୨ ଦିନ ଧରି ଥିଲେ ନିଖୋଜ: ଏବେ ପୋଖରୀରୁ ମିଳିଲା…

ପାରଳାଖେମୁଣ୍ଡି,୨୭।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ସୀତାସାଗର ଗ୍ରାମ ଏକ ପୋଖରୀରୁ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ସେ ୨ ଦିନ ହେଲା ନିଖୋଜ ଥିଲେ। ହେଲେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳବାହିନୀ ସହାୟତାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ […] The post ୨ ଦିନ ଧରି ଥିଲେ ନିଖୋଜ: ଏବେ ପୋଖରୀରୁ ମିଳିଲା… appeared first on Dharitri Odia News.

୨ ଦିନ ଧରି ଥିଲେ ନିଖୋଜ: ଏବେ ପୋଖରୀରୁ ମିଳିଲା…

ପାରଳାଖେମୁଣ୍ଡି,୨୭।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ସୀତାସାଗର ଗ୍ରାମ ଏକ ପୋଖରୀରୁ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ସେ ୨ ଦିନ ହେଲା ନିଖୋଜ ଥିଲେ। ହେଲେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳବାହିନୀ ସହାୟତାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

The post ୨ ଦିନ ଧରି ଥିଲେ ନିଖୋଜ: ଏବେ ପୋଖରୀରୁ ମିଳିଲା… appeared first on Dharitri Odia News.