ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି: ପହଞ୍ଚିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୭ା୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ କେଦାରପୁର ଗ୍ରାମର ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠରେ ଦୀର୍ଘ ୫ଦିନ ଧରି ଚାଲିଥିବା ଶ୍ରୀରାମତାରକ ବିଶ୍ୱଶାନ୍ତି ମହାଯଜ୍ଞ ଶୁକ୍ରବାର ପୂର୍ଣ୍ଣାହୁତି ହୋଇଛି। ପଣ୍ଡିତ ସମ୍ଭବ ତ୍ରିପାଠୀ ଏବଂ ମହାଯଜ୍ଞ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ମହାଯଜ୍ଞକୁ ନେଇ ଗ୍ରାମରେ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତିଦିନ ଯଜ୍ଞପୀଠରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା। ବୁଧବାର ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ମହାଯଜ୍ଞ ସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା କରି […] The post ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି: ପହଞ୍ଚିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର appeared first on Dharitri Odia News.

ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି: ପହଞ୍ଚିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୭ା୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ କେଦାରପୁର ଗ୍ରାମର ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠରେ ଦୀର୍ଘ ୫ଦିନ ଧରି ଚାଲିଥିବା ଶ୍ରୀରାମତାରକ ବିଶ୍ୱଶାନ୍ତି ମହାଯଜ୍ଞ ଶୁକ୍ରବାର ପୂର୍ଣ୍ଣାହୁତି ହୋଇଛି। ପଣ୍ଡିତ ସମ୍ଭବ ତ୍ରିପାଠୀ ଏବଂ ମହାଯଜ୍ଞ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ମହାଯଜ୍ଞକୁ ନେଇ ଗ୍ରାମରେ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତିଦିନ ଯଜ୍ଞପୀଠରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା। ବୁଧବାର ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ମହାଯଜ୍ଞ ସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା କରି ଫେରିଥିଲେ। ଗୁରୁବାର ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ଦିଗପହଣ୍ଡି ନଗର କଂଗ୍ରେସ ସଭାପତି ଦୀପକ ମିଶ୍ର, ସିପିଆଇ ସାନଖେମୁଣ୍ଡି ଜୋନାଲ ସମ୍ପାଦକ କୈଳାସ ପାତ୍ର ମହାଯଜ୍ଞ ସ୍ଥଳରେ ପହଞ୍ଚିି ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ।

The post ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି: ପହଞ୍ଚିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର appeared first on Dharitri Odia News.