ଗୁଣାତ୍ମକ ଉତ୍ପାଦକୁ ଓଡ଼ିଶା ପ୍ଲାଷ୍ଟୋର ଗୁରୁତ୍ୱ
ଭୁବନେଶ୍ୱର,୨୬।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପ୍ଲାଷ୍ଟୋ ପ୍ରୋ ପ୍ୟାକ ଓଡ଼ିଶା ଏବଂ ଓଡ଼ିଶା ପ୍ଲାଷ୍ଟୋର ୪ ଦିନିଆ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଉତ୍ସାହଜନକ କାରବାର ଓ ପ୍ରତିକ୍ରିୟା ହାସଲ କରିଛି। ବିଶେଷ କରି ବ୍ରାଣ୍ଡ୍ର ବଜାର ଚାହିଦା ଓ ଗୁଣାତ୍ମକ ଉତ୍ପାଦ କମ୍ପାନୀର ଆଭିମୁଖ୍ୟ ଓ ଗ୍ରାହକକୈନ୍ଦ୍ରିକ କାରବାରକୁ ଦ୍ୱିଗୁଣିତ କରିଛି ବୋଲି ଓଡ଼ିଶା ପ୍ଲାଷ୍ଟୋ ପାଇପ୍ସ ପ୍ରାଇଭେଟ ଲିମିଟେଡର ଏମ୍ଡି କୌଶଲ ପୋଦ୍ଦାର ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। […] The post ଗୁଣାତ୍ମକ ଉତ୍ପାଦକୁ ଓଡ଼ିଶା ପ୍ଲାଷ୍ଟୋର ଗୁରୁତ୍ୱ appeared first on Dharitri Odia News.
ଭୁବନେଶ୍ୱର,୨୬।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପ୍ଲାଷ୍ଟୋ ପ୍ରୋ ପ୍ୟାକ ଓଡ଼ିଶା ଏବଂ ଓଡ଼ିଶା ପ୍ଲାଷ୍ଟୋର ୪ ଦିନିଆ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଉତ୍ସାହଜନକ କାରବାର ଓ ପ୍ରତିକ୍ରିୟା ହାସଲ କରିଛି। ବିଶେଷ କରି ବ୍ରାଣ୍ଡ୍ର ବଜାର ଚାହିଦା ଓ ଗୁଣାତ୍ମକ ଉତ୍ପାଦ କମ୍ପାନୀର ଆଭିମୁଖ୍ୟ ଓ ଗ୍ରାହକକୈନ୍ଦ୍ରିକ କାରବାରକୁ ଦ୍ୱିଗୁଣିତ କରିଛି ବୋଲି ଓଡ଼ିଶା ପ୍ଲାଷ୍ଟୋ ପାଇପ୍ସ ପ୍ରାଇଭେଟ ଲିମିଟେଡର ଏମ୍ଡି କୌଶଲ ପୋଦ୍ଦାର ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।
ସେହିଭଳି ବ୍ରାଣ୍ଡ୍ର ଉତ୍ପାଦ ସବୁ ବର୍ଗର ଗ୍ରାହକଙ୍କ ପ୍ରଥମ ପସନ୍ଦ ହୋଇଥିଲାବେଳେ କମ୍ପାନୀ ଉଭୟ ଘରୋଇ ଓ ସରକାରୀ ଉଦ୍ୟୋଗ ସମେତ କୃଷି, ଶିଳ୍ପ ଏବଂ ଗୃହୋପଯୋଗୀ ଉପକରଣ ଉପଲବ୍ଧ। ଏପରିକି ବ୍ରାଣ୍ଡ୍ର ୫୫୦ରୁ ଅଧିକ ରେଞ୍ଜର ଉତ୍ପାଦ ଯଥା ୟୁପିଭିସି, ସିପିଭିସି, ଏସ୍ଡବ୍ଲ୍ୟୁଆର, ଏଗ୍ରି ଫିଟିଙ୍ଗ୍ସ ଭଳି କ୍ଷେତ୍ରୋପଯୋଗୀ ପାଇଁ କମ୍ପାନୀ ଉନ୍ନତ ଟେକ୍ନୋଲୋଜି ଜରିଆରେ ଗୁଣାତ୍ମକ ଉତ୍ପାଦ ଯୋଗାଇ ଦେଉଛି। ଅପରପକ୍ଷରେ ପ୍ରଦର୍ଶନୀ ଜରିଆରେ କାରବାର ବୃଦ୍ଧି ସହିତ ନୂତନ ବ୍ୟବସାୟ ସୁଯୋଗ ଓ ୟୁନିଟ ସ୍ଥାପନ ପାଇଁ ସୁଯୋଗ ସୃଷ୍ଟି କରିଛି।
ସେହିପରି କମ୍ପାନୀ ଆଗାମୀ ଦିନରେ ନୂଆ ୟୁନିଟ ସାଙ୍ଗକୁ ନୂତନ ଉତ୍ପାଦର ଶୁଭାରମ୍ଭ କରିବ ବୋଲି ବ୍ୟାପକ ଯୋଜନା କରିଥିବା ପୋଦ୍ଦାର ସୂଚନା ଦେଇଛନ୍ତି।
The post ଗୁଣାତ୍ମକ ଉତ୍ପାଦକୁ ଓଡ଼ିଶା ପ୍ଲାଷ୍ଟୋର ଗୁରୁତ୍ୱ appeared first on Dharitri Odia News.