ଇସ୍ରାଏଲକୁ ଇରାନର ଧମକ; ପରମାଣୁ ଅସ୍ତ୍ର ବନେଇବୁ, ଆକ୍ରମଣ କରିବୁ
ତେହରାନ,୧୩/୦୫: ଇରାନ ପରମାଣୁ ଅସ୍ତ୍ରକୁ ସାମ୍ନାକୁ ଆଣି ଇସ୍ରାଏଲକୁ ଧମକ ଦେଇଛି । ଇସ୍ରାଏଲ ସହ ବିବାଦ ବଢ଼ି ଚାଲିଥିବାବେଳେ ଦେଶର ଆଣବିକ ଅଭିଳାଷ ବାବଦରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଜଣେ ପରାମର୍ଶଦାତାଙ୍କ ବୟାନ ଚିନ୍ତା ବଢ଼ାଇଛି ।ଆୟାତୋଲ୍ଲାଙ୍କ ପରାମର୍ଶଦାତା କମଲ ଖାରଜ୍ଜି କହିଛନ୍ତି, ଏବେ ନ୍ୟୁକ୍ଲିୟର ବୋମା ପ୍ରସ୍ତୁତ କରିବାରେ ଇରାନର କୌଣସି ଉଦ୍ଦେଶ୍ୟ ନାହିଁ । ଯଦି ଦେଶର ଅସ୍ତିତ୍ୱ ଇସ୍ରାଏଲ ଯୋଗୁ ବିପଦରେ ପଡ଼େ ତେବେ ଇରାନ ଆଣବିକ ଅସ୍ତ୍ର ତିଆରି କରିବା ଦିଗରେ ଦିଗରେ ଏ ଯାଏ ଥିବା ସିଦ୍ଧାନ୍ତକୁ ବଦଳାଇପାରିବ । ଇସ୍ରାଏଲ ଇରାନର ନ୍ୟୁକ୍ଲିୟର ସାଇଟ୍ରେ ଆକ୍ରମଣ କଲେ ଇରାନ ନିଜର ରକ୍ଷା ପାଇଁ ଏ ଦିଗରେ ଆଗକୁ ବଢ଼ିବ । ୨୦୦୩ରେ ଇରାନ ସୁପ୍ରିମ ଲିଡର ଖାମେନେଇ ପରମାଣୁ ଅସ୍ତ୍ର ସମେତ ବ୍ୟାପକ ଧ୍ୱଂସଲୀଳା ରଚିବାର କ୍ଷମତା ଥିବା ଅସ୍ତ୍ର ବନାଇବା ବିରୋଧରେ ଫତୱା ଜାରି କରିଥିଲେ । କିନ୍ତୁ ୨୦୨୧ରେ ଇରାନର ତତ୍କାଳୀନ ଗୁଇନ୍ଦା ମନ୍ତ୍ରୀ କହିଥିଲେ ଯେ, ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ଚାପ ପଡ଼ୁଥିବାରୁ ଇରାନ ଆବଶ୍ୟକ ପଡ଼ିଲେ ଏହି ଫତୱାକୁ ପଲଟାଇପାରେ । ରିପୋର୍ଟ ଅନୁସାରେ, ଇରାନ ୬୦% ପର୍ଯ୍ୟନ୍ତ ଏନ୍ରିଚ ବା ଏହାର ଗଣବତ୍ତା ବୃଦ୍ଧି କରାଉଛି । ସେହିପରି ଯୁଦ୍ଧାସ୍ତ୍ରରେ ବ୍ୟବହୃତ ୟୁରାନିୟମକୁ ୯୦% ପର୍ଯ୍ୟନ୍ତ ଏନ୍ରିଚ କରାଉଛି । ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା
ତେହରାନ,୧୩/୦୫: ଇରାନ ପରମାଣୁ ଅସ୍ତ୍ରକୁ ସାମ୍ନାକୁ ଆଣି ଇସ୍ରାଏଲକୁ ଧମକ ଦେଇଛି । ଇସ୍ରାଏଲ ସହ ବିବାଦ ବଢ଼ି ଚାଲିଥିବାବେଳେ ଦେଶର ଆଣବିକ ଅଭିଳାଷ ବାବଦରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଜଣେ ପରାମର୍ଶଦାତାଙ୍କ ବୟାନ ଚିନ୍ତା ବଢ଼ାଇଛି ।
ଆୟାତୋଲ୍ଲାଙ୍କ ପରାମର୍ଶଦାତା କମଲ ଖାରଜ୍ଜି କହିଛନ୍ତି, ଏବେ ନ୍ୟୁକ୍ଲିୟର ବୋମା ପ୍ରସ୍ତୁତ କରିବାରେ ଇରାନର କୌଣସି ଉଦ୍ଦେଶ୍ୟ ନାହିଁ । ଯଦି ଦେଶର ଅସ୍ତିତ୍ୱ ଇସ୍ରାଏଲ ଯୋଗୁ ବିପଦରେ ପଡ଼େ ତେବେ ଇରାନ ଆଣବିକ ଅସ୍ତ୍ର ତିଆରି କରିବା ଦିଗରେ ଦିଗରେ ଏ ଯାଏ ଥିବା ସିଦ୍ଧାନ୍ତକୁ ବଦଳାଇପାରିବ । ଇସ୍ରାଏଲ ଇରାନର ନ୍ୟୁକ୍ଲିୟର ସାଇଟ୍ରେ ଆକ୍ରମଣ କଲେ ଇରାନ ନିଜର ରକ୍ଷା ପାଇଁ ଏ ଦିଗରେ ଆଗକୁ ବଢ଼ିବ । ୨୦୦୩ରେ ଇରାନ ସୁପ୍ରିମ ଲିଡର ଖାମେନେଇ ପରମାଣୁ ଅସ୍ତ୍ର ସମେତ ବ୍ୟାପକ ଧ୍ୱଂସଲୀଳା ରଚିବାର କ୍ଷମତା ଥିବା ଅସ୍ତ୍ର ବନାଇବା ବିରୋଧରେ ଫତୱା ଜାରି କରିଥିଲେ ।
କିନ୍ତୁ ୨୦୨୧ରେ ଇରାନର ତତ୍କାଳୀନ ଗୁଇନ୍ଦା ମନ୍ତ୍ରୀ କହିଥିଲେ ଯେ, ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ଚାପ ପଡ଼ୁଥିବାରୁ ଇରାନ ଆବଶ୍ୟକ ପଡ଼ିଲେ ଏହି ଫତୱାକୁ ପଲଟାଇପାରେ । ରିପୋର୍ଟ ଅନୁସାରେ, ଇରାନ ୬୦% ପର୍ଯ୍ୟନ୍ତ ଏନ୍ରିଚ ବା ଏହାର ଗଣବତ୍ତା ବୃଦ୍ଧି କରାଉଛି । ସେହିପରି ଯୁଦ୍ଧାସ୍ତ୍ରରେ ବ୍ୟବହୃତ ୟୁରାନିୟମକୁ ୯୦% ପର୍ଯ୍ୟନ୍ତ ଏନ୍ରିଚ କରାଉଛି । ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ଏଜେନ୍ସି ଆଇଏଇଏ ଅନୁସାରେ, ଯଦି ୟୁରାନିୟମକୁ ଅଧିକ ଏନ୍ରିଚ୍ କରାଯାଏ ତେବେ ତାହା ୨ ପରମାଣୁ ଅସ୍ତ୍ରର ଆବଶ୍ୟକତା ପୂରଣ କରିବା ସହ ସମାନ ହୋଇଯିବ ।
ଗତ ଜାନୁଆରୀରେ ଜାତିସଂଘର ନ୍ୟୁକ୍ଲିୟର ନୀରିକ୍ଷକ ଡେଭିଡ୍ ଅଲ୍ବ୍ରାଇଟ ଦାବି କରିଥିଲେ ଯେ, ଇରାନ ପାଖରେ ପରମାଣୁ ବୋମା ବନାଇବାର ଟେକ୍ନୋଲୋଜି ମହଜୁଦ ଅଛି । ଏଥିପାଇଁ ଆବଶ୍ୟକ ପରିମାଣର ୟୁରାନିୟମ ମଧ୍ୟ ରହିଛି । ଜରୁରି ପଡ଼ିଲେ ଇରାନ ୫ରୁ ୧୨ ମାସ ଭିତରେ ପରମାଣୁ ବୋମା ପ୍ରସ୍ତୁତ କରିପାରିବ । ଗତ ଏପ୍ରିଲ ୧ରେ ଇସ୍ରାଏଲ ସିରିଆରେ ଥିବା ଇରାନ ଦୂତାବାସ କୋଠା ଉପରେ ଆକ୍ରମଣ କରିବା ଫଳରେ ଇରାନର ଦୁଇ ଶୀର୍ଷ କମାଣ୍ଡରଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଇରାନ ଓ ଇସ୍ରାଏଲ ଭିତରେ ସଦ୍ୟ ବିବାଦ ଉପୁଜିଛି । ଏହାର ଜବାବରେ ଇରାନ ଏପ୍ରିଲ ୧୩ରେ ଇସ୍ରାଏଲ ଉପରେ ୩ ଶହରୁ ଅଧିକ ମିସାଇଲ ଏବଂ ଡ୍ରୋନ୍ରେ ଆକ୍ରମଣ କରିଥିଲା ।