କଳାହାଣ୍ଡି ଜିଲାପାଳ ଭାବେ ଦାୟିତ୍ୱ ନେଲେ ସଚିନ ପାୱାର

ଭବାନୀପାଟଣା,୧୨।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ଜିଲାପାଳ ଭାବେ ସୋମବାର ସନ୍ଧ୍ୟା ୬ ଟାରେ ଦାୟିତ୍ୱ ନେଇଛନ୍ତି ଆଇ ଏ ଏସ ସଚିନ ପାୱାର। ଭବାନୀପାଟଣା ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ଠାରୁ ସେ ଏହି ଦାୟିତ୍ବ ନେଇଛନ୍ତି। ଏହାପୂର୍ବରୁ ସେ ମାଲକାନଗିରିର ଜିଲାପାଳ ଭାବେ ଦାୟିତ୍ବ ତୁଲାଉ ଥିଲେ। ପୂର୍ବରୁ କଳାହାଣ୍ଡି ଜିଲାପାଳ ଥିବା ପି ଅନ୍ବେଷା ରେଡ୍ଡୀଙ୍କୁ ଯାଜପୁର ଜିଲାକୁ ବଦଳି ହେବା ପରେ ତାଙ୍କ […] The post କଳାହାଣ୍ଡି ଜିଲାପାଳ ଭାବେ ଦାୟିତ୍ୱ ନେଲେ ସଚିନ ପାୱାର appeared first on Dharitri Odia News.

କଳାହାଣ୍ଡି ଜିଲାପାଳ ଭାବେ ଦାୟିତ୍ୱ ନେଲେ ସଚିନ ପାୱାର

ଭବାନୀପାଟଣା,୧୨।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ଜିଲାପାଳ ଭାବେ ସୋମବାର ସନ୍ଧ୍ୟା ୬ ଟାରେ ଦାୟିତ୍ୱ ନେଇଛନ୍ତି ଆଇ ଏ ଏସ ସଚିନ ପାୱାର। ଭବାନୀପାଟଣା ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ଠାରୁ ସେ ଏହି ଦାୟିତ୍ବ ନେଇଛନ୍ତି।

ଏହାପୂର୍ବରୁ ସେ ମାଲକାନଗିରିର ଜିଲାପାଳ ଭାବେ ଦାୟିତ୍ବ ତୁଲାଉ ଥିଲେ। ପୂର୍ବରୁ କଳାହାଣ୍ଡି ଜିଲାପାଳ ଥିବା ପି ଅନ୍ବେଷା ରେଡ୍ଡୀଙ୍କୁ ଯାଜପୁର ଜିଲାକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ସଚିନ ପାୱାର ଯୋଗଦେଇଛନ୍ତି। ଏହା ପୂର୍ବରୁ ଆଇ ଏ ଏସ ସଚିନ ଧର୍ମଗଡ଼ ଉପଜିଲାପାଳ ଓ ଭବାନୀପାଟଣା ଜିଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ (ସିଡିଓ)ଦାୟିତ୍ବ ମଧ୍ୟ ନିଭାଇ ସାରିଛନ୍ତି।

The post କଳାହାଣ୍ଡି ଜିଲାପାଳ ଭାବେ ଦାୟିତ୍ୱ ନେଲେ ସଚିନ ପାୱାର appeared first on Dharitri Odia News.