ଜଷ୍ଟିନ ଟ୍ରୁଡୋଙ୍କ ଉପରେ ସଙ୍କଟର କଳାବାଦଲ; ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ୪ଦିନ ଅଲ୍ଟିମେଟମ୍
ନୂଆଦିଲ୍ଲୀ: କାନାଡାରେ ଜଷ୍ଟିନଙ୍କ ପାଇଁ ବଢ଼ିଲା ମୁସ୍କିଲ୍ । ଲିବେରାଲ ପାର୍ଟିରେ ରାଜନୈତିକ ସଂକଟ । ନିଜ ଦଳରୁ ବିରୋଧାଭାଷ ସାମ୍ନାକୁ ଆସିଛି । ଲିବେରାଲ୍ ପାର୍ଟିର ନେତାମାନେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛନ୍ତି । ପଦ ଛାଡ଼ିବାକୁ ସେମାନେ ମାତ୍ର ୪ ଦିନ ସମୟ ମଧ୍ୟ ଦେଇଛନ୍ତି । ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ନ ଦେଲେ ବିଦ୍ରୋହର ସାମ୍ନା କରିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ଅସନ୍ତୁଷ୍ଟ ସାଂସଦ । ଅଲ୍ଟିମେଟମ୍ ପରେ ଚିନ୍ତାରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ।ବୁଧବାର ଟ୍ରୁଡୋ ଏବଂ ତାଙ୍କ ପାର୍ଟିର ସାଂସଦମାନଙ୍କ ସହ ଏକ ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା । ଏଥିରେ କ୍ୟାବିନେଟର ସଦସ୍ୟ ନଥିବା ୨୦ଜଣ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଆସନ୍ତା ନିର୍ବାଚନରେ ଦଳର ପରାଜୟ ଆଶଙ୍କା କରି ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରୁଡୋ ଏଥିରେ ତାଙ୍କ ନିଷ୍ପତ୍ତି ଶୁଣାଇନଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ବୈଠକ ପରେ ଟ୍ରୁଡୋ କହିଛନ୍ତି ଯେ, ଲିବେରାଲମାନେ ଏକତ୍ରିତ ଏବଂ ଶକ୍ତିଶାଳୀ। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲିବେରାଲ ପାର୍ଟିର ୧୫୩ ଜଣ ସାଂସଦଙ୍କ ମଧ୍ୟରୁ ୨୪ ଜଣ ଏକ ଚିଠିରେ ଦସ୍ତଖତ କରି ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଆହ୍ୱାନ ଦେଇଥିଲେ ଏବଂ ଆସନ୍ତା ନିର୍ବାଚନ ନ ଲଢିବାକୁ କହିଛନ୍ତି । ଟ୍ରୁଡ
ନୂଆଦିଲ୍ଲୀ: କାନାଡାରେ ଜଷ୍ଟିନଙ୍କ ପାଇଁ ବଢ଼ିଲା ମୁସ୍କିଲ୍ । ଲିବେରାଲ ପାର୍ଟିରେ ରାଜନୈତିକ ସଂକଟ । ନିଜ ଦଳରୁ ବିରୋଧାଭାଷ ସାମ୍ନାକୁ ଆସିଛି । ଲିବେରାଲ୍ ପାର୍ଟିର ନେତାମାନେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛନ୍ତି । ପଦ ଛାଡ଼ିବାକୁ ସେମାନେ ମାତ୍ର ୪ ଦିନ ସମୟ ମଧ୍ୟ ଦେଇଛନ୍ତି । ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ନ ଦେଲେ ବିଦ୍ରୋହର ସାମ୍ନା କରିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ଅସନ୍ତୁଷ୍ଟ ସାଂସଦ । ଅଲ୍ଟିମେଟମ୍ ପରେ ଚିନ୍ତାରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ।
ବୁଧବାର ଟ୍ରୁଡୋ ଏବଂ ତାଙ୍କ ପାର୍ଟିର ସାଂସଦମାନଙ୍କ ସହ ଏକ ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା । ଏଥିରେ କ୍ୟାବିନେଟର ସଦସ୍ୟ ନଥିବା ୨୦ଜଣ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଆସନ୍ତା ନିର୍ବାଚନରେ ଦଳର ପରାଜୟ ଆଶଙ୍କା କରି ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରୁଡୋ ଏଥିରେ ତାଙ୍କ ନିଷ୍ପତ୍ତି ଶୁଣାଇନଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ବୈଠକ ପରେ ଟ୍ରୁଡୋ କହିଛନ୍ତି ଯେ, ଲିବେରାଲମାନେ ଏକତ୍ରିତ ଏବଂ ଶକ୍ତିଶାଳୀ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲିବେରାଲ ପାର୍ଟିର ୧୫୩ ଜଣ ସାଂସଦଙ୍କ ମଧ୍ୟରୁ ୨୪ ଜଣ ଏକ ଚିଠିରେ ଦସ୍ତଖତ କରି ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଆହ୍ୱାନ ଦେଇଥିଲେ ଏବଂ ଆସନ୍ତା ନିର୍ବାଚନ ନ ଲଢିବାକୁ କହିଛନ୍ତି । ଟ୍ରୁଡୋ ଗତ ୧୦ ବର୍ଷ ଧରି କାନାଡାର ପ୍ରଧାନମନ୍ତ୍ରୀ ରହି ଆସିଛନ୍ତି । ଗତ ଏକ ବର୍ଷ ହେଲା ଭାରତ ସହ ତିକ୍ତତା ବଢିବା ପରେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି ।
ସବୁଠାରୁ ବଡ଼ କଥା ହେଲା, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ପ୍ରସଙ୍ଗରେ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ବଢିଛି । ନିଜର ହତ୍ୟା ପାଇଁ ଭାରତକୁ ଦାୟୀ କରିଛନ୍ତି ଟ୍ରୁଡୋ। ମାତ୍ର ଏହି ଅଭିଯୋଗର ଠୋସ୍ ପ୍ରମାଣ ତାଙ୍କ ପାଖରେ ନଥିବା ସେ ମାନିଛନ୍ତି । ଏବେ ନିଜ ଦଳରୁ ତାଙ୍କୁ ବିରୋଧ କରିବା ଆରମ୍ଭ ହେଲାଣି । ୪ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଅଲଟିମେଟମ୍ ଦିଆଯାଇଛି ।..