ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଗ୍ରାମ ଦେବତୀ, ମା ପାଟ୍ଟଖଣ୍ଡାଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଅସ୍ଥାୟୀ ମଣ୍ଡପଠାରେ ପୂଜାର୍ଚ୍ଚନା କରାଯାଇ ଦୁର୍ଗାଙ୍କ ପର୍ବ ଦଶହରା ପାଳନ ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ସନ୍ତୋଷ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ସରୋଜ ସାହୁ, ଚିତ୍ତ ପ୍ରଧାନ, ଚିତ୍ତରଞ୍ଜନ ସାହୁ,ବାଥଲମ ନାୟକ ସଞ୍ଜିତ […] The post ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି appeared first on Dharitri Odia News.

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଗ୍ରାମ ଦେବତୀ, ମା ପାଟ୍ଟଖଣ୍ଡାଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଅସ୍ଥାୟୀ ମଣ୍ଡପଠାରେ ପୂଜାର୍ଚ୍ଚନା କରାଯାଇ ଦୁର୍ଗାଙ୍କ ପର୍ବ ଦଶହରା ପାଳନ ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ସନ୍ତୋଷ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ସରୋଜ ସାହୁ, ଚିତ୍ତ ପ୍ରଧାନ, ଚିତ୍ତରଞ୍ଜନ ସାହୁ,ବାଥଲମ ନାୟକ ସଞ୍ଜିତ ଗୌଡ଼, ବିକି ନାୟକ,ସୋନୁ ବେହେରା,ସୋମ୍ୟରଞ୍ଜନ ନାୟକ, ସମ୍ବିତ ନାୟକ, ସତୀଶ କୁମାର ସାହୁ, ଝୁଲୁ ସାହୁ, ଜଗନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପ୍ରକାଶଯେ, ସିମନବାଡ଼ିଠାରେ ଏହା ୩୨ ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ ପ୍ରତିବର୍ଷ ଶାନ୍ତି, ସଦ୍‌ଭାବନା ଓ ଭାଇଚାରାରେ ଏହି ପର୍ବ ପାଳନ ହୋଇଆସୁଛି। ସେହି କ୍ରମରେ ଏହି ପର୍ବ ଚଳିତ ଥର ମଧ୍ୟ ପୂଜାର୍ଚ୍ଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

The post ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି appeared first on Dharitri Odia News.