ଟୁଇଟ୍‌ କରି ଧର୍ମେନ୍ଦ୍ରଙ୍କୁ ଏମିତି କହିଲେ ପ୍ରଣବ ପ୍ରକାଶ, ଧର୍ମେନ୍ଦ୍ର ବାବୁ…

ଭୁବନେଶ୍ୱର,୨୩।୫: ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିପକ୍ଷ ଦଳ ମଧ୍ୟରେ ତର୍କବିତର୍କ ଦେଖିବାକୁ ମିଳୁଛି। ଉଭୟ ଦଳ ଉଭୟଙ୍କୁ ର୍ଟାଗେଟ୍‌ କରିବାରେ ଲାଗିଛନ୍ତି। ଏହି ସମୟରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଟୁଇଟ୍‌ କରି ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗତ ୨୪ ବର୍ଷ ହେଲା ସାଢ଼େ ୪ କୋଟି ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି। ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭଲପାଆନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ […] The post ଟୁଇଟ୍‌ କରି ଧର୍ମେନ୍ଦ୍ରଙ୍କୁ ଏମିତି କହିଲେ ପ୍ରଣବ ପ୍ରକାଶ, ଧର୍ମେନ୍ଦ୍ର ବାବୁ… appeared first on Dharitri Odia News.

ଟୁଇଟ୍‌ କରି ଧର୍ମେନ୍ଦ୍ରଙ୍କୁ ଏମିତି କହିଲେ ପ୍ରଣବ ପ୍ରକାଶ, ଧର୍ମେନ୍ଦ୍ର ବାବୁ…

ଭୁବନେଶ୍ୱର,୨୩।୫: ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିପକ୍ଷ ଦଳ ମଧ୍ୟରେ ତର୍କବିତର୍କ ଦେଖିବାକୁ ମିଳୁଛି। ଉଭୟ ଦଳ ଉଭୟଙ୍କୁ ର୍ଟାଗେଟ୍‌ କରିବାରେ ଲାଗିଛନ୍ତି। ଏହି ସମୟରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଟୁଇଟ୍‌ କରି ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗତ ୨୪ ବର୍ଷ ହେଲା ସାଢ଼େ ୪ କୋଟି ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି। ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭଲପାଆନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭଳି ଭାବି କାର୍ଯ୍ୟ କରିଥାନ୍ତି।

ହେଲେ ବାହାର ରାଜ୍ୟରୁ ନେତାଙ୍କୁ ଆଣି ଓଡ଼ିଶାବାସୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେବା, ଅଶୋଭନୀୟ ଶବ୍ଦ ପ୍ରୟୋଗ କରିବା ଓଡ଼ିଶା ଭାଜପାକୁ ଆଦୌ ଶୋଭାପାଉନି। ନିଜେ ଧର୍ମେନ୍ଦ୍ର ପ୍ରଧାନ, ସେମାନଙ୍କ ସହ ମିଶି ସମାନ ଭାଷା ବ୍ୟବହାର କରିବା ଓଡ଼ିଶା ସଂସ୍କୃତି ବିରୋଧୀ। ଯେହେତୁ ବାହାରୁ ଆସୁଥିବା ନେତା ଆମ ଅତିଥି, ସେଥିପାଇଁ ଆମେ ବିଶେଷ କିଛି ପ୍ରତିକ୍ରିୟା ରଖୁନଥିଲୁ, କାରଣ ବିଜେଡି ସବୁବେଳେ ଓଡ଼ିଶାର ସଂସ୍କୃତିକୁ ପାଳନ କରେ।

ଗତ ୧୦ ବର୍ଷ ହେଲା ଆମେ ଦେଖି ଆସୁଛୁ, ଓଡ଼ିଶା ଭାଜପା ନେତା ସବୁବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ମନ୍ତବ୍ୟ ଦେଇ ଆସୁଛନ୍ତି। କାରଣ ସେମାନଙ୍କ ନିକଟରେ ଆଉ କିଛି ମୁଦ୍ଦା ନାହିଁ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପକୁ ବିରୋଧ କରିଥିବା ଧର୍ମେନ୍ଦ୍ର ପ୍ରଧାନ କେବେ ମଧ୍ୟ NH-55 କାମ କିଭଳି ଶୀଘ୍ର ସରିବ ସେନେଇ ତତ୍ପରତା ଦେଖାଇନାହାନ୍ତି। ଯେଉଁଥିପାଇଁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି। ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ବାବୁ ଛତିଶଗଡ଼ ପାଇଁ କରିଥିବା ଓକିଲାତି କାହାକୁ ଅଛପା ନାହିଁ। 5T ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ସଭାରେ ପଚାରିଥିବା ପ୍ରଶ୍ନର ଗୋଟିଏ ବି ଉତ୍ତର ଦେଇପାରିଲେନି ଧର୍ମେନ୍ଦ୍ର ବାବୁ। କାରଣ ସେ ଗତ ୧୦ ବର୍ଷ ମଧ୍ୟରେ କିଛି ବି କାମ କରିନାହାନ୍ତି।

 

The post ଟୁଇଟ୍‌ କରି ଧର୍ମେନ୍ଦ୍ରଙ୍କୁ ଏମିତି କହିଲେ ପ୍ରଣବ ପ୍ରକାଶ, ଧର୍ମେନ୍ଦ୍ର ବାବୁ… appeared first on Dharitri Odia News.