ସେମିଫାଇନାଲ ନ ଖେଳି ବିଶ୍ୱକପ୍‌ ଫାଇନାଲ୍‌ ଯିବ ଭାରତ: କାହିଁକି ଏମିତି କହିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ,୨୭।୬: ଟି-୨୦ ବିଶ୍ୱକପ୍‌ ୨୦୨୪ ଆଜି ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡର ଦଳ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ମ୍ୟାଚ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ତେବେ ଏହି ସେମିଫାଇନାଲ ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଆଇସିସି ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ଭନ କହିଛନ୍ତି, ଆଇସିସି ଭାରତୀୟ ଦଳକୁ ସୁବିଧା ଦେଉଛି ଏବଂ ଅନ୍ୟ ଦଳକୁ ମଧ୍ୟ ଭେଦଭାବ କରୁଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ କହିଛନ୍ତି, ତ୍ରିନିଦାଦର […] The post ସେମିଫାଇନାଲ ନ ଖେଳି ବିଶ୍ୱକପ୍‌ ଫାଇନାଲ୍‌ ଯିବ ଭାରତ: କାହିଁକି ଏମିତି କହିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ appeared first on Dharitri Odia News.

ସେମିଫାଇନାଲ ନ ଖେଳି ବିଶ୍ୱକପ୍‌ ଫାଇନାଲ୍‌ ଯିବ ଭାରତ: କାହିଁକି ଏମିତି କହିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ,୨୭।୬: ଟି-୨୦ ବିଶ୍ୱକପ୍‌ ୨୦୨୪ ଆଜି ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡର ଦଳ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ମ୍ୟାଚ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ତେବେ ଏହି ସେମିଫାଇନାଲ ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଆଇସିସି ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ଭନ କହିଛନ୍ତି, ଆଇସିସି ଭାରତୀୟ ଦଳକୁ ସୁବିଧା ଦେଉଛି ଏବଂ ଅନ୍ୟ ଦଳକୁ ମଧ୍ୟ ଭେଦଭାବ କରୁଛି।
ଇଂଲଣ୍ଡର ପୂର୍ବତନ ଅଧିନାୟକ କହିଛନ୍ତି, ତ୍ରିନିଦାଦର ବ୍ରାଏନ ଲାରା ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲ ସୁପର ୮ ଗ୍ରୁପ ୧ରେ ପ୍ରଥମ ସ୍ଥାନ ପାଇଥିବା ଦଳ ଭାରତ ଏବଂ ଗ୍ରୁପ ୨ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଇଂଲଣ୍ଡ ମଧ୍ୟରେ ହେବା ଉଚିତ୍‌ ଥିଲା, କିନ୍ତୁ ଏହା ବଦଳରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲ। ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ମଧ୍ୟ ଆଇସିସି ସ୍ପଷ୍ଟ କରିଦେଇଥିଲା ଯେ, ଭାରତର ଦ୍ୱିତୀୟ ସେମିଫାଇନାଲ୍‌ ଗୁଏନାରେ ଖେଳିବ। ତେବେ ଭାରତୀୟ ପ୍ରଶଂସକଙ୍କୁ ଧ୍ୟାନରେ ରଖି ଆଇସିସି ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।
ମାଇକେଲ ଭନ ଏକ୍ସରେ ଲେଖିଛନ୍ତି, ନିଶ୍ଚିତ ଭାବରେ ଏହି ସେମିଫାଇନାଲ ଗୁଏନାଠାରେ ଅନୁଷ୍ଠିତ ହେବା ଉଚିତ୍‌ ଥିଲା। କିନ୍ତୁ ଯେହେତୁ ସମଗ୍ର ଟୁର୍ନାମେଣ୍ଟ ଭାରତକୁ ଧ୍ୟାନରେ ରଖି ଡିଜାଇନ ହୋଇଛି, ଏହା ଅନ୍ୟ ଦଳ ପାଇଁ ଅତ୍ୟନ୍ତ ଅନ୍ୟାୟ ଅଟେ।

The post ସେମିଫାଇନାଲ ନ ଖେଳି ବିଶ୍ୱକପ୍‌ ଫାଇନାଲ୍‌ ଯିବ ଭାରତ: କାହିଁକି ଏମିତି କହିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ appeared first on Dharitri Odia News.