୨୩ରେ ଆୟୁଷ୍ମାନ ଯୋଜନା
ଭୁବନେଶ୍ୱର, ୧୪।୯(ସୁନିତ୍ ମିଶ୍ର): ଭାଜପା ପକ୍ଷରୁ ଚଳିତ ବର୍ଷ ମଧ୍ୟ ସେବାପକ୍ଷ ପାଳନ କରାଯିବ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଚଳିତ ମାସ ୧୭ରୁ ଆରମ୍ଭହୋଇ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯିବ। ଏହି ସମୟ ମଧ୍ୟରେ ଭାଜପା କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ସେବା କାର୍ଯ୍ୟକରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିବେ ବୋଲି ଦଳର ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟଠାରେ […] The post ୨୩ରେ ଆୟୁଷ୍ମାନ ଯୋଜନା appeared first on Dharitri Odia News.
ଭୁବନେଶ୍ୱର, ୧୪।୯(ସୁନିତ୍ ମିଶ୍ର): ଭାଜପା ପକ୍ଷରୁ ଚଳିତ ବର୍ଷ ମଧ୍ୟ ସେବାପକ୍ଷ ପାଳନ କରାଯିବ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଚଳିତ ମାସ ୧୭ରୁ ଆରମ୍ଭହୋଇ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯିବ। ଏହି ସମୟ ମଧ୍ୟରେ ଭାଜପା କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ସେବା କାର୍ଯ୍ୟକରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିବେ ବୋଲି ଦଳର ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିରଞ୍ଚି କହିଛନ୍ତି, ୧୬ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ସେବାପକ୍ଷରେ ବିଭନ୍ନ ସେବା କାର୍ଯ୍ୟ କରାଯିବ। ପ୍ରଥମ ଦିନ ଓ ଏହାର ପୂର୍ବଦିନ ଅର୍ଥାତ୍ ଆସନ୍ତା ୧୬ ଏବଂ ୧୭ରେ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଜୀବନୀ, ଉଦ୍ଦେଶ୍ୟ ଓ ଦେଶର ପ୍ରଗତିରେ ତାଙ୍କ ଯୋଗଦାନ ଉପରେ ଆଲୋଚନାଚକ୍ର କରାଯିବ। ୧୭ରେ ଜିଲାସ୍ତରରେ ମୋଦିଙ୍କ କର୍ତ୍ତୃତ୍ୱ ଏବଂ ନେତୃତ୍ୱକୁ ନେଇ ଭିଡିଓ ଓ ଫଟୋଚିତ୍ର ପ୍ରଦର୍ଶନ କରାଯିବ। ୧୮ରୁ ୨୦ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ସମସ୍ତ ବିଧାନସଭା କ୍ଷେତ୍ରରେ ରକ୍ତଦାନ ଶିବିର ଆୟୋଜନ କରାଯିବ। ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ କୃଷକ ମୋର୍ଚ୍ଚା ତରଫରୁ ସମସ୍ତ ଶକ୍ତିକେନ୍ଦ୍ର ସ୍ତରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ଆସନ୍ତା ୧୮ରୁ ୨୪ ଏବଂ ଅକ୍ଟୋବର ୨ରେ ମଣ୍ଡଳସ୍ତରରେ ଦଳ ଓ ସ୍ବଚ୍ଛ ଭାରତ ପ୍ରକୋଷ୍ଠ ତରଫରୁ ସମସ୍ତ ମନ୍ଦିର, ଧାର୍ମିକ ସ୍ଥଳ, ଜଳାଶୟ, ପୁଷ୍କରିଣୀ ଏବଂ ପାର୍କ ଆଦି ସ୍ଥାନରେ ସଫେଇ କରାଯିବ। ଚଳିତ ମାସ ୨୦ରେ ଓବିସି ମୋର୍ଚ୍ଚା ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା, ୨୧ରେ ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ପକ୍ଷରୁ ବ୍ଲକସ୍ତରରେ ବିଦ୍ୟାଳୟ, ଡାକ୍ତରଖାନା ପରିସରରେ ସ୍ବଚ୍ଛତା ଅଭିଯାନ ଆୟୋଜନ କରାଯିବ। ଏହାଛଡ଼ା ଆସନ୍ତା ୨୧ରେ ଆଇନ ପ୍ରକୋଷ୍ଠ, ଉଦ୍ୟୋଗ ପ୍ରକୋଷ୍ଠ, ବୃଦ୍ଧିଜୀବୀ, ଶିକ୍ଷକ ଓ ସ୍ବୟଂସହାୟକ ଗୋଷ୍ଠୀ ପକ୍ଷରୁ ଆର୍.ବାଲସୁବ୍ରମଣ୍ୟମଙ୍କ ଦ୍ୱାରା ଲିଖିତ ପୁସ୍ତକର ବିଷୟବସ୍ତୁ ଉପରେ ଆଲୋଚନା କରାଯିବ। ଚଳିତ ମାସ ୨୩ରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ। ଏହି ଅବସରରେ ବିଧାନସଭା ସ୍ତରରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ପାଇଁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ। ଏମ୍ପି, ବିଧାୟକ, ଅନ୍ୟ ନିର୍ବାଚିତ ପ୍ରତିନିଧିମାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିରଞ୍ଚି କହିଛନ୍ତି।
The post ୨୩ରେ ଆୟୁଷ୍ମାନ ଯୋଜନା appeared first on Dharitri Odia News.