ବିଦ୍ୟୁତ୍ ଆଘାତରେ ପାର୍କ କର୍ମଚାରୀଙ୍କ ଜୀବନ ଗଲା
ବାଲିଗୁଡ଼ା,୧୫ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରର ମଧ୍ୟ ଭାଗରେ ରହିଥିବା ତ୍ରିବେଦୀ ପାର୍କର କର୍ମଚାରୀ ଦିବାକର ବିନ୍ଧାଣି (୪୨)ଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସବୁଦିନ ପରି ଦିବାକରଙ୍କ ସହ ୮ଜଣ ପାର୍କକୁ ଆସି ନିଜ କାମ କରିଥାନ୍ତି ଓ ରାତି ୮ଟା ବେଳେ ପାର୍କ ବନ୍ଦ କରି ନିଜ ନିଜ ଘରକୁ ଫେରିଯାନ୍ତି କିନ୍ତୁ ସେ ବୁଧବାର ନିଜ ଘର ମହାସିଂ ନିକଟସ୍ଥ ବଲମର ପଦର ଘରକୁ ଫେରି ନ ଥିଲେ। […] The post ବିଦ୍ୟୁତ୍ ଆଘାତରେ ପାର୍କ କର୍ମଚାରୀଙ୍କ ଜୀବନ ଗଲା appeared first on Dharitri Odia News.
ବାଲିଗୁଡ଼ା,୧୫ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରର ମଧ୍ୟ ଭାଗରେ ରହିଥିବା ତ୍ରିବେଦୀ ପାର୍କର କର୍ମଚାରୀ ଦିବାକର ବିନ୍ଧାଣି (୪୨)ଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସବୁଦିନ ପରି ଦିବାକରଙ୍କ ସହ ୮ଜଣ ପାର୍କକୁ ଆସି ନିଜ କାମ କରିଥାନ୍ତି ଓ ରାତି ୮ଟା ବେଳେ ପାର୍କ ବନ୍ଦ କରି ନିଜ ନିଜ ଘରକୁ ଫେରିଯାନ୍ତି କିନ୍ତୁ ସେ ବୁଧବାର ନିଜ ଘର ମହାସିଂ ନିକଟସ୍ଥ ବଲମର ପଦର ଘରକୁ ଫେରି ନ ଥିଲେ। ରାତିରେ ସ୍ବାମୀ ଘରକୁ ଆସି ନ ଥିବାରୁ ଗୁରୁବାର ସକାଳୁ ସ୍ତ୍ରୀ ଆସି ପାର୍କରେ ସ୍ବାମୀଙ୍କୁ ଖୋଜିଥିଲେ। ସେହି ସମୟରେ ସ୍ବାମୀ ଆମ୍ବଗଛ ନିକଟରେ ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଆଣି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦିବାକରଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ କୌଣସି ମାମଲା ରୁଜୁ ହୋଇ ନ ଥିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ।
The post ବିଦ୍ୟୁତ୍ ଆଘାତରେ ପାର୍କ କର୍ମଚାରୀଙ୍କ ଜୀବନ ଗଲା appeared first on Dharitri Odia News.