ଆଲିଆଙ୍କ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌ ଅବତାର

ମୁମ୍ବାଇ: ଭାସନ୍‌ ବାଲାଙ୍କ ନିର୍ଦ୍ଦେଶିତ କ୍ରାଇମ ଥ୍ରୀଲର ଫିଲ୍ମ ‘ଜିଗ୍‌ରା’ର ପ୍ରଥମ ଟିଜର ରିଲିଜ ହୋଇଛି। ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌ଙ୍କ ଭୂମିକାରେ ନଜରକୁ ଆସିଛନ୍ତି। ଉକ୍ତ ଟିଜର ଏକ ଭାବପ୍ରବଣ ଦୃଶ୍ୟରୁ ଆରମ୍ଭ ହୋଇଛି, ଯେଉଁଠାରେ ଆଲିଆ ଅଭିନୟ କରୁଥିବା ଚରିତ୍ରର ପୃଷ୍ଠଭୂମିକୁ ଦର୍ଶାଯାଇଛି। ସେ କିପରି ବିନା ମା’ବାପାଙ୍କ ସ୍ନେହରେ ବଢ଼ିଛନ୍ତି ସେନେଇ ଟିଜରର ପ୍ରାରମ୍ଭିକ ଦୃଶ୍ୟରେ ଆଲିଆ କହୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟରେ ଆଲିଆ ତାଙ୍କ ସଂଘର୍ଷ […] The post ଆଲିଆଙ୍କ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌ ଅବତାର appeared first on Dharitri Odia News.

ଆଲିଆଙ୍କ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌ ଅବତାର

ମୁମ୍ବାଇ: ଭାସନ୍‌ ବାଲାଙ୍କ ନିର୍ଦ୍ଦେଶିତ କ୍ରାଇମ ଥ୍ରୀଲର ଫିଲ୍ମ ‘ଜିଗ୍‌ରା’ର ପ୍ରଥମ ଟିଜର ରିଲିଜ ହୋଇଛି। ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌ଙ୍କ ଭୂମିକାରେ ନଜରକୁ ଆସିଛନ୍ତି। ଉକ୍ତ ଟିଜର ଏକ ଭାବପ୍ରବଣ ଦୃଶ୍ୟରୁ ଆରମ୍ଭ ହୋଇଛି, ଯେଉଁଠାରେ ଆଲିଆ ଅଭିନୟ କରୁଥିବା ଚରିତ୍ରର ପୃଷ୍ଠଭୂମିକୁ ଦର୍ଶାଯାଇଛି। ସେ କିପରି ବିନା ମା’ବାପାଙ୍କ ସ୍ନେହରେ ବଢ଼ିଛନ୍ତି ସେନେଇ ଟିଜରର ପ୍ରାରମ୍ଭିକ ଦୃଶ୍ୟରେ ଆଲିଆ କହୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟରେ ଆଲିଆ ତାଙ୍କ ସଂଘର୍ଷ ବିଷୟରେ କହୁଛନ୍ତି। ପରିବାରର ଏକମାତ୍ର ସଦସ୍ୟ ତଥା ତାଙ୍କ ଭାଇ ବିଦେଶରେ ଜେଲରେ ଥିବା ଜାଣି ଆଲିଆଙ୍କ ହୃଦୟ ଭାଙ୍ଗିପଡ଼ିଛି। ତେବେ ଟିଜରଟି ଆଗକୁ ବଢ଼ିବା ସହ ଆଲିଆ ତାଙ୍କ ଭାଇଙ୍କୁ ଉଦ୍ଧାର କରିବା ପାଇଁ କ’ଣ ସବୁ କରିଛନ୍ତି ତାହା ଦେଖିବାକୁ ମିଳିଛି। ଫିଲ୍ମରେ ଅଭିନେତା ବେଦାଙ୍ଗ ରାଇନା ଆଲିଆଙ୍କ ଭାଇ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଟିଜରରେ ଅନେକ ହାଇ ଆକ୍ସନ୍‌ ସିକ୍ୱେନ୍ସ ଏବଂ ମାରପିଟ ଦୃଶ୍ୟ ରହିଛି, ଯେଉଁଥିରେ ଆଲିଆଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି। ଟିଜରର ଏକ ଦୃଶ୍ୟରେ ଅଭିନେତା ଅମିତାଭ ବଚ୍ଚନଙ୍କ ବିଷୟରେ ଆଲିଆ ଉଲ୍ଲେଖକରି କହିଛନ୍ତି, ସେ ହେଉଛନ୍ତି ପରବର୍ତ୍ତୀ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌। ଆସନ୍ତା ଅକ୍ଟୋବର ୧୧ରେ ‘ଜିଗ୍‌ରା’ ମୁକ୍ତିଲାଭ କରିବ। ପ୍ରଥମ ଥର ପାଇଁ ଆଲିଆ ଜଣେ ଫିଲ୍ମ ନିର୍ମାତା ଭାବେ କରନ୍‌ ଜୋହରଙ୍କ ମିଶି ଏହି ଚଳଚ୍ଚିତ୍ରକୁ ପ୍ରସ୍ତୁତ କରିଛନ୍ତି।

The post ଆଲିଆଙ୍କ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌ ଅବତାର appeared first on Dharitri Odia News.