ଶେଷ ଓଭରରେ ‘ସମାଦ’ ବିସ୍ଫୋରଣ; ଲକ୍ଷ୍ନୌ ଆଗରେ ୧୮୧ରନ୍‌ର ଟାର୍ଗେଟ୍

ଜାୟପୁର: ଆଇପିଏଲର ୩୬ତମ ମୁକାବିଲାରେ ଅବଦୁଲ୍ ସମାଦଙ୍କ ତୁଫାନି ଇନିଂସ । ଇଡେନ୍ ମାରକ୍ରମ ଓ ଆୟୁଷ ବଦୋନିଙ୍କ ପରେ ଅନ୍ତିମ ଓଭରରେ ସେ ଫାଇନାଲ୍ ଟଚ୍ ଦେଇଥିଲେ । ମାତ୍ର ୧୦ଟି ବଲ୍ ଖେଳି ୩୦୦ ଷ୍ଟ୍ରାଇକ୍ ରେଟ୍‌ରେ ୩୦ ରନ୍ କରିଛନ୍ତି । ଏଥିରେ ୪ଟି ଛକା ରହିଛି । ମାରକ୍ରମ ୬୬ ଓ ବଦୋନି ୫୦ ରନ୍ ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟନ୍ସ ୧୮୦ ରନ୍ କରିଛି । ଫଳରେ ରାଜସ୍ଥାନ ରୟାଲ୍ସ ସାମ୍ନାରେ ୧୮୧ ରନ୍‌ର ଟାର୍ଗେଟ୍ ରହିଛି ।    ଶନିବାର ଦ୍ବିତୀୟ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଜାରି ରହିଛି । ଏହି ମ୍ୟାଚ୍ ସବାଇ ମାନସିଂ ଷ୍ଟାଡିୟମ୍ ଜୟପୁର ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୦ ରନ୍ କରିଛି । ପାଓ୍ବାର ପ୍ଲେରେ ମିଚେଲ ମାର୍ଶ ୪ ରନ୍ ଓ ନିକୋଲାସ ପୁରନ ୧୧ ରନ କରି ଆଉଟ୍ ହୋଇଥିଲେ । ହେଲେ ଗୋଟିଏ ପାର୍ଶ୍ବରୁ ଇଡେନ ମାରକ୍ରମ୍ ଲଢ଼େଇ କରିଥିଲେ । ସେ ୪୫ଟି ବଲ୍‌ ଖେଳି ୬୬ ରନ୍ କରି ଆଉଟ୍ ହେବା ପରେ ଆୟୁଷ ବଦୋନି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେହିପରି ଶେଷ ଓଭରରେ ଅବଦୁଲ ସମାଦ ଚାରୋଟି ଛକା ମାରିଥିଲେ । ସେ ୩୦ ରନ୍ କରି ଦଳୀୟ ସ୍କୋରକୁ ୧୮୦ରେ ପହଞ୍ଚାଇଥିଲେ । ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ହସରଙ୍ଗା ଦୁଇଟି ୱିକେଟ୍ ନେଇଛନ୍ତି ।   

ଶେଷ ଓଭରରେ ‘ସମାଦ’ ବିସ୍ଫୋରଣ; ଲକ୍ଷ୍ନୌ ଆଗରେ ୧୮୧ରନ୍‌ର ଟାର୍ଗେଟ୍

ଜାୟପୁର: ଆଇପିଏଲର ୩୬ତମ ମୁକାବିଲାରେ ଅବଦୁଲ୍ ସମାଦଙ୍କ ତୁଫାନି ଇନିଂସ । ଇଡେନ୍ ମାରକ୍ରମ ଓ ଆୟୁଷ ବଦୋନିଙ୍କ ପରେ ଅନ୍ତିମ ଓଭରରେ ସେ ଫାଇନାଲ୍ ଟଚ୍ ଦେଇଥିଲେ । ମାତ୍ର ୧୦ଟି ବଲ୍ ଖେଳି ୩୦୦ ଷ୍ଟ୍ରାଇକ୍ ରେଟ୍‌ରେ ୩୦ ରନ୍ କରିଛନ୍ତି । ଏଥିରେ ୪ଟି ଛକା ରହିଛି । ମାରକ୍ରମ ୬୬ ଓ ବଦୋନି ୫୦ ରନ୍ ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟନ୍ସ ୧୮୦ ରନ୍ କରିଛି । ଫଳରେ ରାଜସ୍ଥାନ ରୟାଲ୍ସ ସାମ୍ନାରେ ୧୮୧ ରନ୍‌ର ଟାର୍ଗେଟ୍ ରହିଛି ।    

ଶନିବାର ଦ୍ବିତୀୟ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଜାରି ରହିଛି । ଏହି ମ୍ୟାଚ୍ ସବାଇ ମାନସିଂ ଷ୍ଟାଡିୟମ୍ ଜୟପୁର ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୦ ରନ୍ କରିଛି । ପାଓ୍ବାର ପ୍ଲେରେ ମିଚେଲ ମାର୍ଶ ୪ ରନ୍ ଓ ନିକୋଲାସ ପୁରନ ୧୧ ରନ କରି ଆଉଟ୍ ହୋଇଥିଲେ । ହେଲେ ଗୋଟିଏ ପାର୍ଶ୍ବରୁ ଇଡେନ ମାରକ୍ରମ୍ ଲଢ଼େଇ କରିଥିଲେ । ସେ ୪୫ଟି ବଲ୍‌ ଖେଳି ୬୬ ରନ୍ କରି ଆଉଟ୍ ହେବା ପରେ ଆୟୁଷ ବଦୋନି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେହିପରି ଶେଷ ଓଭରରେ ଅବଦୁଲ ସମାଦ ଚାରୋଟି ଛକା ମାରିଥିଲେ । ସେ ୩୦ ରନ୍ କରି ଦଳୀୟ ସ୍କୋରକୁ ୧୮୦ରେ ପହଞ୍ଚାଇଥିଲେ । ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ହସରଙ୍ଗା ଦୁଇଟି ୱିକେଟ୍ ନେଇଛନ୍ତି ।