ଉଦଳାରୁ ୱେଷ୍ଟ ବେଙ୍ଗଲ କାଠ ଚାଲାଣ : ମାଡ଼ିବସିଲା ବନ ବିଭାଗ
ଉଦଳା,୨୩।୪ (ସନ୍ତୋଷ କୁମାର ବାଛିନି): ବନ ବିଭାଗକୁ ବୋକା ବନାଇ ସମସ୍ତଙ୍କ ସାମ୍ନାରେ କରୁଥିଲେ ଲୁଟ୍। ଗୋଟିଏ ଜାଗା ପାଇଁ ପୁରୁଣା ଅନୁମତି ପତ୍ର ଥିବା ବେଳେ ତାକୁ ଦେଖାଇ ସମସ୍ତଙ୍କୁ ଭକୁଆ ବନାଇ ଲକ୍ଷ ଲକ୍ଷ ଟଙ୍କାର କାଠ ୱେଷ୍ଟ ବେଙ୍ଗଲକୁ ଚାଲାଣ କରୁଥିଲେ। ମାଡି ବସିଲା ବନ ବିଭାଗ, ଧରିଲା ୧୬ ଚକିଆ ଟ୍ରକ ଭର୍ତ୍ତି କାଠ। ମଙ୍ଗଳବାର ବିଳମ୍ବିତ ରାତିରେ ଉଦଳା ବନ ବିଭାଗ ମାଟିହୁଡ଼ି ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ଗୋଟିଏ […] The post ଉଦଳାରୁ ୱେଷ୍ଟ ବେଙ୍ଗଲ କାଠ ଚାଲାଣ : ମାଡ଼ିବସିଲା ବନ ବିଭାଗ appeared first on Dharitri Odia News.
ଉଦଳା,୨୩।୪ (ସନ୍ତୋଷ କୁମାର ବାଛିନି): ବନ ବିଭାଗକୁ ବୋକା ବନାଇ ସମସ୍ତଙ୍କ ସାମ୍ନାରେ କରୁଥିଲେ ଲୁଟ୍। ଗୋଟିଏ ଜାଗା ପାଇଁ ପୁରୁଣା ଅନୁମତି ପତ୍ର ଥିବା ବେଳେ ତାକୁ ଦେଖାଇ ସମସ୍ତଙ୍କୁ ଭକୁଆ ବନାଇ ଲକ୍ଷ ଲକ୍ଷ ଟଙ୍କାର କାଠ ୱେଷ୍ଟ ବେଙ୍ଗଲକୁ ଚାଲାଣ କରୁଥିଲେ। ମାଡି ବସିଲା ବନ ବିଭାଗ, ଧରିଲା ୧୬ ଚକିଆ ଟ୍ରକ ଭର୍ତ୍ତି କାଠ। ମଙ୍ଗଳବାର ବିଳମ୍ବିତ ରାତିରେ ଉଦଳା ବନ ବିଭାଗ ମାଟିହୁଡ଼ି ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ଗୋଟିଏ ୧୬ ଚକିଆ ଟ୍ରକରେ ୟୁକାଲି ପଟାସ କାଠ ଗଣ୍ଡି ଲୋଡ଼ ହେଉଥିବା ଦେଖିବାକୁ ପାଇଥିଲା। ଏହି କାଠ ସବୁ ଉଦଳାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା। କାଠ କାଟି ନେବା ପାଇଁ ଗଛ କଟାଯାଉଥିବା ଜମିର ଟ୍ରେସ୍ ଏବଂ ବଦର ବାହାର କରାଯିବାର ନିୟମ ଥିବା ବେଳେ କାଠ ମାଫିଆ ଅନ୍ୟ ଏକ ଜମିର ପୂର୍ବରୁ କଟା ଯାଇଥିବା ଟ୍ରେସ ବଦର ଦେଖାଇ ବେଆଇନ ଭାବେ କାଠ ଚାଲାଣ କରୁଥିବା ଜାଣି ବନ ବିଭାଗ ଗାଡିକୁ ନିଜ ହେପାଜତକୁ ନେଇଥିଲା। ଯାହାକି ଗାଡ଼ିରେ ବେଆଇନ ଭାବେ କାଠ ଚାଲାଣ ହେଉଥିବା ବେଳେ ଟ୍ରକକୁ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ତଦନ୍ତ କରୁଛି ବିଭାଗ। ସେପଟେ ଜବତ କାଠର ମୂଲ୍ୟ ଏକ ଲକ୍ଷରୁ ଊର୍ଦ୍ଧ ଟଙ୍କା ହେବ ବୋଲି କୁହାଯାଉଛି।
The post ଉଦଳାରୁ ୱେଷ୍ଟ ବେଙ୍ଗଲ କାଠ ଚାଲାଣ : ମାଡ଼ିବସିଲା ବନ ବିଭାଗ appeared first on Dharitri Odia News.