ଅଭିଷେକଙ୍କ ସହ ନିର୍ବନ୍ଧ ରୋକିବାକୁ ଚାହୁଁଥିଲେ ଐଶ୍ୱର୍ଯ୍ୟା! ହେଲା ବଡ଼ ଖୁଲାସା…
ବମ୍ବେ: ଗତ କିଛିଦିନ ଧରି ବିଗ୍ ବି ଅମିତାଭ ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ପରସ୍ପରଠାରୁ ଅଲଗା ହେବାକୁ ଯାଉଥିବା ଚର୍ଚ୍ଚାରେ ରହିଆସୁଛି। ଉଭୟ ଏନେଇ ମୁହଁ ଖୋଲି ନ ଥିଲେ ହେଁ ବଚ୍ଚନ ପରିବାରଠାରୁ ଅଲଗା ରହୁଥିବାରୁ ସନ୍ଦେହ ବଢ଼ୁଛି। ଏହି କ୍ରମରେ ଐଶ୍ୱର୍ଯ୍ୟାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଭିଡିଓକୁ ନେଇ ବିଗ୍ ବିଙ୍କ ପରିବାରକୁ ଟ୍ରୋଲ କୁହାଯାଉଛି। ଭାଇରାଲ ଭିଡିଓଟି ସାକ୍ଷାତକାର ସମୟର। […] The post ଅଭିଷେକଙ୍କ ସହ ନିର୍ବନ୍ଧ ରୋକିବାକୁ ଚାହୁଁଥିଲେ ଐଶ୍ୱର୍ଯ୍ୟା! ହେଲା ବଡ଼ ଖୁଲାସା… appeared first on Dharitri Odia News.
ବମ୍ବେ: ଗତ କିଛିଦିନ ଧରି ବିଗ୍ ବି ଅମିତାଭ ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ପରସ୍ପରଠାରୁ ଅଲଗା ହେବାକୁ ଯାଉଥିବା ଚର୍ଚ୍ଚାରେ ରହିଆସୁଛି। ଉଭୟ ଏନେଇ ମୁହଁ ଖୋଲି ନ ଥିଲେ ହେଁ ବଚ୍ଚନ ପରିବାରଠାରୁ ଅଲଗା ରହୁଥିବାରୁ ସନ୍ଦେହ ବଢ଼ୁଛି। ଏହି କ୍ରମରେ ଐଶ୍ୱର୍ଯ୍ୟାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଭିଡିଓକୁ ନେଇ ବିଗ୍ ବିଙ୍କ ପରିବାରକୁ ଟ୍ରୋଲ କୁହାଯାଉଛି।
ଭାଇରାଲ ଭିଡିଓଟି ସାକ୍ଷାତକାର ସମୟର। ଏଥିରେ ଐଶ୍ୱର୍ଯ୍ୟା ଅଭିଷେକଙ୍କ ସହ ନିର୍ବନ୍ଧ ଲାଗି ପ୍ରସ୍ତୁତ ନ ଥିବା କହୁଛନ୍ତି। ହେଲେ ହଠାତ୍ ତାଙ୍କ ପରିବାର ଅଭିନେତ୍ରୀଙ୍କ ଘରେ ପହଞ୍ଚିବାରୁ ଏହାକୁ ଟାଳି ପାରି ନ ଥିଲେ। ଏହାକୁ ନେଇ ଲୋକେ କହୁଛନ୍ତି ଯେ ସେତେବେଳେ ଶୀଘ୍ର ବୋହୂ କରିବାକୁ ଚାହୁଁଥିଲେ, ଏବେ କିନ୍ତୁ ବୈବାହିକ ଜୀବନକୁ ସମ୍ଭାଳି ପାରୁ ନାହାନ୍ତି।
ତେବେ ପୂର୍ବ ସୂଚନା ନ ଦେଇ ଐଶ୍ୱର୍ଯ୍ୟାଙ୍କ ଘରେ ବଚ୍ଚନ ପରିବାର ପହଞ୍ଚି ଯାଇଥିଲେ। ହଠାତ ତାଙ୍କ ଘରୁ ଫୋନ୍ ଆସିବା ଯୋଗୁ ଅଭିନେତ୍ରୀ କ’ଣ କରିବେ ତାହା ଜାଣିପାରି ନ ଥିଲେ। ଅଭିଷେକ ମଧ୍ୟ କିଛି କରିପାରିବେ ନାହିଁ ବୋଲି କହିଥିଲେ। ସେତେବେଳେ ଐଶ୍ଙ୍କ ବାପା ସହର ବାହାରେ ଥିଲେ। ସେ କେବଳ ଆସୁଛନ୍ତି ବୋଲି କହିଥିଲେ। ଶେଷରେ ଐଶ୍ୱର୍ଯ୍ୟା ଏହାକୁ ଟାଳିବାକୁ ଚାହୁଁଥିଲେ। ହେଲେ ସବୁକିଛି ଏତେ ଶୀଘ୍ର ହେଲା ଯେ ବାପାଙ୍କ ଅନୁପସ୍ଥିତିରେ ‘ରୋକା’ ହୋଇଥିଲା। ଏହାକୁ ନେଇ ପ୍ରଶଂସକ ବଚ୍ଚନ ପରିବାରକୁ ଟ୍ରୋଲ କରୁଛନ୍ତି।
The post ଅଭିଷେକଙ୍କ ସହ ନିର୍ବନ୍ଧ ରୋକିବାକୁ ଚାହୁଁଥିଲେ ଐଶ୍ୱର୍ଯ୍ୟା! ହେଲା ବଡ଼ ଖୁଲାସା… appeared first on Dharitri Odia News.