ଟ୍ରେନରେ ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ, ଦୁଇ ଜଣଙ୍କୁ କୋର୍ଟ ଚାଲାଣ
କେସିଙ୍ଗା,୧୭।୭,(ତୁମେଶ୍ୱର ସାହୁ): ଟ୍ରେନରେ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବାର କେସିଙ୍ଗା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ରେଳ ଷ୍ଟେଶନର ପ୍ଲାଟ ଫର୍ମ ନମ୍ବର ୧ରୁ ୨୦.୬୭୦ଗ୍ରାମ ଗଞ୍ଜେଇ ଜବତ କରି ଦୁଇ ଜଣଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ଏମାନେ ହେଲେ ତାମିଲନାଡୁର ମଲିକ ବସ୍ଥା ଏସ(୨୯) ,ରି ଶୀନାଥ ସି(୨୨) ତାମିଲନାଡୁରୁ ଟ୍ରେନ ଯୋଗେ କେସିଙ୍ଗା ଦେଇ ରାୟପୁର ଅଭିମୁଖେ ଯାଉଥିବା ବେଳେ କେସିଙ୍ଗା ଅବକାରୀ ବିଭାଗର କର୍ମଚାରୀମାନେ ଚଢ଼ାଉ କରି […] The post ଟ୍ରେନରେ ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ, ଦୁଇ ଜଣଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.
କେସିଙ୍ଗା,୧୭।୭,(ତୁମେଶ୍ୱର ସାହୁ): ଟ୍ରେନରେ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବାର କେସିଙ୍ଗା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ରେଳ ଷ୍ଟେଶନର ପ୍ଲାଟ ଫର୍ମ ନମ୍ବର ୧ରୁ ୨୦.୬୭୦ଗ୍ରାମ ଗଞ୍ଜେଇ ଜବତ କରି ଦୁଇ ଜଣଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ଏମାନେ ହେଲେ ତାମିଲନାଡୁର ମଲିକ ବସ୍ଥା ଏସ(୨୯) ,ରି ଶୀନାଥ ସି(୨୨) ତାମିଲନାଡୁରୁ ଟ୍ରେନ ଯୋଗେ କେସିଙ୍ଗା ଦେଇ ରାୟପୁର ଅଭିମୁଖେ ଯାଉଥିବା ବେଳେ କେସିଙ୍ଗା ଅବକାରୀ ବିଭାଗର କର୍ମଚାରୀମାନେ ଚଢ଼ାଉ କରି ଗଞ୍ଜେଇକୁ ଜବତ କରିବା ସହ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କାରିଛନ୍ତି। ଏ ନେଇ ଅବକାରୀ ବିଭାଗ ଉପ ନିରୀକ୍ଷକ ବିଶ୍ୱଜିତ ଆରୁଖଙ୍କୁ ପଚାରିବାରୁ ଦୁଇ ଜଣଙ୍କୁ ଗିରଫ କରି ଗଞ୍ଜେଇ ଜବତ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।
The post ଟ୍ରେନରେ ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ, ଦୁଇ ଜଣଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.