ଅବସର ନେବା ପରେ ଏମିତି କ’ଣ କହିଲେ ଶିଖର ଧାଓ୍ବନ, ଯାହାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୮: ନିକଟରେ ଭାରତୀୟ ଓପନର୍‌ ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। ସେବେଠାରୁ ସେ ଅନେକ ସମୟରେ କିଛି ନା କିଛି ଷ୍ଟେଟମେଣ୍ଟକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଏବେ ଧାୱନ ଶୁବମନ ଗିଲଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି। ଧାୱନ କହିଛନ୍ତି ଯେ ଗିଲ ଆସିବା ପରେ ସେ ତାଙ୍କ ପ୍ରତି ଈର୍ଷାପରାୟଣ ହୋଇଥିଲେ। ପୂର୍ବତନ କ୍ରିକେଟର ଶିଖର ଧାୱନ ଏକଦା ଟିମ ଇଣ୍ଡିଆ ପାଇଁ ବିସ୍ଫୋରକ ବ୍ୟାଟିଂ ପାଇଁ ଖୁବ ଜଣାଶୁଣା […] The post ଅବସର ନେବା ପରେ ଏମିତି କ’ଣ କହିଲେ ଶିଖର ଧାଓ୍ବନ, ଯାହାକୁ ନେଇ ବଢୁଛି ଚର୍ଚ୍ଚା appeared first on Dharitri Odia News.

ଅବସର ନେବା ପରେ ଏମିତି କ’ଣ କହିଲେ ଶିଖର ଧାଓ୍ବନ, ଯାହାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୮: ନିକଟରେ ଭାରତୀୟ ଓପନର୍‌ ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। ସେବେଠାରୁ ସେ ଅନେକ ସମୟରେ କିଛି ନା କିଛି ଷ୍ଟେଟମେଣ୍ଟକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଏବେ ଧାୱନ ଶୁବମନ ଗିଲଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି। ଧାୱନ କହିଛନ୍ତି ଯେ ଗିଲ ଆସିବା ପରେ ସେ ତାଙ୍କ ପ୍ରତି ଈର୍ଷାପରାୟଣ ହୋଇଥିଲେ।
ପୂର୍ବତନ କ୍ରିକେଟର ଶିଖର ଧାୱନ ଏକଦା ଟିମ ଇଣ୍ଡିଆ ପାଇଁ ବିସ୍ଫୋରକ ବ୍ୟାଟିଂ ପାଇଁ ଖୁବ ଜଣାଶୁଣା ଥିଲେ, ପରେ ଧୱନଙ୍କ ପାଇଁ ସବୁ ବାଟ ବନ୍ଦ ହେବା ଆରମ୍ଭ ହୋଇଥିଲା ଏବଂ ୨ ବର୍ଷ ଦଳ ବାହାରେ ରହିବା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ ଧାୱନ ପ୍ରକାଶ କରିଛନ୍ତି ଯେ ସେ ଶୁବମନ ଗିଲଙ୍କ ପ୍ରତି ଈର୍ଷା କରିଥିଲେ।
ଶିଖର ଏକ ପୋଡକାଷ୍ଟରେ କହିଛନ୍ତି, ହଁ, ମୁଁ ଈର୍ଷା କରୁଥିଲି, ଏହା ନୁହେଁ ଯେ ଏହା ଘଟି ନଥିଲା, ଏହା ନିଶ୍ଚିତ ଭାବରେ ଘଟିଥିଲା। ମୋତେ ଥରେ ଏକ ପ୍ରଶ୍ନ ପଚରାଗଲା, ବହୁତ ଭଲ ପ୍ରଶ୍ନ । ସେହି ସମୟରେ ଶୁବମାନ ୨ଟି ଫର୍ମାଟ ଖେଳୁଥିଲେ ଏବଂ ମୁଁ କେବଳ ଗୋଟିଏ ଫର୍ମାଟ ଖେଳୁଥିଲି ଏବଂ ମୁଁ ଆସୁଥିଲି ଯାଉଥିଲି। ତା’ପରେ ମୁଁ କହିଲି ହଁ ଶୁବମନଙ୍କୁ ଏକ ସୁଯୋଗ ମିଳିବା ଉଚିତ୍‌।

The post ଅବସର ନେବା ପରେ ଏମିତି କ’ଣ କହିଲେ ଶିଖର ଧାଓ୍ବନ, ଯାହାକୁ ନେଇ ବଢୁଛି ଚର୍ଚ୍ଚା appeared first on Dharitri Odia News.