କୋରାପୁଟରେ ପ୍ରବଳ ବର୍ଷା: ୩ ଦିନରେ ଭାଙ୍ଗିଲାଣି ୪୦ ଘର

କୋରାପୁଟ,୨୨।୭(ଅମିତାଭ ବେହେରା): କୋରାପୁଟ ଜିଲାରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଥିବା ଯୋଗୁ ବହୁ ଗଛ ଓ ଘର ଭାଙ୍ଗି ଥିବା ଜଣାଯାଇଛି। ଗତ ୩ ଦିନ ମଧ୍ୟରେ ଜିଲାରେ ପାଖାପାଖି ୪୦ଟି ଘର ଭାଙ୍ଗଯାଇଛି। ଜିଲା ଜରୁରୀ ବିଭାଗର ରିପୋର୍ଟ ଅନୁଯାୟୀ, ଗତ ଶନିବାର ଜିଲାର ୫ଟି ବ୍ଲକର ୧୩ଟି ଘର ଯଥାକକ୍ରମେ ବୈପାରୀଗୁଡା ବ୍ଲକର ୩ଟି, କୋଟପାଡ଼ ବ୍ଲକର ୫ଟି, ଜୟ ପୁର ବ୍ଲକର ଗୋଟିଏ, ସେମିଲିଗୁଡା ବ୍ଲକର ୩ଟି […] The post କୋରାପୁଟରେ ପ୍ରବଳ ବର୍ଷା: ୩ ଦିନରେ ଭାଙ୍ଗିଲାଣି ୪୦ ଘର appeared first on Dharitri Odia News.

କୋରାପୁଟରେ ପ୍ରବଳ ବର୍ଷା: ୩ ଦିନରେ ଭାଙ୍ଗିଲାଣି ୪୦ ଘର

କୋରାପୁଟ,୨୨।୭(ଅମିତାଭ ବେହେରା): କୋରାପୁଟ ଜିଲାରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଥିବା ଯୋଗୁ ବହୁ ଗଛ ଓ ଘର ଭାଙ୍ଗି ଥିବା ଜଣାଯାଇଛି। ଗତ ୩ ଦିନ ମଧ୍ୟରେ ଜିଲାରେ ପାଖାପାଖି ୪୦ଟି ଘର ଭାଙ୍ଗଯାଇଛି। ଜିଲା ଜରୁରୀ ବିଭାଗର ରିପୋର୍ଟ ଅନୁଯାୟୀ, ଗତ ଶନିବାର ଜିଲାର ୫ଟି ବ୍ଲକର ୧୩ଟି ଘର ଯଥାକକ୍ରମେ ବୈପାରୀଗୁଡା ବ୍ଲକର ୩ଟି, କୋଟପାଡ଼ ବ୍ଲକର ୫ଟି, ଜୟ ପୁର ବ୍ଲକର ଗୋଟିଏ, ସେମିଲିଗୁଡା ବ୍ଲକର ୩ଟି ଓ ଲମତାପୁଟ ବ୍ଲକର ୩ଟି ଭାଙ୍ଗିଯାଇଛି। ସେହିପରି ରବିବାର କୋରାପୁଟ ବ୍ଲକର ୩ଟି, କୋଟପାଡ଼ ବ୍ଲକର ୪ଟି, କୁନ୍ଦ୍ରା ବ୍ଲକର ୩ଟି, ଲମତାପୁଟ ବ୍ଲକର ୩ଟି, ଲକ୍ଷ୍ମୀପୁର ବ୍ଲକର ଗୋଟିଏ ଓ ନନ୍ଦପୁର ବ୍ଲକର ୩ଟି ଘର ଭାଙ୍ଗି ଥିବାବେଳେ ସୋମବାର ଜିଲାରେ ଆଉ ୧୧ଟି ଘର ଭାଙ୍ଗିଥିବା ଜଣାପଡ଼ିଛି।

The post କୋରାପୁଟରେ ପ୍ରବଳ ବର୍ଷା: ୩ ଦିନରେ ଭାଙ୍ଗିଲାଣି ୪୦ ଘର appeared first on Dharitri Odia News.