି ଥାନା ଅଧୀନ ସାମିନାଲା ଓ ଲାହୋଲ-ସ୍ପିଟି ଜିଲାର କେୟଲଙ୍ଗ ଥାନା ଅଧୀନ ରାଙ୍ଗବେଇରେ ଥିବା ତାଙ୍କ ଶ୍ୱଶୁର ଘରେ ଯାଞ୍ଚ ଓ ତଲାସୀ କାର୍ଯ୍ୟ କରିଛନ୍ତି।

ଭବାନୀପାଟଣାସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ହୋଇଥିବା ଓ୍ଵାରେଣ୍ଟ ଆଧାରରେ ଏହି ତଲାସୀ କାର୍ଯ୍ୟ କରାଯାଇଛି।

ଭିଜିଲାନ୍ସ କହିଛି, “ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ଉପକରଣରେ ଜମା ଓ ନିବେଶ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଦଲିଲଗୁଡ଼ିକ ସଂଗ୍ରହ ଓ ଯାଞ୍ଚ କରାଯାଉଛି। ଅନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ସହ ଆୟ ବହିର୍ଭୁତ୍ତ (DA) ଦୃଷ୍ଟିକୋଣରୁ ଯାଞ୍ଚ କରାଯାଉଛି। ତଲାସୀ କାର୍ଯ୍ୟ ଏବେ ବି ଜାରି ରହିଛି।”

ଉଲ୍ଲେଖଯୋଗ୍ୟ ଯେ ଚକମା, ୨୦୨୧ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ, ଜୁନ ୮ ତାରିଖରେ ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗି ଗ୍ରହଣ କରୁଥିବା ବେଳେ ଧରାପଡ଼ିଥିଲେ। ସେ କାଳାହାଣ୍ଡି ଜିଲାର ଧର୍ମଗଡ଼ରେ ସବ୍‌-କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ।

ଆଇଏଏସ ଅଧିକାରୀ ଜଣେ ବ୍ୟବସାୟୀଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ବ୍ୟବସାୟୀ ଏ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।
ଭିଜିଲାନ୍ସ ଅଧିକାରୀମାନେ ଧର୍ମଗଡ଼ରେ ଥିବା ତାଙ୍କ ସରକାରୀ ବାସଭବନରେ ଅଭିଯୋଗକାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଆଇଏଏସ ଅଧିକାରୀଙ୍କୁ ଧରିଥିଲେ।

ଅଧିକାରୀମାନେ ଆଇଏଏସ ଅଧିକାରୀଙ୍କ ସରକାରୀ ବାସଭବନରେ ତଲାସୀ ବେଳେ ଅତିରିକ୍ତ ୪୭ ଲକ୍ଷ ଟଙ୍କା ନଗଦ ମଧ୍ୟ ଜବତ କରିଥିଲେ। ପରେ ଆଇଏଏସ ଅଧିକାରୀଙ୍କୁ ଗିରଫ କରାଯାଇ ସେବାରୁ ନିଲମ୍ବିତ କରାଯାଇଛି।

The post IAS ଧୀମାନ ଚକମାଙ୍କ ତ୍ରିପୁରାସ୍ଥିତ ଜନ୍ମସ୍ଥାନରେ ତଦନ୍ତ କଲା ଓଡ଼ିଶା ଭିଜିଲାନ୍ସ appeared first on Dharitri Odia News.