ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନିର୍ବାଚନ ପରିଚାଳନା ପାଇଁ ବିଜେଡିର ୫ଜଣ ବରିଷ୍ଠ ସଦସ୍ୟଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୩ ବରିଷ୍ଠ ସଦସ୍ୟଙ୍କୁ ସମ୍ବଲପୁର ଲୋକ ସଭା କ୍ଷେତ୍ରରେ ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ପଦବୀରେ ନିଯୁକ୍ତି ମିଳିଛି। ସେମାନେ ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ […] The post ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି appeared first on Dharitri Odia News.

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନିର୍ବାଚନ ପରିଚାଳନା ପାଇଁ ବିଜେଡିର ୫ଜଣ ବରିଷ୍ଠ ସଦସ୍ୟଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୩ ବରିଷ୍ଠ ସଦସ୍ୟଙ୍କୁ ସମ୍ବଲପୁର ଲୋକ ସଭା କ୍ଷେତ୍ରରେ ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ପଦବୀରେ ନିଯୁକ୍ତି ମିଳିଛି।

ସେମାନେ ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ସଂଯୋଜକ, କାଳିଆ ଉପଦେଷ୍ଠା ତଥା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁଙ୍କୁ ସମ୍ବଲପୁର ବିଧାନସଭା କ୍ଷେତ୍ର ନିର୍ବାଚନ ଇନ୍‌ଚାର୍ଜ, ସିଦ୍ଧାର୍ଥ ସାହାଙ୍କୁ ସମ୍ବଲପୁର ବିଧାନସଭା କ୍ଷେତ୍ର ନିର୍ବାଚନ ସଂଯୋଜକ ନିଯୁକ୍ତି ଦିଆଯାଇ ବୋଲି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରସ୍‌ ଇସ୍ତାହାରରେ ସୂଚନା ଦେଇଛନ୍ତି। ଏନେଇ ସମ୍ବଲପୁର ବିଧାନସଭା କ୍ଷେତ୍ରରେ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ ହୋଇଥିବା ବାବୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

The post ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି appeared first on Dharitri Odia News.