ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ
ଖଲ୍ଲିକୋଟ,୨୮।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ଶର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷେ ହସ୍ପିଟାଲରେ ବିଦ୍ୟୁତ୍ ବିଚ୍ଛିନ୍ନ ଘଟି ଅନ୍ଧାରରେ ରୋଗୀ ସେବା ଚାଲିଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ମୁତାବକ, ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ ଲାଗିଥିବା ମିଟରରେ ହଠାତ ନିଆଁ ଲାଗି ଯାଇଥିଲା । ଫଳରେ ମେଡ଼ିକାଲ ଭିତରେ ପ୍ରବଳ ଧୁଆଁ ଦେଖି ରୋଗୀ […] The post ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ appeared first on Dharitri Odia News.
ଖଲ୍ଲିକୋଟ,୨୮।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ଶର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷେ ହସ୍ପିଟାଲରେ ବିଦ୍ୟୁତ୍ ବିଚ୍ଛିନ୍ନ ଘଟି ଅନ୍ଧାରରେ ରୋଗୀ ସେବା ଚାଲିଥିବା ଦେଖିବାକୁ ମିଳିଥିଲା ।
ମିଳିଥିବା ସୂଚନା ମୁତାବକ, ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ ଲାଗିଥିବା ମିଟରରେ ହଠାତ ନିଆଁ ଲାଗି ଯାଇଥିଲା । ଫଳରେ ମେଡ଼ିକାଲ ଭିତରେ ପ୍ରବଳ ଧୁଆଁ ଦେଖି ରୋଗୀ ଭୟଭୀତ ହୋଇ ପଡ଼ିଥିଲେ। ଖବର ପାଇ ତୁରନ୍ତ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ମେଡ଼ିକାଲରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଏନେଇ ବଡ଼ ଧରଣର ବିପଦ ଟଳି ଯାଇଥିଲା।
The post ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ appeared first on Dharitri Odia News.