ସନରାଇଜର୍ସ ହାଇଦ୍ରାବାଦ ପାଖରେ ଇତିହାସ ରଚିବାର ସୁଯୋଗ, IPLରେ ଏପରି କରିବାରେ ହୋଇପାରନ୍ତି ଦ୍ୱିତୀୟ ଟିମ୍

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ଶେଷ ମୁକାବିଲା ଖେଳାଯିବ । ଏହି ସିଜିନର ଶେଷ ମୁକାବିଲା ଚେନ୍ନାଇର ଚେପକ୍ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ରେ ସନରାଇଜର୍ସ ପାଖରେ ଇତିହାସ ରଚିବାର ସୁଯୋଗ ରହିବ । ଯଦି ସେ ଏହି ମ୍ୟାଚ୍‌କୁ ଜିତିବାରେ ସଫଳ ହୁଅନ୍ତି ତେବେ ଆଇପିଏଲ୍ ଇତିହାସରେ ଏପରି କାରନାମା କରିବେ ଯାହା ଏହା ପୂର୍ବରୁ କେବଳ ମୁମ୍ୱାଇ ଇଣ୍ଡିଆନ୍ସ ହିଁ କରିବାରେ ସଫଳ ହୋଇଛି ।ସନରାଇଜର୍ସ ହାଇଦ୍ରାବାଦକୁ ଚଳିତ ସିଜିନରେ କ୍ୱାଲିଫାୟାର-୧ରେ ପରାଜୟ ସାମନା କରିବାକୁ ପଡ଼ିଥିଲା । ଏହାପରେ କ୍ୱାଲିଫାୟାର-୨ରେ ହାଇଦ୍ରାବାଜ ବାଜି ମାରିଥିଲା ଏବଂ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ଯଦି ଏସଆରଏଚ୍ ଫାଇନାଲରେ ବିଜୟ ହାସଲ କରେ ତେବେ ଆଇପିଏଲର ଦ୍ୱିତୀୟ ଟିମ ହେବ ଯିଏ କ୍ୱାଲିଫାୟାର-୧ରେ ହାରିବା ପରେ ବି ଚାମ୍ପିୟନ ହେବ । ଏହା ପୂର୍ବରୁ ମୁମ୍ୱାଇ ଇଣ୍ଡିଆନ୍ସ ହିଁ ଏପରି କରିବାରେ ସଫଳ ହୋଇଥିଲା ।  ସନରାଇଜର୍ସ ହାଇଦ୍ରାବା ଏମଏ ଚିଦାମ୍ୱରମ ଷ୍ଟାଡିୟମରେ ୧୧ ମୁକାବିଲା ଖେଳିଛି ଯେଉଁଥିରୁ ସେ ୮ ମ୍ୟାଚରେ ପରାଜୟ ସାମନା କରିଛି । କେବଳ ୨ଟି ମ୍ୟାଚରେ ବିଜୟୀ ହୋଇଛି । ତେବେ ଚେପକ ଷ୍ଟାଡିୟମରେ ଆଇପିଏଲର ଚଳିତ ସିଜିନର ଦ୍ୱିତୀୟ କ୍ୱାଲିଫାୟାର ଖେଳାଯାଇଥିଲା, ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ଟିମ ବିଜୟ ହାସଲ କରିବାରେ ସଫଳ ହୋଇଥିଲା, କିନ୍ତୁ ଏହା ସତ

ସନରାଇଜର୍ସ ହାଇଦ୍ରାବାଦ ପାଖରେ ଇତିହାସ ରଚିବାର ସୁଯୋଗ, IPLରେ ଏପରି କରିବାରେ ହୋଇପାରନ୍ତି ଦ୍ୱିତୀୟ ଟିମ୍

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ଶେଷ ମୁକାବିଲା ଖେଳାଯିବ । ଏହି ସିଜିନର ଶେଷ ମୁକାବିଲା ଚେନ୍ନାଇର ଚେପକ୍ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ରେ ସନରାଇଜର୍ସ ପାଖରେ ଇତିହାସ ରଚିବାର ସୁଯୋଗ ରହିବ । ଯଦି ସେ ଏହି ମ୍ୟାଚ୍‌କୁ ଜିତିବାରେ ସଫଳ ହୁଅନ୍ତି ତେବେ ଆଇପିଏଲ୍ ଇତିହାସରେ ଏପରି କାରନାମା କରିବେ ଯାହା ଏହା ପୂର୍ବରୁ କେବଳ ମୁମ୍ୱାଇ ଇଣ୍ଡିଆନ୍ସ ହିଁ କରିବାରେ ସଫଳ ହୋଇଛି ।

ସନରାଇଜର୍ସ ହାଇଦ୍ରାବାଦକୁ ଚଳିତ ସିଜିନରେ କ୍ୱାଲିଫାୟାର-୧ରେ ପରାଜୟ ସାମନା କରିବାକୁ ପଡ଼ିଥିଲା । ଏହାପରେ କ୍ୱାଲିଫାୟାର-୨ରେ ହାଇଦ୍ରାବାଜ ବାଜି ମାରିଥିଲା ଏବଂ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ଯଦି ଏସଆରଏଚ୍ ଫାଇନାଲରେ ବିଜୟ ହାସଲ କରେ ତେବେ ଆଇପିଏଲର ଦ୍ୱିତୀୟ ଟିମ ହେବ ଯିଏ କ୍ୱାଲିଫାୟାର-୧ରେ ହାରିବା ପରେ ବି ଚାମ୍ପିୟନ ହେବ । ଏହା ପୂର୍ବରୁ ମୁମ୍ୱାଇ ଇଣ୍ଡିଆନ୍ସ ହିଁ ଏପରି କରିବାରେ ସଫଳ ହୋଇଥିଲା ।  

ସନରାଇଜର୍ସ ହାଇଦ୍ରାବା ଏମଏ ଚିଦାମ୍ୱରମ ଷ୍ଟାଡିୟମରେ ୧୧ ମୁକାବିଲା ଖେଳିଛି ଯେଉଁଥିରୁ ସେ ୮ ମ୍ୟାଚରେ ପରାଜୟ ସାମନା କରିଛି । କେବଳ ୨ଟି ମ୍ୟାଚରେ ବିଜୟୀ ହୋଇଛି । ତେବେ ଚେପକ ଷ୍ଟାଡିୟମରେ ଆଇପିଏଲର ଚଳିତ ସିଜିନର ଦ୍ୱିତୀୟ କ୍ୱାଲିଫାୟାର ଖେଳାଯାଇଥିଲା, ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ଟିମ ବିଜୟ ହାସଲ କରିବାରେ ସଫଳ ହୋଇଥିଲା, କିନ୍ତୁ ଏହା ସତ୍ତ୍ୱେ ବି ଟିମର ରେକର୍ଡ ଏହି ମୈଦାନରେ ଭଲ ନାହିଁ ।