ଖରାଦିନେ ଜମୁଛି ତାଳସଜ ବେପାର । ତାଳସଜ ବିକ୍ରି କରି ଲାଭବାନ ହେଉଛନ୍ତି ଆଦିବାସୀ ।
କନକ ବ୍ୟୁରୋ: ଖରା ଦିନେ ତାଳ ଖାଇବାକୁ କିଏ ବା ଭଲ ନ ପାଏ । ଆଉ ଯଦି ତାଳ ସଜ ସିଧା ଆପଣଙ୍କ ବଜାରରେ ଉପଲବ୍ଧ ହୁଏ, ତାହେଲେ ତ ଖୁସି କହିଲେ ନସରେ । ମାଲକାନଗିରି ଜିଲ୍ଲା ଡିଏନକେ ଦୈନିକ ବଜାରରେ ପ୍ରତିଦିନ ପାଖ ଆଖ ଗାଁରୁ ବସ୍ତା ବସ୍ତା ତାଳ ବଜାରକୁ ଆଣନ୍ତି ଆଦିବାସୀ ଯୁବକ ମାନେ । ଆଉ ଅତି ସୁନ୍ଦର ଭାବେ ତାଳକୁ କାଟି ସେଥିରୁ ସଜ ବାହାର କରି […] The post ଖରାଦିନେ ଜମୁଛି ତାଳସଜ ବେପାର । ତାଳସଜ ବିକ୍ରି କରି ଲାଭବାନ ହେଉଛନ୍ତି ଆଦିବାସୀ । first appeared on Kanak News.

କନକ ବ୍ୟୁରୋ: ଖରା ଦିନେ ତାଳ ଖାଇବାକୁ କିଏ ବା ଭଲ ନ ପାଏ । ଆଉ ଯଦି ତାଳ ସଜ ସିଧା ଆପଣଙ୍କ ବଜାରରେ ଉପଲବ୍ଧ ହୁଏ, ତାହେଲେ ତ ଖୁସି କହିଲେ ନସରେ । ମାଲକାନଗିରି ଜିଲ୍ଲା ଡିଏନକେ ଦୈନିକ ବଜାରରେ ପ୍ରତିଦିନ ପାଖ ଆଖ ଗାଁରୁ ବସ୍ତା ବସ୍ତା ତାଳ ବଜାରକୁ ଆଣନ୍ତି ଆଦିବାସୀ ଯୁବକ ମାନେ । ଆଉ ଅତି ସୁନ୍ଦର ଭାବେ ତାଳକୁ କାଟି ସେଥିରୁ ସଜ ବାହାର କରି ଗ୍ରାହକଙ୍କୁ ବିକ୍ରି କରନ୍ତି ।
ତେବେ ପ୍ରଚଣ୍ଡ ଖରାରେ କଅଁଳ ତାଳସଜର ବେଶ ଚାହିଦା ରହିଛି । ଏହାର ଦର ମଧ୍ୟ ବଢିବାରେ ଲାଗିଛି । ପୂର୍ବରୁ ୬ଟି ତାଳ ସଜକୁ ୧୦ ଟଙ୍କା ଦରରେ ବିକ୍ରି ହୋଉଥିଲା । ଏବେ ଏହା ୨୦ ଟଙ୍କା ଦରରେ ବିକ୍ରି ହେଉଛି । ଆଉ ଏଥିରୁ ଦୈନିକ ୫୦୦ରୁ ୮୦୦ ଟଙ୍କା ରୋଜଗାର ମଧ୍ୟ କରନ୍ତି ଆଦିବାସୀ ଯୁବକ ମାନେ । ମାଲକାନଗିରି ତୁମସାପାଲି ଗାଁର ଗଂଗା ମାଢିଙ୍କ ଗାଁ ବିଲ ହୁଡାରେ ଶତାଧିକ ତାଳ ଗଛ ରହିଥିବାରୁ ପ୍ରତିଦିନ ସନ୍ଧ୍ୟାରେ ସେଥିରୁ ତାଳ ସଂଗ୍ରହ କରି ସକାଳେ ବଜାରକୁ ଆଣି ବିକ୍ରି କରନ୍ତି ଗଙ୍ଗା । ଆଉ ତାଳ ବିକି ପ୍ରତି ଦିନ ୮୦୦ ରୁ ୧୦୦୦ ଟଙ୍କା ରୋଜଗାର କରି ନିଜ ପରିବାର ପୋଷିବା ସହ ଆଗାମୀ ଖରିଫ ଚାଷ ପାଇଁ ଅର୍ଥ ସଞ୍ଚୟ କରନ୍ତି ।
ତାଳ ସଜରେ ଜଳୀୟ ଅଂଶ ଅଧିକ ଥିବାରୁ ଖରା ଦିନେ ଏହା ଦେହ ପାଇଁ ବେଶ ଉପକାରୀ । ଆଉ ତାଳ ଏକ ଋତୁକାଳୀନ ଜଙ୍ଗଲି ଫଳ ହୋଇଥିବାରୁ ଏହାକୁ କିଣିବା ଓ ଖାଇବା ଲାଗି ସହରି ମଣିଷଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲାଗିଥାଏ । ବିଶେଷ କରି ମାଲକାନଗିରି ଜିଲ୍ଲାର ତାମସା, ତୁମସାପଲି, ପିଟାଗେଟା, ବଏଲାପାଲି ଆଦି ଗାଁର ଯୁବକ ମାନେ ପ୍ରତି ବର୍ଷ ଏହି ସମୟରେ ବଜାରରେ ତାଳ ଆଣି ବିକ୍ରି କରୁଥିବାବେଳେ ଜିଲ୍ଲା ସମେତ ଜିଲ୍ଲା ବାହାରୁ ମଧ୍ୟ ଲୋକେ ଏଠାକାର ତାଳ କିଣି ନେବା ଲାଗି ପସନ୍ଦ କରନ୍ତି ।
ଜଙ୍ଗଲରେ ଥିବା ତାଳ ଗଛ ଗୁଡ଼ିକୁ ବର୍ଷ ତମାମ ବ୍ୟବହାର କରନ୍ତି ଜନଜାତି ମଣିଷ । ତଳ ସଜ ପରେ ପାଚିଲା ତାଳର ମଧ୍ୟ ବେଶ ଚାହିଦା ରହିଛି ଅଞ୍ଚଳରେ । ଏଥିସହିତ ଦିନେ ତାଳ ଗଛ ରସ ବା ତାଡିକୁ ସଂଗ୍ରହ କରି ଆଦିବାସୀ ମାନେ ଏହାକୁ ମୃଦୁ ନିଶାଦ୍ରବ୍ୟ ଭାବେ ସେବନ କରି ଆମୋଦ ପ୍ରୋମଦ କରନ୍ତି । ଆଉ ବର୍ଷା ଦିନେ ତାଳପତ୍ରରୁ ଘର ଛପର କରି ସେଥିରେ ବର୍ଷ ତମାମ ମୁଣ୍ଡ ଗୁଞ୍ଜିବା ସହ ପ୍ରକୃତି ସହିତ ସରଳ ଜୀବନଯାପନ କରନ୍ତି ବନବାସୀ ।
The post ଖରାଦିନେ ଜମୁଛି ତାଳସଜ ବେପାର । ତାଳସଜ ବିକ୍ରି କରି ଲାଭବାନ ହେଉଛନ୍ତି ଆଦିବାସୀ । first appeared on Kanak News.