ଶେଷ ହେବ ମ୍ୟାଲେରିଆ, ଆରମ୍ଭ ହେବ ଟିକାକରଣ
ନୂଆଦିଲ୍ଲୀ/ଜେନେଭା,୨୩।୧: ମ୍ୟାଲେରିଆ ହେଉଛି ଏକ ବିଶ୍ୱସ୍ତରୀୟ ରୋଗ, ଯେଉଁଥିପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ହେଉଛି। ଏଥିରେ ବହୁ ସଂଖ୍ୟକ ଶିଶୁ ରହୁଛନ୍ତି। ଆଫ୍ରିକୀୟ ମହାଦେଶରେ ପ୍ରତିବର୍ଷ ମ୍ୟାଲେରିଆର ପ୍ରକୋପ ଦେଖିବାକୁ ମିଳେ। ଏହି ରୋଗରେ ପୀଡିତମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଶିଶୁ ଅଛନ୍ତି। ଆଫ୍ରିକୀୟ ମହାଦେଶର ଏକ ଦେଶରେ ଲୋକଙ୍କୁ ମ୍ୟାଲେରିଆରୁ ରକ୍ଷା କରିବା ପାଇଁ ଏକ ବଡ ଅଭିଯାନ ଆରମ୍ଭ ହୋଇଛି, ଯାହାଫଳରେ ଶିଶୁ ଏବଂ ବୟସ୍କମାନେ ଅକାଳ ମୃତ୍ୟୁରୁ ରକ୍ଷା […] The post ଶେଷ ହେବ ମ୍ୟାଲେରିଆ, ଆରମ୍ଭ ହେବ ଟିକାକରଣ appeared first on Dharitri Odia News.
ନୂଆଦିଲ୍ଲୀ/ଜେନେଭା,୨୩।୧: ମ୍ୟାଲେରିଆ ହେଉଛି ଏକ ବିଶ୍ୱସ୍ତରୀୟ ରୋଗ, ଯେଉଁଥିପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ହେଉଛି। ଏଥିରେ ବହୁ ସଂଖ୍ୟକ ଶିଶୁ ରହୁଛନ୍ତି। ଆଫ୍ରିକୀୟ ମହାଦେଶରେ ପ୍ରତିବର୍ଷ ମ୍ୟାଲେରିଆର ପ୍ରକୋପ ଦେଖିବାକୁ ମିଳେ। ଏହି ରୋଗରେ ପୀଡିତମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଶିଶୁ ଅଛନ୍ତି। ଆଫ୍ରିକୀୟ ମହାଦେଶର ଏକ ଦେଶରେ ଲୋକଙ୍କୁ ମ୍ୟାଲେରିଆରୁ ରକ୍ଷା କରିବା ପାଇଁ ଏକ ବଡ ଅଭିଯାନ ଆରମ୍ଭ ହୋଇଛି, ଯାହାଫଳରେ ଶିଶୁ ଏବଂ ବୟସ୍କମାନେ ଅକାଳ ମୃତ୍ୟୁରୁ ରକ୍ଷା ପାଇପାରିବେ।
ମ୍ୟାଲେରିଆ ରୋକିବା ପାଇଁ ରୁଟିନ ଟୀକାକରଣ ଅଭିଯାନ ଆଫ୍ରିକୀୟ ଦେଶ କ୍ୟାମେରୁନରେ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ହଜାର ହଜାର ଶିଶୁଙ୍କ ଜୀବନ ରକ୍ଷା କରିବା। କ୍ୟାମେରୁନର ୟାଉଣ୍ଡେ ସହରରୁ ମ୍ୟାଲେରିଆ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ ଆଫ୍ରିକାରେ ମ୍ୟାଲେରିଆ କାରଣରୁ ପ୍ରତିବର୍ଷ ୬ ଲକ୍ଷ ଲୋକ ମୃତ୍ୟୁ ହେଉଛି। ଏହି ପୀଡିତଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଶିଶୁ ୫ ବର୍ଷରୁ କମ ପିଲା ଅଟନ୍ତି। କ୍ୟାମେରୁନ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ୬ ମାସର ଶିଶୁମାନଙ୍କୁ ମାଗଣା ଆରଟିଏସଏସ ଟିକା ଯୋଗାଇଥାଏ ।
ମ୍ୟାଲେରିଆ ରୋଗୀଙ୍କ ପାଇଁ ଚାରି ଡୋଜ ଟିକା ନେବା ବାଧ୍ୟତାମୂଳକ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ମ୍ୟାଲେରିଆ ବିରୋଧୀ ଟିକା ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଟିକା ସହିତ ଏକ ସମୟରେ ପିଲାମାନଙ୍କୁ ଦିଆଯିବା ଉଚିତ, ଯାହା ଦ୍ୱାରା ଏହା ଲୋକଙ୍କ ପାଇଁ ସହଜ ହେବ। ସୂଚନାଯୋଗ୍ୟ, କେନିଆ, ଘାନା ଏବଂ ମଲାୱିରେ ଏହାର ପାଇଲଟ ଅଭିଯାନ ସଫଳ ହୋଇଥିବା ସମୟରେ ମ୍ୟାଲେରିଆ ବିରୋଧୀ ଟିକା ଆରମ୍ଭ କରାଯାଇଛି। ୟୁନିସେଫ ଅନୁଯାୟୀ, ଟିକା ନେବା ପରେ ମ୍ୟାଲେରିଆ କାରଣରୁ ମୃତ୍ୟୁରେ ୧୩ ପ୍ରତିଶତ ହ୍ରାସ ଘଟିଛି।
The post ଶେଷ ହେବ ମ୍ୟାଲେରିଆ, ଆରମ୍ଭ ହେବ ଟିକାକରଣ appeared first on Dharitri Odia News.