ଧରିତ୍ରୀର ମହାପ୍ରଭାବ: କାଲି ଖବର ପ୍ରକାଶ, ଆଜି ଗାଁକୁ ହେଲା ଜଳଯୋଗାଣ
ରିଷିଡ଼ା,୧୨ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରଣାପଡ଼ା ଓ ପାଟଖଣ୍ତା ମନ୍ଦିରପଡ଼ାର ପାୟ ୩୦୦ରୁ ଅଧିକ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିଲେ। ପଡ଼ାରେ ସରକାର ତରଫରୁ ସପ୍ଲାଏ ପାଣି ପାଇପ୍ ବ୍ୟବସ୍ଥା କରିଥିଲେ ହେଁ ତାହା ମାସେରୁ ଅଧିକ ଦିନ ହେବ ଅଚଳ ଅବସ୍ଥାରେ ପଡ଼ିରହିଥିଲା। ପଡ଼ାରେ ଗୋଟିଏ ନଳକୂପ ଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ପାଣି ମିଳୁନି। ବର୍ତ୍ତମାନ ସମଗ୍ର ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। […] The post ଧରିତ୍ରୀର ମହାପ୍ରଭାବ: କାଲି ଖବର ପ୍ରକାଶ, ଆଜି ଗାଁକୁ ହେଲା ଜଳଯୋଗାଣ appeared first on Dharitri Odia News.
ରିଷିଡ଼ା,୧୨ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରଣାପଡ଼ା ଓ ପାଟଖଣ୍ତା ମନ୍ଦିରପଡ଼ାର ପାୟ ୩୦୦ରୁ ଅଧିକ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିଲେ। ପଡ଼ାରେ ସରକାର ତରଫରୁ ସପ୍ଲାଏ ପାଣି ପାଇପ୍ ବ୍ୟବସ୍ଥା କରିଥିଲେ ହେଁ ତାହା ମାସେରୁ ଅଧିକ ଦିନ ହେବ ଅଚଳ ଅବସ୍ଥାରେ ପଡ଼ିରହିଥିଲା। ପଡ଼ାରେ ଗୋଟିଏ ନଳକୂପ ଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ପାଣି ମିଳୁନି। ବର୍ତ୍ତମାନ ସମଗ୍ର ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାରଦ ୪୪ ଡିଗ୍ରୀ ଉପରେ ରହୁଛି। ତୁରନ୍ତ ଏହି ସମସ୍ୟା ସମାଧାନ କରିବାକୁ ପଡ଼ାବାସୀ ବାରମ୍ବାର ଦାବି କରିଆସୁଥିଲେ। ଏହି ସମସ୍ୟା ଗତ ୧୧/୫ ରବିବାର ‘ଧରିତ୍ରୀ’ ଖବର କାଗଜ ଓ ପୋର୍ଟାଲରେ ଖବର ପ୍ରସାରଣ ହୋଇଥିଲା ଏବଂ ଏନେଇ ଏ ବିଷୟକୁ ଗୁରୁତର ସହିତ ଅନସୂୟା ଭଞ୍ଜ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କୁ ଆମ ତରଫରୁ ଅବଗତ କରିବାରୁ ସେ ୨୮ ଘଣ୍ଟା ମଧ୍ୟରେ ପାଣି ପାଇପ୍ ମରାମତି ଏବଂ ନୂତନ ପାଣି ଚାବି ଲଗାଇବାର ବ୍ୟବସ୍ଥା କରିଥିଲେ। ଯାହାଫଳରେ ପାଣି ବାହାରି ଥିଲା ଯଦି ଆଗରୁ ଏ ବିଷୟରେ ମତେ ଜଣାଇଥାନ୍ତେ। ତା’ ହେଲେ ଶୀଘ୍ର ପାଣି ପାଇପ୍ ମରାମତି ହୋଇଥାନ୍ତା ବୋଲି ଅଧିକାରୀ ଭଞ୍ଜ କହିଛନ୍ତି। ଆଜି ତାଙ୍କର ଏପରି ତତ୍ପରତା ଯୋଗୁ ପାଣି ସମସ୍ୟା ସମାଧାନ ହୋଇଥିବାରୁ ପାନୀୟ ଜଳ ଯୋଗାଣ ଅଧିକାରୀ ଭଞ୍ଜଙ୍କୁ ପଡ଼ାବାସୀ ଧନ୍ୟବାଦ ଦେଇଛନ୍ତି।
The post ଧରିତ୍ରୀର ମହାପ୍ରଭାବ: କାଲି ଖବର ପ୍ରକାଶ, ଆଜି ଗାଁକୁ ହେଲା ଜଳଯୋଗାଣ appeared first on Dharitri Odia News.