ମିଳିଲା ବଡ଼ ସଫଳତା: କୋମ୍ବିଂ ଅପରେଶନ ବେଳେ ୫ ମାଓବାଦୀଙ୍କୁ ଧରିଲେ ଯବାନ

ମାଲକାନଗିରି,୧୪ା୭ (ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା  ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ରବିବାର ୫ଜଣ ମାଓବାଦୀଙ୍କୁ ଗିରଫ କରିଛି।  ସେମାନେ ହେଲେ  ମସାୟୀ  ମଙ୍ଗୁ  ଓରଫ ମଙ୍ଗୁ କୁଞ୍ଜାମ, ମହେଶ କୁରସମ୍‌ ଓରଫ ମନକୁ, ଲାଲୁ ପୋଟାମ, ଫୁଲ୍ଲୀ ପୁନେମ ଓରଫ ସେପି, ଦନୁ ପୁନେମ୍‌ ଓରଫ ବୁଇୟା । ମଙ୍ଗୁଙ୍କ ନାମରେ ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ମିଳିଥିବା ସୂଚନା ମୁତାବକ, ଗଙ୍ଗାଲୁର ଡିଆର୍‌ଜି ବାହିନୀ ଓ ଜିଲା ପୋଲିସ ମିଳିତ […] The post ମିଳିଲା ବଡ଼ ସଫଳତା: କୋମ୍ବିଂ ଅପରେଶନ ବେଳେ ୫ ମାଓବାଦୀଙ୍କୁ ଧରିଲେ ଯବାନ appeared first on Dharitri Odia News.

ମିଳିଲା ବଡ଼ ସଫଳତା: କୋମ୍ବିଂ ଅପରେଶନ ବେଳେ ୫ ମାଓବାଦୀଙ୍କୁ ଧରିଲେ ଯବାନ
ମାଲକାନଗିରି,୧୪ା୭ (ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା  ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ରବିବାର ୫ଜଣ ମାଓବାଦୀଙ୍କୁ ଗିରଫ କରିଛି।  ସେମାନେ ହେଲେ  ମସାୟୀ  ମଙ୍ଗୁ  ଓରଫ ମଙ୍ଗୁ କୁଞ୍ଜାମ, ମହେଶ କୁରସମ୍‌ ଓରଫ ମନକୁ, ଲାଲୁ ପୋଟାମ, ଫୁଲ୍ଲୀ ପୁନେମ ଓରଫ ସେପି, ଦନୁ ପୁନେମ୍‌ ଓରଫ ବୁଇୟା । ମଙ୍ଗୁଙ୍କ ନାମରେ ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।
ମିଳିଥିବା ସୂଚନା ମୁତାବକ, ଗଙ୍ଗାଲୁର ଡିଆର୍‌ଜି ବାହିନୀ ଓ ଜିଲା ପୋଲିସ ମିଳିତ ଭାବେ ବିଜାପୁର ଜିଲାର ମେଟାପାଲ, ପୁସନାର ଅଞ୍ଚଳରେ କୋମ୍ବିଂ ଅପରେଶନ ଜାରି ରଖିଛନ୍ତି। ତେବେ  ମେଟାପାଲ ଗ୍ରାମ ନିକଟ ଜଙ୍ଗଲରେ କୋମ୍ବିଂ ଅପରେଶନ ବେଳେ ଉପରୋକ୍ତ ୫ଜଣ ମାଓବାଦୀଙ୍କୁ ଯବାନ ଧରିଥିଲେ। ଏମାନେ  ପୁସନାର ଅନ୍ତର୍ଗତ ଜନତାନା ସରକାର ସଙ୍ଗଠନରେ ସକ୍ରିୟ ରହି କାର୍ଯ୍ୟ କରୁଥିଲେ।  ଗିରଫ ମାଓବାଦୀ ମଙ୍ଗୁଙ୍କ ନାମରେ ଗଙ୍ଗାଲୁର ଥାନାରେ ୧୨ଟି ମାମଲା ରହିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

The post ମିଳିଲା ବଡ଼ ସଫଳତା: କୋମ୍ବିଂ ଅପରେଶନ ବେଳେ ୫ ମାଓବାଦୀଙ୍କୁ ଧରିଲେ ଯବାନ appeared first on Dharitri Odia News.