ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାହପତ୍ର ପରେ ନତାଶାଙ୍କ ଜୀବନରେ କିଏ କରିଛି ଏଣ୍ଟ୍ରି, କରୁଛନ୍ତି ଏମିତି ପୋଷ୍ଟ

ନୂଆଦିଲ୍ଲୀ,୧୦।୮: ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ନତାଶା ଷ୍ଟାଙ୍କୋଭିକଙ୍କ ଛାଡପତ୍ର ହୋଇସାରିଛି । ଉଭୟ ବୁଝାମଣା ସହିତ ପରସ୍ପର ଠାରୁ ଅଲଗା ହୋଇସାରିଛନ୍ତି । ହାର୍ଦ୍ଦିକ ଏବେ କ୍ରିକେଟ ଉପରେ ଫୋକସ କରୁଥିବା ବେଳେ ନତାଶା ଷ୍ଟାଙ୍କୋଭିକ ନିଜ ପୁଅ ଅଗସ୍ତ୍ୟାଙ୍କ ସହ ଦେଶ ସର୍ବିୟାକୁ ଫେରି ଯାଇଛନ୍ତି । ତେବେ ଛାଡପତ୍ର ପରେ ଉଭୟ ଉଭୟଙ୍କୁ ଭୁଲିପାରୁନାହାନ୍ତି । ନତାଶାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ହାର୍ଦ୍ଦିକ ଲାଇକ ଏବଂ କମେଣ୍ଟ […] The post ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାହପତ୍ର ପରେ ନତାଶାଙ୍କ ଜୀବନରେ କିଏ କରିଛି ଏଣ୍ଟ୍ରି, କରୁଛନ୍ତି ଏମିତି ପୋଷ୍ଟ appeared first on Dharitri Odia News.

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାହପତ୍ର ପରେ ନତାଶାଙ୍କ ଜୀବନରେ କିଏ କରିଛି ଏଣ୍ଟ୍ରି, କରୁଛନ୍ତି ଏମିତି ପୋଷ୍ଟ

ନୂଆଦିଲ୍ଲୀ,୧୦।୮: ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ନତାଶା ଷ୍ଟାଙ୍କୋଭିକଙ୍କ ଛାଡପତ୍ର ହୋଇସାରିଛି । ଉଭୟ ବୁଝାମଣା ସହିତ ପରସ୍ପର ଠାରୁ ଅଲଗା ହୋଇସାରିଛନ୍ତି । ହାର୍ଦ୍ଦିକ ଏବେ କ୍ରିକେଟ ଉପରେ ଫୋକସ କରୁଥିବା ବେଳେ ନତାଶା ଷ୍ଟାଙ୍କୋଭିକ ନିଜ ପୁଅ ଅଗସ୍ତ୍ୟାଙ୍କ ସହ ଦେଶ ସର୍ବିୟାକୁ ଫେରି ଯାଇଛନ୍ତି ।

ତେବେ ଛାଡପତ୍ର ପରେ ଉଭୟ ଉଭୟଙ୍କୁ ଭୁଲିପାରୁନାହାନ୍ତି । ନତାଶାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ହାର୍ଦ୍ଦିକ ଲାଇକ ଏବଂ କମେଣ୍ଟ କରୁଥିବା ବେଳେ ନତାଶା ମଧ୍ୟ ନାଁ ନେଇ ବେଳେ ବେଳେ ପୋଷ୍ଟ କରୁଛନ୍ତି । କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ସମ୍ପର୍କରେ ମତଭେଦ ବହୁ ପୂର୍ବରୁ ଆସିଥିଲା । ଅନେକ ଦିନ ଚୁପ ରହିବା ପରେ ଶେଷରେ ଜୁଲାଇ ୧୮ ତାରିଖରେ ଛାଡପତ୍ର ଘୋଷଣା କରିଥିଲେ ।

ବର୍ତ୍ତମାନ ସେ ଇନଷ୍ଟାଗ୍ରାମରେ ତାଙ୍କ ପୁଅ ଅଗସ୍ତ୍ୟାଙ୍କ ସହ ଫଟୋ ଶେୟାର କରିଛନ୍ତି । ନତାଶାଙ୍କ ଦ୍ୱାରା ସେୟାର ହୋଇଥିବା ପୋଷ୍ଟ ପଢିବା ପରେ ସମଗ୍ର ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ନତାଶା ଲେଖିଛନ୍ତି, ଇଶ୍ବର ପଥ ପ୍ରଦର୍ଶନ କରୁଛନ୍ତି, ଭଲ ପାଇବା ଭିତରେ ରହୁଛି, କୃତଜ୍ଞତାରେ ବଞ୍ଚିବା, ଆନନ୍ଦ ଅନୁଭବ କରିବା । ତେବେ ନତାଶାଙ୍କ ଏଭଳି ପୋଷ୍ଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦ୍ଦେଶ୍ୟରେ ଥିଲା କିମ୍ବା ନତାଶାଙ୍କ ଜୀବନରେ ଅନ୍ୟ କାହା ପାଇଁ ତାହା କହିବା ମୁସ୍କିଲ । ତଥାପି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ନତାଶା ଏଭଳି ପୋଷ୍ଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦ୍ଦେଶ୍ୟରେ କରୁଛନ୍ତି । ଉଭୟ ଉଭୟଙ୍କ ଠାରୁ ଅଲଗା ରହୁଥିବା ବେଳେ ପୁଅ ଅଗସ୍ତ୍ୟା ହିଁ ପାଣ୍ଡ୍ୟା ଓ ନତାଶାଙ୍କ ମଝିରେ ରହିଛନ୍ତି ।

କ୍ରିକେଟରଙ୍କ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଜଣେ ବଲିଉଡ ଅଭିନେତ୍ରୀଙ୍କୁ ଡେଟ କରୁଥିବା କୁହାଯାଉଛି । ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ହାର୍ଦ୍ଦିକଙ୍କ ଜୀବନରେ ଏଣ୍ଟ୍ରି କରିଥିବା ଚର୍ଚ୍ଚା ହେଉଛି । ଉଭୟ ନିକଟରେ ଦେଖା ହୋଇଥିଲେ ଏବଂ ପରେ ପରେ ଉଭୟ ଉଭୟଙ୍କୁ ଇନଷ୍ଟାଗ୍ରାମରେ ଫଲୋ ମଧ୍ୟ କରିଥିଲେ ।

ନତାଶା ତାଙ୍କ ପୁଅ ସହିତ ସର୍ବିୟାରେ ନିଜ ଘରେ ରହୁଛନ୍ତି । ହାର୍ଦ୍ଦିକ ଏବଂ ନତାଶାଙ୍କ ଛାଡପତ୍ର ପରେ ଦମ୍ପତିଙ୍କ ପୁଅ ତାଙ୍କ ମା ନତାଶାଙ୍କ ସହ ରହୁଛନ୍ତି । ନିକଟରେ ଅଗସ୍ତ୍ୟାଙ୍କ ଚତୁର୍ଥ ଜନ୍ମଦିନରେ ହାର୍ଦ୍ଦିକ ତାଙ୍କ ପୁଅ ସହିତ ଏକ ପୋଷ୍ଟ ସେୟାର କରିଥିଲେ । ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ଉଭୟ ନତାଶା ଏବଂ ହାର୍ଦ୍ଦିକଙ୍କ ଜୀବନରେ ନୂଆ କେହି ଏଣ୍ଟ୍ରି କରିଛନ୍ତି ।

The post ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାହପତ୍ର ପରେ ନତାଶାଙ୍କ ଜୀବନରେ କିଏ କରିଛି ଏଣ୍ଟ୍ରି, କରୁଛନ୍ତି ଏମିତି ପୋଷ୍ଟ appeared first on Dharitri Odia News.