ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିବା ପରେ ଏମିତି କହିଲେ ପ୍ରତାପ, କାଲି ଯାଏ ସିଏ…

ଭୁବନେଶ୍ୱର,୧୧।୪: ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ବାଲେଶ୍ୱର ଲୋକ ସଭା ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍‌ ଦେଇଛି। ଲେଖାଶ୍ରୀଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ବାଲେଶ୍ୱର ଲୋକ ସଭା ଭାଜପା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, କାଲି ଯାଏ ସିଏ ଯାହାକୁ ଗାଳି କରୁଥିଲେ, ଆଜି ତାଙ୍କ ସ୍ତବ କରୁଛନ୍ତି। ଏଠି ସେ ଆମର ସାଥି ଥିଲେ, ଏବେ ବିରୋଧୀ ପକ୍ଷ ହୋଇଛନ୍ତି। ଅନ୍ୟପଟେ, […] The post ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିବା ପରେ ଏମିତି କହିଲେ ପ୍ରତାପ, କାଲି ଯାଏ ସିଏ… appeared first on Dharitri Odia News.

ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିବା ପରେ ଏମିତି କହିଲେ ପ୍ରତାପ, କାଲି ଯାଏ ସିଏ…

ଭୁବନେଶ୍ୱର,୧୧।୪: ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ବାଲେଶ୍ୱର ଲୋକ ସଭା ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍‌ ଦେଇଛି। ଲେଖାଶ୍ରୀଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ବାଲେଶ୍ୱର ଲୋକ ସଭା ଭାଜପା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, କାଲି ଯାଏ ସିଏ ଯାହାକୁ ଗାଳି କରୁଥିଲେ, ଆଜି ତାଙ୍କ ସ୍ତବ କରୁଛନ୍ତି। ଏଠି ସେ ଆମର ସାଥି ଥିଲେ, ଏବେ ବିରୋଧୀ ପକ୍ଷ ହୋଇଛନ୍ତି।

ଅନ୍ୟପଟେ, ବିଜେଡି ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିବା ଚର୍ଚ୍ଚା ମଧ୍ୟରେ ପ୍ରତାପ କହିଥିଲେ, ସେ ପ୍ରାର୍ଥୀ ହେଲେ ଭାଜପାକୁ ବିଶେଷ କିଛି ଅସୁବିଧା ନାହିଁ । ଏଥର ବାଲେଶ୍ୱରରେ ଭାଜପାର ଫଳାଫଳ ଭଲ ହେବ । ଗତ ଥର ଅପେକ୍ଷା ଏଥର ଅଧିକ ବ୍ୟବଧାନରେ ବାଲେଶ୍ୱରରେ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ ପ୍ରତାପ।

ନିକଟରେ ଲେଖାଶ୍ରୀ ଭାଜପା ଛାଡି ବିଜେଡିରେ ମିଶିଥିଲେ।

The post ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିବା ପରେ ଏମିତି କହିଲେ ପ୍ରତାପ, କାଲି ଯାଏ ସିଏ… appeared first on Dharitri Odia News.