ଡମ୍ପର ପଛରେ ପିଟି ହେଲା ବରଯାତ୍ରୀ ଧରି ଫେରୁଥିବା ବୋଲେରୋ

ବାଲେଶ୍ୱର,୩।୨: ବାଲେଶ୍ୱର ଜିଲା ସୋର ଥାନା ଦହିସଡ଼ା ନିକଟରେ ଶନିବାର ଭୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଧରି ଫେରୁଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ଡମ୍ପର ପଛ ପଟେ ପିଟି ହୋଇଛି। ଫଳରେ ବୋଲେରୋରେ ଥିବା ୭ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, କଟକରୁ ୯ ଜଣ ବରଯାତ୍ରୀଙ୍କୁ ଧରି ଏକ ବୋଲେରୋ ପାରଦୀପ ଯାଇଥିଲା। ବୋଲେରୋଟି ଫେରୁଥିବା ବେଳେ […] The post ଡମ୍ପର ପଛରେ ପିଟି ହେଲା ବରଯାତ୍ରୀ ଧରି ଫେରୁଥିବା ବୋଲେରୋ appeared first on Dharitri Odia News.

ଡମ୍ପର ପଛରେ ପିଟି ହେଲା ବରଯାତ୍ରୀ ଧରି ଫେରୁଥିବା ବୋଲେରୋ

ବାଲେଶ୍ୱର,୩।୨: ବାଲେଶ୍ୱର ଜିଲା ସୋର ଥାନା ଦହିସଡ଼ା ନିକଟରେ ଶନିବାର ଭୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଧରି ଫେରୁଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ଡମ୍ପର ପଛ ପଟେ ପିଟି ହୋଇଛି। ଫଳରେ ବୋଲେରୋରେ ଥିବା ୭ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, କଟକରୁ ୯ ଜଣ ବରଯାତ୍ରୀଙ୍କୁ ଧରି ଏକ ବୋଲେରୋ ପାରଦୀପ ଯାଇଥିଲା। ବୋଲେରୋଟି ଫେରୁଥିବା ବେଳେ ଶନିବାର ଭୋରରେ ଦହିସଡା ନିକଟରେ ରାସ୍ତାରେ ଛିଡା ହୋଇଥିବା ଏକ ବାଲି ବୋଝେଇ ଡମ୍ପର ପଛ ପଟେ ପିଟି ହୋଇଯାଇଥିଲା। ଫଳରେ ୭ଜଣ ଗୁରୁତର ହୋଇଥିବା ହୋଇଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।

The post ଡମ୍ପର ପଛରେ ପିଟି ହେଲା ବରଯାତ୍ରୀ ଧରି ଫେରୁଥିବା ବୋଲେରୋ appeared first on Dharitri Odia News.