ହାଇକୋର୍ଟ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା ପ୍ରତିବାଦରେ ଆମରଣ ଅନଶନ

ଭଦ୍ରକ ୩୦।୦୭: ମାନ୍ୟବର ହାଇକୋର୍ଟ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପ୍ରତିବାଦରେ ଆମରଣ ଅନଶନ ।  ଦାବି ପୂରଣ ନହେବା ଯାଏଁ ଆମରଣ ଅନଶନରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ଆଶାୟୀ ପ୍ରାର୍ଥୀ । ଖବର ଅନୁଯାୟୀ, ୨୦୧୧ ମସିହାରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରି ଭଦ୍ରକ ଜିଲ୍ଲାପାଳଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯୁକ୍ତ୨ରେ ଦୁଇ ଥର ପାସ୍‌ କରି ନିଯୁକ୍ତି ପାଇଥିବା ଶିକ୍ଷା ସହାୟକଙ୍କ ବିରୋଧରେ ବହୁ ମେଧାବୀ ଆଶାୟୀ ଶିକ୍ଷା ସହାୟକ ପ୍ରାର୍ଥୀ ଉଚ୍ଚତମ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଉଚ୍ଚ ନ୍ୟାୟଳୟରେ ଚାଲିଥିବା ବେଳେ ଭଦ୍ରକ ଶିକ୍ଷା ବିଭାଗ ସେମାନଙ୍କୁ ସର୍ତ୍ତମୂଳକ ଭାବେ ନିଯୁକ୍ତି ଦେଇଥିଲେ । ଜିଲ୍ଲାରେ ଶହେରୁ ଅଧିକ ଶିକ୍ଷକ ଏହିଭଳି ଭାବେ ଯୁକ୍ତ ୨ରେ ଦୁଇ ଥର ପାସ୍‌ କରି ଆଜି ପର୍ଯ୍ୟନ୍ତ ଶିକ୍ଷକତା କରୁଆସୁଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ଶିକ୍ଷକ-ଶିକ୍ଷୟନ୍ତ୍ରୀ ସିଆର୍‌ସିସି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ନିଯୁକ୍ତି ପାଇଛନ୍ତି । ଚଞ୍ଚକତା କରି ନିଯୁକ୍ତି ପାଇଥିବା ଶିକ୍ଷା ସହାୟକଙ୍କୁ ମେଧା ତାଲିକାରୁ ବାଦ୍‌ ଦେଇ ଆଶାୟୀ ଶିକ୍ଷା ସହାୟକଙ୍କର ନାଁ ପୁଣି ଥରେ ମେଧା ତାଲିକାରେ ପ୍ରକାଶ ପାଇଁ ମାର୍ଚ୍ଚ ୨୮ ତାରିଖରେ ହାଇକୋର୍ଟ ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିଯୁକ୍ତି ପ୍

ହାଇକୋର୍ଟ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା ପ୍ରତିବାଦରେ ଆମରଣ ଅନଶନ

ଭଦ୍ରକ ୩୦।୦୭: ମାନ୍ୟବର ହାଇକୋର୍ଟ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପ୍ରତିବାଦରେ ଆମରଣ ଅନଶନ ।  ଦାବି ପୂରଣ ନହେବା ଯାଏଁ ଆମରଣ ଅନଶନରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ଆଶାୟୀ ପ୍ରାର୍ଥୀ । 

ଖବର ଅନୁଯାୟୀ, ୨୦୧୧ ମସିହାରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରି ଭଦ୍ରକ ଜିଲ୍ଲାପାଳଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯୁକ୍ତ୨ରେ ଦୁଇ ଥର ପାସ୍‌ କରି ନିଯୁକ୍ତି ପାଇଥିବା ଶିକ୍ଷା ସହାୟକଙ୍କ ବିରୋଧରେ ବହୁ ମେଧାବୀ ଆଶାୟୀ ଶିକ୍ଷା ସହାୟକ ପ୍ରାର୍ଥୀ ଉଚ୍ଚତମ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଉଚ୍ଚ ନ୍ୟାୟଳୟରେ ଚାଲିଥିବା ବେଳେ ଭଦ୍ରକ ଶିକ୍ଷା ବିଭାଗ ସେମାନଙ୍କୁ ସର୍ତ୍ତମୂଳକ ଭାବେ ନିଯୁକ୍ତି ଦେଇଥିଲେ । ଜିଲ୍ଲାରେ ଶହେରୁ ଅଧିକ ଶିକ୍ଷକ ଏହିଭଳି ଭାବେ ଯୁକ୍ତ ୨ରେ ଦୁଇ ଥର ପାସ୍‌ କରି ଆଜି ପର୍ଯ୍ୟନ୍ତ ଶିକ୍ଷକତା କରୁଆସୁଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ଶିକ୍ଷକ-ଶିକ୍ଷୟନ୍ତ୍ରୀ ସିଆର୍‌ସିସି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ନିଯୁକ୍ତି ପାଇଛନ୍ତି । ଚଞ୍ଚକତା କରି ନିଯୁକ୍ତି ପାଇଥିବା ଶିକ୍ଷା ସହାୟକଙ୍କୁ ମେଧା ତାଲିକାରୁ ବାଦ୍‌ ଦେଇ ଆଶାୟୀ ଶିକ୍ଷା ସହାୟକଙ୍କର ନାଁ ପୁଣି ଥରେ ମେଧା ତାଲିକାରେ ପ୍ରକାଶ ପାଇଁ ମାର୍ଚ୍ଚ ୨୮ ତାରିଖରେ ହାଇକୋର୍ଟ ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିଯୁକ୍ତି ପ୍ରକ୍ରିୟା ୨୮.୦୭.୨୦୨୪ ଶେଷ କରିବା ପାଇଁ ମାନ୍ୟବର କୋର୍ଟ ଆଦେଶ ଦେଇଥିଲେ । ହେଲେ ଏଯାଏଁ ଶିକ୍ଷାବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍‌ ବସିରହିଛି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଆଶାୟୀ ପ୍ରାର୍ଥୀମାନେ ବାରମ୍ବାର ଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ  କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇ ଗତ ଜୁନ୍‌ ୨୯ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି।  ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।