ପାକିସ୍ତାନକୁ ମହଙ୍ଗା ପଡିଲା ଯୁଦ୍ଧ, IMF ବୈଠକରେ ବିଶ୍ୱ ବ୍ୟାଙ୍କ ଋଣକୁ ବିରୋଧ କରିବ ଭାରତ

ନୂଆଦିଲ୍ଲୀ ୯।୫: ଭାରତ ଉପରକୁ ଆକ୍ରମଣ କରି ବଡ଼ ଭୁଲ କରିଛି ପାକିସ୍ତାନ। ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ବିଶ୍ୱବ୍ୟାଙ୍କକୁ ଋଣ ନିବେଦନ କରିଛି। ଏଥର ପାକିସ୍ତାନ ମୋଟା ପ୍ୟାକେଜ୍ ଚାହୁଁଥିବା ବେଳେ ଭାରତର ଏଥିରେ ପ୍ରତିବନ୍ଧକ ପାଲଟିବା ନିଶ୍ଚିତ ହୋଇଯାଇଛି। ତେବେ ବିଶ୍ୱ ବ୍ୟାଙ୍କ ଋଣ ମଞ୍ଜୁର କରାଇବାକୁ ପାକିସ୍ତାନ ଅନ୍ତର୍ଜାତୀୟ ଭାଗିଦାରଙ୍କୁ ଅନୁନୟ ନିବେଦନ କରିଛି। ଏଥି ପାଇଁ ପାକିସ୍ତାନ ସରକାରଙ୍କ ଆର୍ଥିକ ପରାମର୍ଶ ବିଭାଗ ଏକ୍ସ ରେ ଏକ ପୋଷ୍ଟ ସେୟାର କରିଛି। ଏହି ପୋଷ୍ଟରେ ପାକିସ୍ତାନ ପକ୍ଷରୁ ଭାରତର ଆକ୍ରମଣ ପରେ ତାର ବ୍ୟାପକ କ୍ଷତି ହୋଇଥିବା ଓ ଏଥିରୁ ମୁକ୍ତ ହେବା ପାଇଁ ଅଧିକ ପରିମାଣର ଲୋନ ମଞ୍ଜୁର କରିବା ପାଇଁ ଅନ୍ତର୍ଜାତୀୟ ଭାଗିଦାରଙ୍କୁ ନିବେଦନ କରିଛି। ପାକିସ୍ତାନର କହିବା କଥା ହେଉଛି ବଢୁଥିବା ଯୁଦ୍ଧ ଭୟରେ ସେୟାର ବଜାର କ୍ରାସ ହେବା ପାକିସ୍ତାନର ପରିସ୍ଥିତିକୁ ଜଟିଳ କରିଛି। ଏଣୁ ଅନ୍ତର୍ଜାତୀୟ ସମୁଦାୟଙ୍କୁ ନିବେଦନ ସେମାନେ ଆମକୁ ସହାୟତା କରନ୍ତୁ ବୋଲି ଉଲ୍ଲେଖ କରିଛି। ପାକିସ୍ତାନକୁ ଆର୍ଥିକ ସଂକଟରୁ ବାହାର କରିବା ପାଇଁ ୯ ମେ ଶୁକ୍ରବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ବୈଠକ ଅନୁଷ୍ଠିତ ହେବ। ଭାରତ ମଧ୍ୟ ଆଇଏମଏଫ ପ୍ରବନ୍ଧନର ଅଂଶବିଶେଷ। ଏଣୁ ବୈଠକରେ ଭାରତ ମଧ୍ୟ ଅଂଶଗ୍ରହଣ କରିବ ଓ ପାକିସ୍ତାନର ଆତଙ୍କବାଦ ଚେହେରା ଉପରୁ ମୁଖା କାଢିବାର ସୁଯୋଗକୁ ହାତଛଡା କରିବ

ପାକିସ୍ତାନକୁ ମହଙ୍ଗା ପଡିଲା ଯୁଦ୍ଧ, IMF ବୈଠକରେ ବିଶ୍ୱ ବ୍ୟାଙ୍କ ଋଣକୁ ବିରୋଧ କରିବ ଭାରତ

ନୂଆଦିଲ୍ଲୀ ୯।୫: ଭାରତ ଉପରକୁ ଆକ୍ରମଣ କରି ବଡ଼ ଭୁଲ କରିଛି ପାକିସ୍ତାନ। ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ବିଶ୍ୱବ୍ୟାଙ୍କକୁ ଋଣ ନିବେଦନ କରିଛି। ଏଥର ପାକିସ୍ତାନ ମୋଟା ପ୍ୟାକେଜ୍ ଚାହୁଁଥିବା ବେଳେ ଭାରତର ଏଥିରେ ପ୍ରତିବନ୍ଧକ ପାଲଟିବା ନିଶ୍ଚିତ ହୋଇଯାଇଛି। ତେବେ ବିଶ୍ୱ ବ୍ୟାଙ୍କ ଋଣ ମଞ୍ଜୁର କରାଇବାକୁ ପାକିସ୍ତାନ ଅନ୍ତର୍ଜାତୀୟ ଭାଗିଦାରଙ୍କୁ ଅନୁନୟ ନିବେଦନ କରିଛି। ଏଥି ପାଇଁ ପାକିସ୍ତାନ ସରକାରଙ୍କ ଆର୍ଥିକ ପରାମର୍ଶ ବିଭାଗ ଏକ୍ସ ରେ ଏକ ପୋଷ୍ଟ ସେୟାର କରିଛି। 

ଏହି ପୋଷ୍ଟରେ ପାକିସ୍ତାନ ପକ୍ଷରୁ ଭାରତର ଆକ୍ରମଣ ପରେ ତାର ବ୍ୟାପକ କ୍ଷତି ହୋଇଥିବା ଓ ଏଥିରୁ ମୁକ୍ତ ହେବା ପାଇଁ ଅଧିକ ପରିମାଣର ଲୋନ ମଞ୍ଜୁର କରିବା ପାଇଁ ଅନ୍ତର୍ଜାତୀୟ ଭାଗିଦାରଙ୍କୁ ନିବେଦନ କରିଛି। ପାକିସ୍ତାନର କହିବା କଥା ହେଉଛି ବଢୁଥିବା ଯୁଦ୍ଧ ଭୟରେ ସେୟାର ବଜାର କ୍ରାସ ହେବା ପାକିସ୍ତାନର ପରିସ୍ଥିତିକୁ ଜଟିଳ କରିଛି। ଏଣୁ ଅନ୍ତର୍ଜାତୀୟ ସମୁଦାୟଙ୍କୁ ନିବେଦନ ସେମାନେ ଆମକୁ ସହାୟତା କରନ୍ତୁ ବୋଲି ଉଲ୍ଲେଖ କରିଛି। 

ପାକିସ୍ତାନକୁ ଆର୍ଥିକ ସଂକଟରୁ ବାହାର କରିବା ପାଇଁ ୯ ମେ ଶୁକ୍ରବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ବୈଠକ ଅନୁଷ୍ଠିତ ହେବ। ଭାରତ ମଧ୍ୟ ଆଇଏମଏଫ ପ୍ରବନ୍ଧନର ଅଂଶବିଶେଷ। ଏଣୁ ବୈଠକରେ ଭାରତ ମଧ୍ୟ ଅଂଶଗ୍ରହଣ କରିବ ଓ ପାକିସ୍ତାନର ଆତଙ୍କବାଦ ଚେହେରା ଉପରୁ ମୁଖା କାଢିବାର ସୁଯୋଗକୁ ହାତଛଡା କରିବନି। ଭାରତର ବିରୋଧ ସତ୍ତ୍ୱେ ପାକିସ୍ତାନକୁ ପ୍ୟାକେଜ୍ ମିଳିବା ପ୍ରସ୍ତାବକୁ ସବୁଜ ସଂକେତ ମିଳିଯିବ ବୋଲି ଆଶା କାରଯାଉଛି। 

କାରଣ ଆଇଏମଏଫର ଦୁଇ ମୁଖ୍ୟ ଭାଗିଦାର ଦେଶ ଆମେରିକା ଓ ଚୀନ୍ ପକ୍ଷରୁ କୌଣସି ବିରୋଧର ସମ୍ଭାବନା ନାହିଁ। ତେବେ ବୈଠକରେ ପାକିସ୍ତାନକୁ ଋଣ ମଞ୍ଜୁର କରିବାର ଅର୍ଥ ବୈଶ୍ୱିକ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ବୋଲି ଭାରତ ବୁଝେଇବାକୁ ଚେଷ୍ଟା କରିବ। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ପକ୍ଷରୁ ଏହି ଋଣ ନିବେଦନ ଭାରତ-ପାକ୍ ଉତ୍ତେଜନା କାଳରେ କରାଯାଇଥିଲା। ଭାରତ ୬ ଓ ୭ ମେ ରାତିରେ ପହଲଗାମ ଆତଙ୍କବାଦ ଆକ୍ରମଣର ପ୍ରତିଶୋଧ ନେଇଥିଲା। ଏହା ପରଠାରୁ ପାକିସ୍ତାନ ବିବ୍ରତ ହୋଇ ପଡିଛି।