ଛାତ୍ରୀଛାତ୍ରଙ୍କୁ ସଫଳତାର ବାଟ ବତାଇଲେ ପାଣ୍ଡିଆନ
ବ୍ରହ୍ମପୁର,୩୧।୧(ତନୁଶ୍ରୀ ନାହାକ)/ଭୁବନେଶ୍ୱର(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତକରି ଜିଲାର କଲେଜ ରୂପାନ୍ତରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହିତ ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆ ବିବେକ ବିହାରଠାରେ ଗଞ୍ଜାମ ଜିଲାସ୍ତରୀୟ ‘ନୂଆ-ଓ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ସଫଳତାର ବାଟ ବତାଇଛନ୍ତି। ପାଣ୍ଡିଆନ କଲେଜ ଛାତ୍ରୀଛାତ୍ରମାନଙ୍କୁ ଜୀବନରେ ସଫଳ ହେବା ନିମନ୍ତେ ୧୪ଟି ଗୁରୁମନ୍ତ୍ର ଦେଇଛନ୍ତି। ଶାରୀରିକ ଓ ମାନସିକ […] The post ଛାତ୍ରୀଛାତ୍ରଙ୍କୁ ସଫଳତାର ବାଟ ବତାଇଲେ ପାଣ୍ଡିଆନ appeared first on Dharitri Odia News.
ବ୍ରହ୍ମପୁର,୩୧।୧(ତନୁଶ୍ରୀ ନାହାକ)/ଭୁବନେଶ୍ୱର(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତକରି ଜିଲାର କଲେଜ ରୂପାନ୍ତରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହିତ ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆ ବିବେକ ବିହାରଠାରେ ଗଞ୍ଜାମ ଜିଲାସ୍ତରୀୟ ‘ନୂଆ-ଓ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ସଫଳତାର ବାଟ ବତାଇଛନ୍ତି। ପାଣ୍ଡିଆନ କଲେଜ ଛାତ୍ରୀଛାତ୍ରମାନଙ୍କୁ ଜୀବନରେ ସଫଳ ହେବା ନିମନ୍ତେ ୧୪ଟି ଗୁରୁମନ୍ତ୍ର ଦେଇଛନ୍ତି। ଶାରୀରିକ ଓ ମାନସିକ ସୁସ୍ଥତା ନିମନ୍ତେ ନିୟମିତ ଯୋଗ, ପ୍ରାଣାୟମ, ବ୍ୟାୟାମ କରିବା, ଗୁରୁଜନ ଓ ଅଭିଭାବକଙ୍କ ପ୍ରତି ସମ୍ମାନ, ପାଠ ସମେତ ନିଜ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ରୁଚି ରଖିବା, କ୍ରୀଡ଼ାଭ୍ୟାସ କରିବା, ପାଠପଢ଼ା ସମୟରେ ଏକଗ୍ରତା ରକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ। ଆଜି ଦେଶର ଅଧିକାଂଶ ସଫଳ ବ୍ୟକ୍ତିତ୍ୱ ବୈଜ୍ଞାନିକ ହୁଅନ୍ତୁ କିମ୍ବା ପ୍ରଶାସନିକ ଅଧିକାରୀ ପ୍ରାୟ ସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର। ତେଣୁ ସରକାରୀ ସ୍କୁଲର ଛାତ୍ରୀଛାତ୍ର ନିଜକୁ ଗର୍ବ ଅନୁଭବ କରିବା ଉଚିତ। ଗଞ୍ଜାମ ଜିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୋ ନିଜର ପ୍ରିୟ ଜିଲା ବୋଲି ପାଣ୍ଡିଆନ କହିଥିଲେ। କାର୍ଯ୍ୟକ୍ରମକୁ ଜିଲାର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରାୟ ୧୫ ହଜାର ଛାତ୍ରୀଛାତ୍ର ଆସିଥିଲେ। ୫-ଟି ଅଧ୍ୟକ୍ଷ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହାପରେ ପାଣ୍ଡିଆନ ଜିଲାର କଲେଜ ରୂପାନ୍ତରଣ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି। ୧୫୬ କଲେଜରେ ସ୍ମାର୍ଟ କ୍ଲାସ୍ରୁମ୍, ଇ-ଲଇବ୍ରେରି, ବିଜ୍ଞାନ ଲାବରେଟୋରି ଇତ୍ୟାଦି ପାଇଁ ୯୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଆସନ୍ତା ଫେବୃଆରୀ ସୁଦ୍ଧା ଜିଲାର ସମସ୍ତ କଲେଜ ରୂପାନ୍ତରୀକରଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।
ଜିଲାସ୍ତରୀୟ ‘ନୂଆ- ଓ’ କାର୍ଯ୍ୟକ୍ରମରେ ଓଲିଉଡ୍ କଳାକାର ବାବୁଶାନ, ଅଭିନେତ୍ରୀ ତଥା ମଡ଼େଲ ପୁପୁଲ ଭୂୟାଁଙ୍କ ସମେତ ବହୁ ସିନେତାରକା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ମନୋରଞ୍ଜନ କରିଥିଲେ। ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ନି ସି, ବିଏମ୍ସି କମିଶନର ଜେ. ସୋନାଲ, ଜିଲା କ୍ରୀଡ଼ା ଅଧିକାରୀ ସନ୍ତୋଷ ସାହୁ, ଦକ୍ଷିଣାଞ୍ଚଳ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଦକ୍ଷିଣାଞ୍ଚଳ ଉଚ୍ଚଶିକ୍ଷା ଉପ ନିର୍ଦ୍ଦେଶକ ଡ.ସୁଶାନ୍ତ ଦାସଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ।
କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।
The post ଛାତ୍ରୀଛାତ୍ରଙ୍କୁ ସଫଳତାର ବାଟ ବତାଇଲେ ପାଣ୍ଡିଆନ appeared first on Dharitri Odia News.