୨ ଘଣ୍ଟା ପିଛା କରି ପାକିସ୍ତାନ ଜାହାଜରୁ ମତ୍ସ୍ୟଜୀବୀଙ୍କୁ ଝାମ୍ପି ଆଣିଲେ ଭାରତୀୟ କୋଷ୍ଟ ଗାର୍ଡ
ନୂଆଦିଲ୍ଲୀ ,୧୮ା୧୧:ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରୁ ୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନୀ ପାଟ୍ରୋଲ ଜାହାଜ ରବିବାର ଧରିନେଉଥିଲା। ଖବର ପାଇ ଭାରତୀୟ ତଟ ସୁରକ୍ଷା ବାହିନୀ (ଆଇସିଜି) ୨ ଘଣ୍ଟା ଧରି ଉକ୍ତ ଜାହାଜକୁ ପିଛା କରିବା ପରେ ମତ୍ସ୍ୟଜୀବୀମାନଙ୍କୁ ମୁକୁଳାଇଛି। ପାକିସ୍ତାନୀ ସାମୁଦ୍ରିକ ସୁରକ୍ଷା ସଂସ୍ଥା (ପିଏମ୍ଏସ୍ଏ) ଜାହାଜ ପାଲଟା ଜବାବ ଦେବା ପାଇଁ ଉଦ୍ୟମ କରିବା ସତ୍ତ୍ୱେ ମତ୍ସ୍ୟଜୀବୀମାନଙ୍କୁ ସଫଳତାର ସହ ଉଦ୍ଧାର କରାଯାଇପାରିଛି। ଭାରତୀୟ ଜଳରାଶିରେ ଥିବା ‘କାଳ ଭୈରବ’ ମାଛଧରା ବୋଟ୍ରୁ […] The post ୨ ଘଣ୍ଟା ପିଛା କରି ପାକିସ୍ତାନ ଜାହାଜରୁ ମତ୍ସ୍ୟଜୀବୀଙ୍କୁ ଝାମ୍ପି ଆଣିଲେ ଭାରତୀୟ କୋଷ୍ଟ ଗାର୍ଡ appeared first on Dharitri Odia News.
ନୂଆଦିଲ୍ଲୀ ,୧୮ା୧୧:ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରୁ ୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନୀ ପାଟ୍ରୋଲ ଜାହାଜ ରବିବାର ଧରିନେଉଥିଲା। ଖବର ପାଇ ଭାରତୀୟ ତଟ ସୁରକ୍ଷା ବାହିନୀ (ଆଇସିଜି) ୨ ଘଣ୍ଟା ଧରି ଉକ୍ତ ଜାହାଜକୁ ପିଛା କରିବା ପରେ ମତ୍ସ୍ୟଜୀବୀମାନଙ୍କୁ ମୁକୁଳାଇଛି। ପାକିସ୍ତାନୀ ସାମୁଦ୍ରିକ ସୁରକ୍ଷା ସଂସ୍ଥା (ପିଏମ୍ଏସ୍ଏ) ଜାହାଜ ପାଲଟା ଜବାବ ଦେବା ପାଇଁ ଉଦ୍ୟମ କରିବା ସତ୍ତ୍ୱେ ମତ୍ସ୍ୟଜୀବୀମାନଙ୍କୁ ସଫଳତାର ସହ ଉଦ୍ଧାର କରାଯାଇପାରିଛି। ଭାରତୀୟ ଜଳରାଶିରେ ଥିବା ‘କାଳ ଭୈରବ’ ମାଛଧରା ବୋଟ୍ରୁ ମତ୍ସ୍ୟଜୀବୀମାନଙ୍କୁ କୌଣସି ସ୍ଥିତିରେ ପାକିସ୍ତାନ ଜାହାଜ ନେଇଯିବାକୁ ଦିଆଯିବ ନାହିଁ ବୋଲି ପ୍ରତିଜ୍ଞା କରି ତଟସୁରକ୍ଷା ବାହିନୀ ଏହାର ପିଛା କରିଥିଲା ବୋଲି ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି। ତେବେ ଏହି ଘଟଣାରେ ମାଛଧରା ବୋଟ୍ଟି କ୍ଷତିଗ୍ରସ୍ତ ହୋଇ ବୁଡ଼ିଯାଇଥିଲା।
The post ୨ ଘଣ୍ଟା ପିଛା କରି ପାକିସ୍ତାନ ଜାହାଜରୁ ମତ୍ସ୍ୟଜୀବୀଙ୍କୁ ଝାମ୍ପି ଆଣିଲେ ଭାରତୀୟ କୋଷ୍ଟ ଗାର୍ଡ appeared first on Dharitri Odia News.