ବଦଳିବ କି ଆରସିବି ଭାଗ୍ୟ: କୋହଲି କହିଲେ…
ନୂଆଦିଲ୍ଲୀ,୨୦।୩: ନିକଟରେ ଆରସିବି ଏହାର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏକ ଅନବକ୍ସ ଇଭେଣ୍ଟ ଆୟୋଜନ କରିଥିଲା। ଏଥିରେ ବିରାଟ କୋହଲି, ଫାଫ ଡୁ ପ୍ଲେସିସ ଏବଂ ମହିଳା ଆରସିବି ଦଳର ଅଧିନାୟକ ସ୍ମୃତି ମନ୍ଧନା ଦଳର ନୂତନ ଜର୍ସି ଲଞ୍ଚ କରିଥିଲେ। ଅନବକ୍ସ ଇଭେଣ୍ଟରେ ଆରସିବି ମଧ୍ୟ ଏହାର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି। ୟୁଟ୍ୟବରେ ସିଧା ପ୍ରସାରିତ ଅନ୍ବକ୍ସ ଇଭେଣ୍ଟ ସମୟରେ ଘୋଷଣା କରାଯାଇଥିଲା ଯେ ବର୍ତ୍ତମାନ ଆରସିବିକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ […] The post ବଦଳିବ କି ଆରସିବି ଭାଗ୍ୟ: କୋହଲି କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୦।୩: ନିକଟରେ ଆରସିବି ଏହାର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏକ ଅନବକ୍ସ ଇଭେଣ୍ଟ ଆୟୋଜନ କରିଥିଲା। ଏଥିରେ ବିରାଟ କୋହଲି, ଫାଫ ଡୁ ପ୍ଲେସିସ ଏବଂ ମହିଳା ଆରସିବି ଦଳର ଅଧିନାୟକ ସ୍ମୃତି ମନ୍ଧନା ଦଳର ନୂତନ ଜର୍ସି ଲଞ୍ଚ କରିଥିଲେ। ଅନବକ୍ସ ଇଭେଣ୍ଟରେ ଆରସିବି ମଧ୍ୟ ଏହାର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି।
ୟୁଟ୍ୟବରେ ସିଧା ପ୍ରସାରିତ ଅନ୍ବକ୍ସ ଇଭେଣ୍ଟ ସମୟରେ ଘୋଷଣା କରାଯାଇଥିଲା ଯେ ବର୍ତ୍ତମାନ ଆରସିବିକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’ ରଖାଯିବ।
ଭାରତ ସରକାର ନଭେମ୍ବର ୧, ୨୦୧୪ରେ ବାଙ୍ଗାଲୋର ସହରର ନାମ ବେଙ୍ଗାଲୁରୁରେ ପରିବର୍ତ୍ତନ କରିଥିଲେ। ଏହାକୁ ଧ୍ୟାନରେ ରଖି ଦଳ ପରିଚାଳନା ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହି ନୂତନ ନାମ ବିରାଟ କୋହଲି, ଫାଫ ଡୁ ପ୍ଲେସିସ ଏବଂ ସ୍ମୃତି ମନ୍ଧାନା ମଧ୍ୟ ଏକାଠି ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ଆରସିବିକୁ ଏକ ନୂଆ ଲୋଗୋ ମଧ୍ୟ ଦିଆଯାଇଛି, ଯାହା ପୂର୍ବ ଅପେକ୍ଷା ବହୁତ ଭଲ ଏବଂ ଆକର୍ଷଣୀୟ ଦେଖାଯାଏ।
କିଛି ଦିନ ପୂର୍ବରୁ, ମହିଳା ଆରସିବି ଦଳ ସ୍ମୃତି ମନ୍ଧନାଙ୍କ ଅଧିନାୟକତ୍ୱରେ ଡପ୍ଲ୍ୟୁପିଏଲ୍ ୨୦୨୪ ଟାଇଟଲ ଜିତିଥିଲେ। ସେମାନେ ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଉଇକେଟରେ ପରାସ୍ତ କରି ଟ୍ରଫିକୁ କବଜା କରିଥିଲେ। ବର୍ତ୍ତମାନ ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ବିରାଟ କୋହଲି କହିଛନ୍ତି, ଯେହେତୁ ସମସ୍ତେ ଜାଣନ୍ତି ଯେ ଯେତେବେଳେ ବି ଆରସିବି ପ୍ରଥମ ଥର ପାଇଁ ଟାଇଟଲ ଜିତିବ, ମୁଁ ଏହି ଟିମ୍ର ଅଂଶ ହେବି। ଏହି ଫ୍ରାଞ୍ଚାଇଜକୁ ଚାମ୍ପିଅନ କରିବା ପାଇଁ ମୁଁ ଚେଷ୍ଟା କରିବି। ମୁଁ ମଧ୍ୟ ଏକ ସ୍ବପ୍ନ ଅଛି ଯେ, ମୁଁ ଆଇପିଏଲ ଟ୍ରଫି ଜିତିବାର ଭାବନା ଅନୁଭବ କରିପାରିବି। ଆଶା କରୁଛି ଏଥର ଆମେ ତାହା କରିପାରିବୁ।
The post ବଦଳିବ କି ଆରସିବି ଭାଗ୍ୟ: କୋହଲି କହିଲେ… appeared first on Dharitri Odia News.